Warning: ପ୍ରଶାନ୍ତ-ସୁନେତ୍ରାଙ୍କ ଭେଟ ନେଇ ସତର୍କ କଲେ ବିଜେପି ନେତା

Aug 07, 2026 - 20:31
Warning: ପ୍ରଶାନ୍ତ-ସୁନେତ୍ରାଙ୍କ ଭେଟ ନେଇ ସତର୍କ କଲେ ବିଜେପି ନେତା

"ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କୁ ରାଜ୍ୟର ଜଣେ ବିଜେପି ମନ୍ତ୍ରୀ ମେଣ୍ଟ ସରକାରରେ ଫାଟ ସୃଷ୍ଟି ହେବାଭଳି କିଛି ପଦକ୍ଷେପ ନନେବାକୁ ପରାମର୍ଶ ଦେଇଛନ୍ତି।

ଏନସିପି ନେତ୍ରୀ ସୁନେତ୍ରା ବିହାରର ବାଙ୍କୀପୁର ଆସନରୁ ନିର୍ବାଚନ ଜିତିଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ସାକ୍ଷାତ କରିଥିବା ଜଣାପଡ଼ିବା ପରେ ବିଜେପି ନେତା ତାଙ୍କୁ ସତର୍କ କରିଦେଇଛନ୍ତି।Advertisment ମହାରାଷ୍ଟ୍ରର ରାଜସ୍ୱ ମନ୍ତ୍ରୀ ଏବଂ ନାଗପୁର ଓ ଅମରାବତୀ ଜିଲ୍ଲାର ଅଭିଭାବକ ମନ୍ତ୍ରୀ ଚନ୍ଦ୍ରଶେଖର ବାୱନକୁଳେ କହିଛନ୍ତି, ମେଣ୍ଟରେ ଫାଟ ସୃଷ୍ଟି ହେବାଭଳି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ।

ତାଙ୍କର ଏହି ମନ୍ତବ୍ୟ ସୁନେତ୍ରା ପାୱାରଙ୍କୁ ଏକ ପରାମର୍ଶ ବୋଲି ମନେ କରାଯାଉଛି।

ସେ କହିଛନ୍ତି, " ଏହା ସେମାନଙ୍କ ଦଳର ଆଭ୍ୟନ୍ତରୀଣ ବିଷୟ।

ତେବେ ମହାୟୁତି ମେଣ୍ଟର ଅଂଶୀଦାର ହୋଇ ରହିଥିବାବେଳେ ଏଭଳି କୌଣସି ପଦକ୍ଷେପ ନିଆଯିବା ଉଚିତ ନୁହେଁ, ଯାହା ମେଣ୍ଟର ସହଯୋଗୀ ଦଳମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିବ କିମ୍ବା କୌଣସି ଦଳର କ୍ଷତି କରିବ।

ସମସ୍ତେ ମହାୟୁତିର ଆଚରଣବିଧିକୁ ପାଳନ କରିବା ଉଚିତ।

ସୁନେତ୍ରା ପାୱାରଙ୍କ ନେତୃତ୍ୱାଧୀନ ଏନସିପି ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପିର ଏକ ମେଣ୍ଟ ସହଯୋଗୀ।

ଏକନାଥ ସିନ୍ଦେଙ୍କ ଶିବସେନା ମଧ୍ୟ ଏହି ମେଣ୍ଟର ତୃତୀୟ ସହଯୋଗୀ ଦଳ।

ବାୱନକୁଳେ କହିଛନ୍ତି, ସୁନେତ୍ରା ପାୱାର ପ୍ରଶାନ୍ତ କିଶୋରଙ୍କୁ କାହିଁକି ଭେଟିଥିଲେ, ସେନେଇ ମୋର ଆଉ କିଛି କହିବାର ନାହିଁ।

କିନ୍ତୁ ମେଣ୍ଟ ମଧ୍ୟରେ ଫାଟ କିମ୍ବା ଅବିଶ୍ୱାସ ସୃଷ୍ଟି କରିବା ଭଳି କୌଣସି ଆଚରଣ ଦେଖାଇବା ଉଚିତ ନୁହେଁ।

Prashant Kishore: ବିଜେପି ଗଡ଼ ବାଙ୍କୀପୁର ଉପନିର୍ବାଚନରେ ଜିତି ଇତିହାସ ରଚିଲେ ପ୍ରଶାନ୍ତ କିଶୋର ଏନସିପି ନେତା ସଞ୍ଜୟ ଖୋଡକେ କହିଛନ୍ତି, ପ୍ରଶାନ୍ତ କିଶୋର ଦକ୍ଷିଣ ମୁମ୍ବାଇସ୍ଥିତ ସୁନେତ୍ରା ପାୱାରଙ୍କ ସରକାରୀ ବାସଭବନ "ଦେବଗିରି" ରେ ତାଙ୍କୁ ସାକ୍ଷାତ କରିଥିଲେ।

ତେବେ କିଶୋର ଓ ପାୱାରଙ୍କ ମଧ୍ୟରେ କ" ଣ ଆଲୋଚନା ହୋଇଥିଲା, ସେ ସମ୍ପର୍କରେ ଏନସିପି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ଜାନୁଆରୀରେ ବାରାମତୀରେ ଘଟିଥିବା ବିମାନ ଦୁର୍ଘଟଣାରେ ସୁନେତ୍ରା ପାୱାରଙ୍କ ସ୍ୱାମୀ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ପରଠାରୁ ପ୍ରଶାନ୍ତ କିଶୋରଙ୍କ ସହ ସୁନେତ୍ରା ପାୱାରଙ୍କର ଏହା ଦ୍ୱିତୀୟ ସାକ୍ଷାତ।

ତେବେ ସୁନେତ୍ରା ପାୱାରଙ୍କ ପୁଅ ଏବଂ ଏନସିପି ନେତା ପାର୍ଥ ପାୱାର କହିଥିଲେ ଯେ, ପ୍ରଶାନ୍ତ କିଶୋର ତାଙ୍କ ପରିବାରର ପରିଚିତ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।