Weapons Recovered from Thar After Crash in Bhubaneswar; Four Arrested, One Absconding
#ଦାମୀ_ଥାର୍_ଗାଡ଼ିରେ_ଅପରାଧିକ_ଯୋଜନା
ଭୁବନେଶ୍ବରରେ ଦାମୀ ଥାର୍ ଗାଡ଼ିରେ ଅପରାଧିକ ଯୋଜନା । ହେଲେ ଯୋଜନା ସଫଳ ହେବା ପୂର୍ବରୁ ଘଟିଲା ଦୁର୍ଘଟଣା। ଆଉ ଦୁର୍ଘଟଣା ପରେ ଗାଡ଼ି ଯାଞ୍ଚ ବେଳେ ପୋଲିସ ମିଳିଲା ମାରଣାସ୍ତ୍ର। ଘଟଣାରେ ଚନ୍ଦକା ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର୍ ରହିଛି। ଗତ ୩ ତାରିଖରେ ଚନ୍ଦକା ଥାନା ଅନ୍ତର୍ଗତ ପାଇକରାପୁର ଗାଁ ମେଲଣ ପଡ଼ିଆ ନିକଟରେ ଏକ କଳା ରଙ୍ଗର ଥାର୍ ଗାଡ଼ି ଦ୍ରୁତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ ପାଚେରୀକୁ ଧକ୍କା ଦେଇଥିଲା। ଧକ୍କା ପରେ ଗାଡ଼ିଟି ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଗାଡ଼ିରେ ଥିବା ସତ୍ୟବ୍ରତ ନାୟକ ଓରଫ୍ ରିଙ୍କୁଆ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ଗାଡ଼ି ଚଳାଉଥିବା ରଞ୍ଜିତ ହରିଚନ୍ଦନ ମଦ୍ୟପାନ କରିଥିବା ଜଣାପଡ଼ିଥିଲା। ତେବେ ଦୁର୍ଘଟଣା ପରେ ଗାଡ଼ି ଯାଞ୍ଚ ବେଳେ ଗାଡ଼ି ଭିତରୁ କଟୁରୀ, ଭୁଜାଲି, କୁରାଢ଼ୀ ଏବଂ ଡବଲ୍ ବ୍ଲେଡ୍ କୁରାଢ଼ୀ ଭଳି ମାରଣାସ୍ତ୍ରକୁ ପୋଲିସ ଜବତ ହୋଇଥିଲା। ଏତେ ପରିମାଣର ମାରଣାସ୍ତ୍ର ଗାଡ଼ିରେ କାହିଁକି ରଖାଯାଇଥିଲା, ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ। ପୋଲିସର ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତମାନଙ୍କର ପୂର୍ବରୁ ବୋମାମାଡ଼ ଓ ଆକ୍ରମଣ ମାମଲାରେ ସମ୍ପୃକ୍ତି ଥିଲା। ତେଣୁ ସମସ୍ତେ ଏକାଠି ହୋଇ କୌଣସି ବଡ଼ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଥିଲେ ବୋଲି ପୋଲିସ ସନ୍ଦେହ ପ୍ରକାଶ କରିଛି। ଏହି ଘଟଣାରେ ଚନ୍ଦକା ପୋଲିସ ରଞ୍ଜିତ ହରିଚନ୍ଦନ, ମନୋଜ ଭୋଇ, ସତ୍ୟଜିତ ରାଉତରାୟ ଓ ରାଜୀବ ବଡ଼ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଫେରାର୍ ଅଭିଯୁକ୍ତ ସତ୍ୟବ୍ରତ ନାୟକ ଓରଫ୍ ରିଙ୍କୁଆକୁ ଧରିବା ପାଇଁ ପୋଲିସର ତନାଘନା ଜାରି ରହିଛି।
#OTVShorts#Bhubaneswar#ChandakaPolice#CrimeNews
#TharAccident#WeaponsSeized#OdishaPolice#CriminalConspiracy
#PaikarapurIncident#FourArrested#BhubaneswarCrimeUpdate
A major criminal conspiracy is suspected to have been foiled after a black Mahindra Thar crashed near the Melan ground in Paikarapur village under Chandaka police limits in Bhubaneswar on November 3. The speeding vehicle hit a roadside boundary wall and overturned. During a search, police recovered several weapons, including a machete, a bhujali, an axe and a double-bladed axe. The driver, Ranjit Harichandan, was reportedly under the influence of alcohol. Police suspect the occupants were planning a major crime, as some of them were allegedly involved in previous bomb-throwing and assault cases. Four persons—Ranjit Harichandan, Manoj Bhoi, Satyajit Rautray and Rajib Badajena—have been arrested and forwarded to court. Another accused, Satyabrata Nayak alias Rinkua, fled after the accident and remains absconding. Chandaka police are investigating the motive behind carrying the weapons.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।