Vigilance Raids On R&B Engineer: ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ, ବଡ଼ଚଣା ଯନ୍ତ୍ରୀଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

Oct 22, 2026 - 09:09
Vigilance Raids On R&B Engineer: ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ, ବଡ଼ଚଣା ଯନ୍ତ୍ରୀଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଯାଜପୁରରେ ଭିଜିଲାନ୍ସ ରେଡ୍। ବଡ଼ଚଣା R&B ସବ୍‌ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ଘରେ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଯାଞ୍ଚ।

ବଡଚଣା ଅଫିସ ସମେତ ଭୁବନେଶ୍ବର, ପୁରୀ, କଟକରେ ରେଡ୍ ଚାଲିଛି। କଟକ ସିଡିଏ ସେକ୍ଟର-୭ରେ ଥିବା ତିନିମହଲା କୋଠା, କଣ୍ଟାପଡ଼ାରେ ଥିବା ଫାର୍ମ ହାଉସ୍  ଓ ସିମ୍ପ୍ଲେକ୍ସ ଓ କଟକ ୪୨ ମୌଜାରେ ତପନ ସେଠୀଙ୍କ ଶ୍ୱଶୁର ଘର ଭିଜିଲାନ୍ସ ଚଢାଉ ଜାରି ରଖିଛି। ସେହିପରି ପୁରୀ ସିଦ୍ଧମହାବୀର ଅଞ୍ଚଳରେ ଥିବା ତିନିମହଲା କୋଠା, କୋଣାର୍କ ଥାନା ଝିଙ୍କିରିଆସ୍ଥିତ ପୈତୃକ ଘର ଓ ଭୁବନେଶ୍ୱର କଣ୍ଟାବାଡ଼ରେ ଥିବା ଦୁଇମହଲା କୋଠା ମଧ୍ୟ ଭିଜିଲାନ୍ସ ରେଡ କରୁଛି। 

୩ ଜଣ ଅତିରିକ୍ତ ଏସ୍‌ପି, ୬ ଜଣ ଡିଏସ୍‌ପି ଓ ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଏକାଧିକ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଯାଞ୍ଚ ଚାଲିଛି। ତେବେ ଚଢ଼ାଉ ବେଳେ କେତେ ସମ୍ପତ୍ତି ଠାବ ହୋଇଛି, ସେନେଇ ଏଯାଏଁ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।