Vigilance: ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡିଇଓ ଅଫିସର ପ୍ରୋଗ୍ରାମର
"ଜଗତସିଂହପୁର: ସ୍କୁଲରେ ଡିଜିଟାଲ ବ୍ଲାକ୍ବୋର୍ଡ ସ୍ଥାପନ ବିଲ୍ ପାସ୍ କରାଇଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ (DEO) ତଥା ସମଗ୍ର ଶିକ୍ଷା ଅଭିଯାନ (SSA) କାର୍ଯ୍ୟାଳୟର ପ୍ରୋଗ୍ରାମର ଚନ୍ଦ୍ରଜିତ ପରିଜାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି।Advertisment ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଡିଜିଟାଲ ବ୍ଲାକ୍ବୋର୍ଡ ସ୍ଥାପନ କାର୍ଯ୍ୟ କରିଥିବା ଜଣେ ଠିକାଦାର (ଅଭିଯୋଗକାରୀ)ଙ୍କ ବାକି ଥିବା ବିଲ୍ ପାସ୍ କରିବା ପାଇଁ ପ୍ରୋଗ୍ରାମର ଶ୍ରୀ ପରିଜା ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।
ଶ୍ରୀ ପରିଜା କ୍ରୟ ଓ ବୈଷୟିକ କମିଟିର ଜଣେ ସଦସ୍ୟ ଭାବରେ ସ୍ଥାପନ କାର୍ଯ୍ୟର ଯାଞ୍ଚ କରିବା କଥା।
ସେ ପ୍ରମାଣପତ୍ର (Certification) ଦେବା ପରେ ହିଁ ବିଲ୍ ଟଙ୍କା ମଞ୍ଜୁର ହୋଇଥାଏ।
ଆହୁରି ପଢନ୍ତୁ: Students terrified: ନିର୍ବାଚନ ପୂର୍ବରୁ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼, ଛାତ୍ରଛାତ୍ରୀ ଭୟଭୀତ ତେବେ ଅଭିଯୋଗକାରୀ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଶ୍ରୀ ପରିଜା କାର୍ଯ୍ୟ ଯାଞ୍ଚ ନକରି ଲାଞ୍ଚ ଟଙ୍କା ପାଇଁ ହଇରାଣ ହରକତ କରିଆସୁଥିଲେ।
ଏଥିରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଭିଜିଲାନ୍ସ ଯୋଜନା ଅନୁଯାୟୀ, ଆଜି (୦୮.୧୦.୨୦୨୬) ଅଭିଯୋଗକାରୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଟିମ୍ ଶ୍ରୀ ପରିଜାଙ୍କୁ ଧରିଥିଲେ।
ଶ୍ରୀ ପରିଜାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଏହି ସଫଳ ଚଢ଼ାଉ ପରେ ଶ୍ରୀ ପରିଜାଙ୍କ ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ ସାଙ୍ଗେ ସାଙ୍ଗେ ସ୍ୱତନ୍ତ୍ର ଟିମ୍ ଦ୍ୱାରା ତାଙ୍କ ସହ ଜଡ଼ିତ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ସମାନ୍ତରାଳ ଚଢ଼ାଉ ଜାରି ରହିଛି।
ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ମାମଲା ନଂ-୩୯/୨୦୨୬, ଧାରା-୭ P.C (Amendment) Act, 2018 ଅନୁଯାୟୀ କେସ୍ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।