Vinod Kambli: କାମ୍ବଲିଙ୍କ ଏ କି ଅବସ୍ଥା! ବୃଦ୍ଧାଶ୍ରମରୁ ଦୁଃଖ ବଖାଣିଲେ ପୂର୍ବତନ ବ୍ୟାଟର
"ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟର ବିନୋଦ କାମ୍ବଲିଙ୍କୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି।
ଏହି ଭିଡିଓରେ କାମ୍ବଲିଙ୍କୁ ଠାଣେର ଏକ ବୃଦ୍ଧାଶ୍ରମ ସଦୃଶ ସେବାକେନ୍ଦ୍ରରେ ରହୁଥିବା ଦେଖିବାକୁ ମିଳିଛି।
Advertisment ଭାଇରାଲ୍ ଭିଡିଓରେ କାମ୍ବଲି ଅସୁବିଧାରେ ଥିବା କହୁଥିବା ଶୁଣିବାକୁ ମିଳିଛି।
ସେ ନିଜ ପରିଚୟ ଦେଇ କହିଛନ୍ତି, "ମୁଁ ଠାଣେର "ନିଦାନ" ନାମକ ଏହି କେନ୍ଦ୍ରରେ ଅଛି।
ଏହି ଖୁବ ସ୍ଥାନ ପରିଷ୍କାର, ପରିଚ୍ଛନ୍ନତା ରହିଛି।
ଏଠାକାରଲୋକମାନେ ବି ମୋତେ ଖୁବ ସ୍ନେହ କରୁଛନ୍ତି।
ଘର ଠାରୁ ଦୂରରେ ରହୁଥିବା ଅନୁଭବ ହେଉନାହିଁ।" ଗତ କିଛି ବର୍ଷ ଧରି କାମ୍ବଲିଙ୍କ ସ୍ୱାସ୍ଥ୍ୟ ଭଲ ରହୁ ନଥିବା ଖବର ସାମ୍ନାକୁ ଆସିଛି।
୨୦୨୪ ଶେଷ ଭାଗରେ ୟୁରିନ୍ ଇନଫେକ୍ସନ୍, ମାଂସପେଶୀ ସମସ୍ୟା ଓ ଅନ୍ୟାନ୍ୟ ଅସୁସ୍ଥତା କାରଣରୁ ତାଙ୍କୁ ଠାଣେର ଏକ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା।
୧୯୯୦ ଦଶକରେ ବିନୋଦ କାମ୍ବଲି ଭାରତୀୟ ବ୍ୟାଟିଂର ଏକ ଚର୍ଚ୍ଚିତ ନାମ ଥିଲେ।
ସେ ଭାରତ ପାଇଁ ୧୭ଟି ଟେଷ୍ଟରେ ୧,୦୮୪ ରନ୍ ଏବଂ ୧୦୪ଟି ଦିନିକିଆରେ ୨,୪୭୭ ରନ୍ କରିଥିଲେ।
ଟେଷ୍ଟ କ୍ରିକେଟ୍ରେ ତାଙ୍କ ନାମରେ ୪ଟି ଶତକ ରହିଛି।
ସଚିନ ତେନ୍ଦୁଲକରଙ୍କ ସହ ତାଙ୍କ ବନ୍ଧୁତା କ୍ରିକେଟ୍ ଜଗତରେ ବେଶ୍ ଚର୍ଚ୍ଚାରେ ଥିଲା।
ଆଶ୍ରମର ଚତୁର୍ଥ ମହଲାରୁ ଡେଇଁ ଜୀବନ ହାରିଲେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।