Vastu Tips For Kitchen : କିଚେନ୍ ସ୍ଲାବ୍‌ରେ ଭୁଲରେ ବି ରଖନ୍ତୁନି ଏହି ୫ଟି ଜିନିଷ; ଯେତେ ରୋଜଗାର କଲେ ବି ଅଣ୍ଟିବ ନାହିଁ

Nov 03, 2026 - 17:21
Vastu Tips For Kitchen : କିଚେନ୍ ସ୍ଲାବ୍‌ରେ ଭୁଲରେ ବି ରଖନ୍ତୁନି ଏହି ୫ଟି ଜିନିଷ; ଯେତେ ରୋଜଗାର କଲେ ବି ଅଣ୍ଟିବ ନାହିଁ

ଘରର ରୋଷେଇ ଘର କେବଳ ଖାଦ୍ୟ ପ୍ରସ୍ତୁତ ହେଉଥିବା ସ୍ଥାନ ନୁହେଁ।

ବାସ୍ତୁଶାସ୍ତ୍ରରେ ଏହାକୁ ଘରର ସୁଖ-ସମୃଦ୍ଧି, ସ୍ୱାସ୍ଥ୍ୟ ଓ ସକାରାତ୍ମକ ଶକ୍ତି ସହ ଯୋଡ଼ାଯାଇଥାଏ।

କିନ୍ତୁ ଅନେକ ସମୟରେ ଜାଗା ଅଭାବ କିମ୍ବା ସୁବିଧା ପାଇଁ ଲୋକେ କିଚେନ୍ ସ୍ଲାବ୍‌ ଉପରେ ଔଷଧ, ଭଙ୍ଗା ବାସନ, ଖାଲି ଡବା କିମ୍ବା ସଫା କରିବା ସାମଗ୍ରୀ ରଖିଦିଅନ୍ତି।

ବାସ୍ତୁ ମାନ୍ୟତା ଅନୁସାରେ ଏହି ଅଭ୍ୟାସକୁ ଶୁଭ ମନାଯାଏ ନାହିଁ।

Advertisment ଆପଣ ଯଦି ଏହି ସବୁ ବାସ୍ତୁ ଭୁଲ କରୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ।

କାରଣ ଏହା ଜାରି ରହିଲେ ଯେତେ ରୋଜଗାର ହେଲେ ମଧ୍ୟ ଅଣ୍ଟିବ ନାହିଁ, ଦେଖାଯିବ ଆର୍ଥିକ ଅନଟନ।

ଏହା ଆପଣଙ୍କୁ କାଙ୍ଗାଳ କରିଦେବ।

ତେବେ ଜାଣନ୍ତୁ କିଚେନ୍ ସ୍ଲାବ୍‌ରେ କେଉଁ ୫ଟି ଜିନିଷ ରଖିବାରୁ ଦୂରେଇ ରହିବାକୁ କୁହାଯାଏ।

ଭଙ୍ଗା କିମ୍ବା ଫାଟିଥିବା ବାସନ ବାସ୍ତୁ ମାନ୍ୟତା ଅନୁସାରେ ରୋଷେଇ ଘରରେ ଭଙ୍ଗା, ଚରକିଥିବା କିମ୍ବା ଫାଟିଥିବା ବାସନ ରଖିବା ଶୁଭ ନୁହେଁ।

ଏହାକୁ ଅଭାବ ଓ ନକାରାତ୍ମକତାର ପ୍ରତୀକ ବୋଲି ଧରାଯାଏ।

ତେଣୁ ଏଭଳି ବାସନକୁ ହଟାଇ ରୋଷେଇ ଘରକୁ ସଫା ଓ ସୁବ୍ୟବସ୍ଥିତ ରଖିବାକୁ ପରାମର୍ଶ ଦିଆଯାଏ।

Advertisment ସ୍ଲାବ୍ ଉପରେ ଔଷଧ ରଖନ୍ତୁନି ଅନେକ ଲୋକ ଔଷଧ ଖାଇବା ମନେରଖିବା ପାଇଁ ଏହାକୁ କିଚେନ୍ ସ୍ଲାବ୍‌ ଉପରେ ରଖିଥାନ୍ତି।

ବାସ୍ତୁ ଅନୁସାରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ସ୍ଥାନକୁ ଔଷଧରୁ ଅଲଗା ରଖିବା ଉଚିତ।

ବ୍ୟବହାରିକ ଦୃଷ୍ଟିରୁ ମଧ୍ୟ ଔଷଧକୁ ଖାଦ୍ୟ ସାମଗ୍ରୀଠାରୁ ଅଲଗା, ସୁରକ୍ଷିତ ସ୍ଥାନରେ ରଖିବା ଭଲ।

ଚୁଲା ସାମ୍ନାରେ ଆଇନା ଲଗାନ୍ତୁନି ବାସ୍ତୁଶାସ୍ତ୍ରରେ ରୋଷେଇ ଘରକୁ ଅଗ୍ନି ତତ୍ତ୍ୱ ସହ ଯୋଡ଼ାଯାଇଛି।

ତେଣୁ ଚୁଲା ସାମ୍ନାରେ ଏଭଳି ଆଇନା ରଖିବା, ଯେଉଁଥିରେ ନିଆଁର ପ୍ରତିଫଳନ ଦେଖାଯାଏ, ତାହାକୁ ଅନୁଚିତ ମନାଯାଏ।

କିଛି ମାନ୍ୟତା ଏହାକୁ ଅନାବଶ୍ୟକ ଖର୍ଚ୍ଚ ସହ ମଧ୍ୟ ଯୋଡ଼ିଥାଏ।

ସଫା କରିବା ସାମଗ୍ରୀ ଛାଡ଼ନ୍ତୁନି ରୋଷେଇ ଘର ସଫା କରିବା କପଡ଼ା, ବ୍ରଶ୍ ଓ ଅନ୍ୟାନ୍ୟ ସଫାସୁତରା ସାମଗ୍ରୀକୁ ବ୍ୟବହାର ପରେ ସ୍ଲାବ୍‌ ଉପରେ ନ ରଖିବା ଭଲ।

ବାସ୍ତୁରେ ସ୍ୱଚ୍ଛତା ଓ ସୁବ୍ୟବସ୍ଥାକୁ ସକାରାତ୍ମକ ଶକ୍ତି ସହ ଯୋଡ଼ାଯାଏ।

ଖାଲି ଡବା ରନ୍ତୁନି ଅଟା, ଚାଉଳ, ଡାଲି ଓ ମସଲାର ଖାଲି ଡବାକୁ ଦୀର୍ଘ ଦିନ ଧରି କିଚେନ୍ ସ୍ଲାବ୍‌ରେ ରଖିବାରୁ ଦୂରେଇ ରହିବାକୁ ବାସ୍ତୁରେ କୁହାଯାଇଛି।

ଅନାଜକୁ ସମୃଦ୍ଧିର ପ୍ରତୀକ ମନାଯାଉଥିବାରୁ ଖାଲି ଡବାକୁ ଅଭାବ ସହ ଯୋଡ଼ାଯାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।