Viral 80s AI Photo Trend: ଆପଣ ୮୦ ଦଶକରେ କେମିତି ଦିଶିଥାନ୍ତେ? ChatGPTରେ ଏହି Prompt ବ୍ୟବହାର କରି ନିଜ ଫଟୋକୁ ଦିଅନ୍ତୁ ୮୦ ଦଶକର ଲୁକ୍
ସୋସିଆଲ୍ ମିଡିଆରେ ପୁଣି ଏକ ନୂଆ AI ଟ୍ରେଣ୍ଡ୍କୁ ନେଇ ଚର୍ଚ୍ଚା। ଏଥର ୟୁଜର୍ସ ସେମାନଙ୍କ ଆଜିର ଫଟୋକୁ ଏମିତି ବଦଳାଉଛନ୍ତି, ଯେପରି ତାହା ୧୯୮୦ ଦଶକରେ ଫିଲ୍ମ କ୍ୟାମେରାରେ ଉଠାଯାଇଥିଲା। କେବଳ ଭିଣ୍ଟେଜ୍ କିମ୍ବା ସେପିଆ ଫିଲ୍ଟର ନୁହେଁ, AI ସାହାଯ୍ୟରେ ଫଟୋର ପୋଷାକ, ହେୟାରଷ୍ଟାଇଲ୍, ବ୍ୟାକଗ୍ରାଉଣ୍ଡ, ଲାଇଟିଂ ଏପରିକି ପୂରା ଫଟୋଗ୍ରାଫି ଷ୍ଟାଇଲ୍କୁ ମଧ୍ୟ ବଦଳାଯାଉଛି।
ଫଳରେ ତିଆରି ହେଉଥିବା ଫଟୋକୁ ଦେଖିଲେ ଲାଗୁଛି ଯେପରି କୌଣସି ପୁରୁଣା ଫ୍ୟାମିଲି ଆଲବମ୍ରୁ ବାହାର କରାଯାଇଛି। କେହି ରେଟ୍ରୋ ବଲିଉଡ୍ ଲୁକ୍ ନେଉଛନ୍ତି ତ ଆଉ କେହି 80s School Yearbook, Corporate Office, Nightlife କିମ୍ବା Rock Concert ଷ୍ଟାଇଲ୍ରେ ନିଜକୁ ଦେଖୁଛନ୍ତି।
ChatGPTରେ କେମିତି କରିବେ 80s Photo?
ଏହି ଟ୍ରେଣ୍ଡ୍କୁ ଟ୍ରାଏ କରିବା ପାଇଁ ପ୍ରଥମେ ଏମିତି ଏକ ଫଟୋ ବାଛନ୍ତୁ, ଯେଉଁଥିରେ ଆପଣଙ୍କ ଚେହେରା ସ୍ପଷ୍ଟ ଦେଖାଯାଉଥିବ। ଏହାକୁ ChatGPTରେ ଅପଲୋଡ୍ କରି ନିଜ ପସନ୍ଦର 80s ଲୁକ୍ ବିଷୟରେ Prompt ଦିଅନ୍ତୁ। Promptରେ ଚେହେରାକୁ ପରିଚିତ ରଖିବା ସହ ପୋଷାକ, ହେୟାରଷ୍ଟାଇଲ୍, ବ୍ୟାକଗ୍ରାଉଣ୍ଡ, କ୍ୟାମେରା ଏବଂ ଲାଇଟିଂ କେମିତି ଚାହୁଁଛନ୍ତି ତାହା ସ୍ପଷ୍ଟ କରିପାରିବେ। ପ୍ରଥମ ଫଟୋ ପସନ୍ଦ ନହେଲେ ସେହି ଫଟୋରେ ପୁଣି ପରିବର୍ତ୍ତନ କରିବାକୁ କହିପାରିବେ।
Classic 80s Family Portrait
ପୁରୁଣା ଫ୍ୟାମିଲି ଆଲବମ୍ ଭଳି ଫଟୋ ଚାହୁଁଥିଲେ ଏହି Prompt ବ୍ୟବହାର କରନ୍ତୁ—
Transform this photo into a realistic 1980s family photograph. Keep my face, facial structure, skin tone, expression and identity recognizable. Add authentic 1980s clothing, hairstyle and accessories. Use warm analog lighting, subtle Kodak-style film colours, natural grain, faded tones and soft focus. Replace modern objects with vintage furniture, a CRT television and classic home décor.
ଏଥିରେ ଆପଣଙ୍କ ଚେହେରାକୁ ପରିଚିତ ରଖି ପୋଷାକ, ଘରର ସାଜସଜ୍ଜା ଓ ଫଟୋର ଟୋନ୍କୁ 80s ଷ୍ଟାଇଲ୍ରେ ବଦଳାଯାଇପାରିବ।
80s School Yearbook Look
ପୁରୁଣା ସ୍କୁଲ୍ Yearbook ଫଟୋ ଭଳି ଲୁକ୍ ପାଇଁ—
Convert this image into an authentic 1980s high school yearbook portrait. Preserve my facial identity and natural expression. Give me an authentic 1980s hairstyle and clothing. Use a simple studio backdrop, soft flash photography, visible film grain and slightly faded colours.
ଏହି Prompt ଫଟୋକୁ ସିମ୍ପଲ୍ ଷ୍ଟୁଡିଓ ବ୍ୟାକଗ୍ରାଉଣ୍ଡ, ପୁରୁଣା ପୋଷାକ ଓ ଆନାଲଗ୍ କ୍ୟାମେରା ଲୁକ୍ ଦେଇପାରିବ।
80s Vacation Photo
ଛୁଟିଦିନରେ ଉଠାଯାଇଥିବା ପୁରୁଣା ଫଟୋ ଭଳି ଲୁକ୍ ଚାହୁଁଥିଲେ—
Turn this into a casual 1980s vacation photograph shot on 35mm film. Keep my identity intact. Add colourful retro clothing, warm sunlight, vintage cars and palm trees. Use natural film imperfections, soft focus, warm colours and realistic analog photography.
ଏଥିରେ 35mm Film Effect, Vintage Cars, Palm Trees ଓ ରଙ୍ଗିନ ରେଟ୍ରୋ ପୋଷାକ ଯୋଗ କରି 80s Vacation Mood ତିଆରି କରାଯାଇପାରିବ।
Retro Street Photography
80s ରାସ୍ତାରେ ଉଠାଯାଇଥିବା candid photo ଭଳି ଲୁକ୍ ପାଇଁ—
Transform this image into a candid street photograph from the 1980s. Preserve my face and identity. Add period-accurate clothing, neon storefronts, payphones and classic cars. Use realistic analog lighting, subtle colour fading and authentic film grain.
ଏହା ଫଟୋରେ Neon Storefront, Payphone ଓ Classic Cars ଭଳି ପୁରୁଣା ଦଶକର ଏଲିମେଣ୍ଟ ଯୋଡ଼ିପାରିବ।
80s Corporate Office Look
୧୯୮୦ ଦଶକର ଅଫିସ୍ ପୋର୍ଟ୍ରେଟ୍ ଭଳି ଫଟୋ ଚାହୁଁଥିଲେ—
Create a believable 1980s corporate office portrait. Keep my facial features unchanged. Dress me in a vintage business suit with shoulder pads and retro glasses. Add a classic office interior with CRT monitors and filing cabinets. Use soft analog lighting and realistic film grain.
Vintage Business Suit, Retro Glasses, CRT Monitor ଓ Filing Cabinet ଏହି ଲୁକ୍ର ମୁଖ୍ୟ ଆକର୍ଷଣ ହୋଇପାରେ।
80s Nightlife Look
ଫଟୋକୁ ଗ୍ଲାମରସ୍ ରେଟ୍ରୋ ଲୁକ୍ ଦେବାକୁ—
Convert this image into an authentic 1980s nightlife photograph. Preserve my appearance and facial identity. Add a leather jacket, bold 1980s hairstyle and colourful neon lighting. Use realistic flash photography, visible film grain and a slightly underexposed background.
Leather Jacket, Bold Hairstyle ଓ Neon Lighting ଫଟୋକୁ ଏକଦମ 80s Nightlife Mood ଦେଇପାରିବ।
80s Fitness Photo
ପୁରୁଣା ଦଶକର Gym କିମ୍ବା Fitness Shoot ଭଳି ଲୁକ୍ ପାଇଁ—
Turn this photo into a realistic 1980s fitness portrait. Keep my face recognizable. Add colourful workout clothes, sweatbands, leg warmers and vintage gym equipment. Use warm analog lighting, natural grain and the soft-focus look of an old film photograph.
ରଙ୍ଗିନ Workout Clothes, Sweatband, Leg Warmer ଏବଂ Vintage Gym Equipment ଫଟୋକୁ ଏକ ଅଲଗା ରେଟ୍ରୋ ଅନୁଭୂତି ଦେଇପାରେ।
80s Rock Concert Look
ନିଜକୁ 80s Rock Star ଭଳି ଦେଖିବାକୁ ଚାହୁଁଥିଲେ—
Transform this photo into an authentic 1980s rock concert photograph. Keep my identity recognizable. Dress me in a denim jacket with a vintage band T-shirt and retro accessories. Add dramatic stage lighting, flash photography, soft focus and realistic analog film texture.
Denim Jacket, Vintage Band T-shirt ଓ Dramatic Stage Lighting ସହ ଫଟୋକୁ ପୁରୁଣା Rock Concert ଷ୍ଟାଇଲ୍ରେ ରିକ୍ରିଏଟ୍ କରାଯାଇପାରିବ।
କେବଳ Filter ନୁହେଁ, ବଦଳିଯାଉଛି ପୂରା Photo
80s AI Photo Trendର ମୁଖ୍ୟ ଆକର୍ଷଣ ହେଉଛି, ଏହା କେବଳ ଫଟୋର Colour Tone ବଦଳାଇବାରେ ସୀମିତ ନୁହେଁ। Promptରେ ଠିକ୍ ଭାବେ ନିର୍ଦ୍ଦେଶ ଦିଆଗଲେ ପୋଷାକ, Hair Style, Accessories, Background ଓ Lighting ସହ ପୂରା Photography Styleକୁ ବଦଳାଯାଇପାରେ।
ଫଳରେ ଆଜି ମୋବାଇଲ୍ରେ ଉଠାଯାଇଥିବା ଏକ ଫଟୋ ମଧ୍ୟ ପୁରୁଣା Family Album, Bollywood Portrait, School Yearbook କିମ୍ବା Film Cameraରେ ଉଠାଯାଇଥିବା ୧୯୮୦ ଦଶକର ଫଟୋ ଭଳି ଦେଖାଯାଇପାରେ।
ଭଲ Result ପାଇଁ କ’ଣ କରିବେ?
ଭଲ ଫଳାଫଳ ପାଇଁ ସ୍ପଷ୍ଟ ଚେହେରା ଥିବା ଫଟୋ ବାଛିବା ସହ Promptରେ “keep my facial identity, facial features and skin tone recognizable” ଭଳି ନିର୍ଦ୍ଦେଶ ଯୋଡ଼ିପାରିବେ। ଏହାପରେ ନିଜ ପସନ୍ଦ ଅନୁସାରେ Family Album, Retro Bollywood, Street Photography, Office Portrait କିମ୍ବା Concert Look ବାଛିପାରିବେ।
ପ୍ରଥମ ଚେଷ୍ଟାରେ ଫଟୋ ମନପସନ୍ଦ ନହେଲେ Promptକୁ ଆହୁରି ସ୍ପଷ୍ଟ କରି ପୁଣିଥରେ ଚେଷ୍ଟା କରିପାରିବେ। ଏଭଳି ଭାବେ ଗୋଟିଏ ଫଟୋରୁ ତିଆରି କରିହେବ ଅନେକ ଅଲଗା 80s Version।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।