Vajrasana After Meals: ମୋଟା ଜଙ୍ଘ ୧୫ ଦିନରେ ପତଳା ହୋଇଯିବ; କେବଳ ପ୍ରତିଦିନ ୧୫ ମିନିଟ୍ ପାଇଁ ଏହି ଯୋଗାସନ ଅଭ୍ୟାସ କରନ୍ତୁ

Sep 20, 2026 - 19:35
Vajrasana After Meals: ମୋଟା ଜଙ୍ଘ ୧୫ ଦିନରେ ପତଳା ହୋଇଯିବ; କେବଳ ପ୍ରତିଦିନ ୧୫ ମିନିଟ୍ ପାଇଁ ଏହି ଯୋଗାସନ ଅଭ୍ୟାସ କରନ୍ତୁ

ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ଅନିୟମିତ ଖାଦ୍ୟାଭ୍ୟାସ, ଦୀର୍ଘ ସମୟ ବସି ରହିବା ଓ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ଅନେକ ଲୋକ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥିତିରେ ନିୟମିତ ଯୋଗାଭ୍ୟାସ ଶରୀରକୁ ସକ୍ରିୟ ରଖିବା ସହ ମାନସିକ ଶାନ୍ତି ପାଇବାରେ ମଧ୍ୟ ସହାୟକ ହୋଇପାରେ।

ଯୋଗର ବିଭିନ୍ନ ଆସନ ମଧ୍ୟରେ ବଜ୍ରାସନ ଏକ ସରଳ ଓ ଲୋକପ୍ରିୟ ଆସନ। ସଂସ୍କୃତରେ ‘ବଜ୍ର’ର ଅର୍ଥ ହେଉଛି ବଜ୍ର ବା ଦୃଢ଼। ଏହି କାରଣରୁ ଏହାକୁ ଇଂରାଜୀରେ ‘Thunderbolt Pose’ ବା ‘Diamond Pose’ ବୋଲି ମଧ୍ୟ କୁହାଯାଏ।

ଖାଇବା ପରେ ମଧ୍ୟ କରିପାରିବେ ବଜ୍ରାସନ

ସାଧାରଣତଃ ଯୋଗାସନ ଖାଲି ପେଟରେ କରିବାକୁ ପରାମର୍ଶ ଦିଆଯାଏ। କିନ୍ତୁ ଆୟୁଷ ମନ୍ତ୍ରଣାଳୟ ଅଧୀନସ୍ଥ Morarji Desai National Institute of Yogaର ଗାଇଡ୍‌ଲାଇନ୍ ଅନୁସାରେ ବଜ୍ରାସନକୁ ଭୋଜନ ପରେ ମଧ୍ୟ କରାଯାଇପାରେ। ଏହାକୁ ହଜମ ପ୍ରକ୍ରିୟା ପାଇଁ ଉପକାରୀ ଏବଂ ଜଂଘ ଓ ପାଦର ପେଶୀକୁ ମଜବୁତ କରିବାରେ ସହାୟକ ବୋଲି ଉଲ୍ଲେଖ କରାଯାଇଛି।

ଜଙ୍ଘର ଚର୍ବି କମାଇବାରେ ରାମବାଣ

ଆୟୁର୍ବେଦ ଅନୁଯାୟୀ, ଓଜନ ହ୍ରାସ କରିବା ପାଇଁ 'ବଜ୍ରାସନ' ବିଶେଷ ଲାଭଦାୟକ ଅଟେ। ଏହାର ଅଭ୍ୟାସ ଶରୀରର ଓଜନ କମାଇବାରେ ସାହାଯ୍ୟ କରେ ଏବଂ ବିଶେଷ ଭାବରେ ଜଙ୍ଘ ଓ ପେଟରେ ଜମା ହୋଇଥିବା ଚର୍ବିକୁ ହ୍ରାସ କରିଥାଏ। ଏହା ପେଟକୁ ହାଲୁକା ଅନୁଭବ କରାଏ ଏବଂ ପାଚନ ତନ୍ତ୍ରକୁ ମଜବୁତ କରେ। 

ଏହା କୋଷ୍ଠକାଠିନ୍ୟ, ଗ୍ୟାସ୍, ଏସିଡ୍ ରିଫ୍ଲକ୍ସ (ଅମ୍ଳପିତ୍ତ) ଏବଂ ଅଜୀର୍ଣ୍ଣ ଭଳି ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ବଜ୍ରାସନ ଶରୀରରେ ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ ଏବଂ ଏହାର ଦୈନିକ ଅଭ୍ୟାସ 'ସାଇଆଟିକା' (sciatica) ଭଳି ସମସ୍ୟାରୁ ମଧ୍ୟ ଆରାମ ପ୍ରଦାନ କରେ। ଖାଇବା ପରେ ଏହି ଆସନର ଅଭ୍ୟାସ କରିବା ବିଶେଷ ଲାଭଦାୟକ ବୋଲି ବିବେଚନା କରାଯାଏ।

ବଜ୍ରାସନ କରିବାର ଠିକ୍ ଉପାୟ

ପ୍ରଥମେ ଏକ ସମତଳ ସ୍ଥାନରେ ଯୋଗ ମ୍ୟାଟ୍ ପକାଇ ଆଣ୍ଠୁ ମାଡ଼ି ବସନ୍ତୁ। ଦୁଇ ଗୋଡ଼କୁ ପଛପଟକୁ ଭାଙ୍ଗି ରଖନ୍ତୁ। ଦୁଇ ପାଦର ବୁଢା ଆଙ୍ଗୁଠି ପରସ୍ପରକୁ ସ୍ପର୍ଶ କରିପାରେ ଏବଂ ଗୋଇଠିକୁ ସୁବିଧା ଅନୁସାରେ ଅଳ୍ପ ଅଲଗା ରଖନ୍ତୁ।

ଏବେ ଶରୀରର ଓଜନକୁ ସୁବିଧାଜନକ ଭାବେ ଗୋଇଠି ମଧ୍ୟରେ ବା ଉପରେ ରଖି ବସନ୍ତୁ। ପିଠି ଓ ମେରୁଦଣ୍ଡକୁ ସିଧା ରଖନ୍ତୁ। ଦୁଇ ହାତକୁ ଆଣ୍ଠୁ ଉପରେ ରଖି ସ୍ୱାଭାବିକ ଭାବେ ଶ୍ୱାସ ନିଅନ୍ତୁ। ଆରମ୍ଭରେ ଯେତେ ସମୟ ସୁବିଧା ଲାଗୁଛି ସେତିକି ସମୟ ରୁହନ୍ତୁ; କଷ୍ଟ ହେଲେ ଜୋର କରନ୍ତୁ ନାହିଁ।

କେଉଁମାନେ ବଜ୍ରାସନ କରିବାବେଳେ ସତର୍କ ରହିବେ?

ଆଣ୍ଠୁରେ ଗୁରୁତର ସମସ୍ୟା (arthritis, osteoarthriti) କିମ୍ବା ତୀବ୍ର ବେଦନା ଥିଲେ ବଜ୍ରାସନ ଏଡ଼ାଇବା କିମ୍ବା ଯୋଗ ବିଶେଷଜ୍ଞ/ଡାକ୍ତରଙ୍କ ପରାମର୍ଶରେ କରିବା ଭଲ। 

ସେହିପରି ଆଣ୍ଠୁ, ଗୋଇଠି କିମ୍ବା ବଳାଗଣ୍ଠିରେ ନିକଟରେ ଆଘାତ ବା ଅପରେସନ୍ ହୋଇଥିଲେ ନିଜ ଇଚ୍ଛାରେ ଏହି ଆସନ ନକରି ପ୍ରଥମେ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ। ଗର୍ଭାବସ୍ଥାରେ ଯୋଗ କରୁଥିଲେ ମଧ୍ୟ ଡାକ୍ତର କିମ୍ବା ଦକ୍ଷ ଯୋଗ ପ୍ରଶିକ୍ଷକଙ୍କ ପରାମର୍ଶ ନେବା ଭଲ। ନିୟମିତ ଓ ଠିକ୍ ପଦ୍ଧତିରେ ବଜ୍ରାସନ କରିବା ହଜମ ପ୍ରକ୍ରିୟା ଓ ଗୋଡ଼ର ପେଶୀ ପାଇଁ ଉପକାରୀ ହୋଇପାରେ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।