Vaibhav Sooryavanshi Named Captain: ମାତ୍ର ୧୫ ବର୍ଷରେ ଅଧିନାୟକ ହେଲେ ବୈଭବ ସୂର୍ଯ୍ୟବଂଶୀ, ବଦଳିବ କି ଦଳର ଭାଗ୍ୟ
ବୟସ ମାତ୍ର ୧୫ ବର୍ଷ, ହେଲେ ଦାୟିତ୍ୱ ମିଳିଲା ବଡ଼।
ଏବେ ବ୍ୟାଟ୍ ଧରିବା ସହ ଦଳର ନେତୃତ୍ୱ ନେବେ ଯୁବ କ୍ରିକେଟ୍ ତାରକା ବୈଭବ ସୂର୍ଯ୍ୟବଂଶୀ।
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬-୨୭ର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ବିହାର ଦଳର ଅଧିନାୟକ ଭାବେ ତାଙ୍କୁ ଚୟନ କରାଯାଇଛି।
ଏହା ସିନିୟର କ୍ରିକେଟ୍ରେ ତାଙ୍କର ପ୍ରଥମ ଅଧିନାୟକତ୍ୱ ଦାୟିତ୍ୱ।
Advertisment ନଭେମ୍ବର ୧୪ରୁ ଆରମ୍ଭ ହେବ ଏହି ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ।
ପ୍ରଥମ ଦୁଇଟି ମ୍ୟାଚ୍ ଇନ୍ଦୋରରେ ଖେଳାଯିବ।
ବିହାର କ୍ରିକେଟ୍ ଆସୋସିଏସନ୍ ୧୭ ଜଣିଆ ଦଳ ଘୋଷଣା କରିଛି।
ସୂର୍ଯ୍ୟବଂଶୀଙ୍କୁ ଅଧିନାୟକ ଏବଂ ସୂରଜ କଶ୍ୟପଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି।
ମାତ୍ର ୧୨ ବର୍ଷ ବୟସରେ ବିହାର ପାଇଁ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ ବୈଭବ।
ଏହାସହ ଜାନୁଆରୀରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଅଣ୍ଡର-୧୯ ଦଳର ଅଧିନାୟକତ୍ୱ ମଧ୍ୟ କରିଥିଲେ।
ନିକଟରେ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ପାଇଁ ଟି-୨୦ ଖେଳିଥିଲେ।
ତୃତୀୟ ମ୍ୟାଚ୍ରେ ମାତ୍ର ୧୯ ବଲ୍ରୁ ୪୫ ରନ୍ କରି ନିଜ ଦମ୍ ଦେଖାଇଥିଲେ।
Advertisment ବିହାର କ୍ରିକେଟ୍ ଆସୋସିଏସନ୍ର ସଭାପତି ହର୍ଷ ବର୍ଦ୍ଧନ କହିଛନ୍ତି, କମ୍ ବୟସରେ ବୈଭବ ନିଜ ପ୍ରତିଭା, ଆତ୍ମବିଶ୍ୱାସ ଓ ପରିପକ୍ୱତା ପ୍ରମାଣ କରିଛନ୍ତି।
ତାଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଛି।
ବିହାର ନିଜର ପ୍ରଥମ ମ୍ୟାଚ୍ରେ ନଭେମ୍ବର ୧୪ରେ ସୌରାଷ୍ଟ୍ରକୁ ଭେଟିବ।
ଏବେ ଦେଖିବାକୁ ବାକି, ମାତ୍ର ୧୫ ବର୍ଷର ଏହି ଯୁବ ଅଧିନାୟକ ନିଜ ନେତୃତ୍ୱରେ ବିହାରକୁ କେତେ ଦୂର ନେଇପାରୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।