Wedding Jewellery Lost in Flood: ବନ୍ୟା ଉଜାଡ଼ିଦେଲା ମା'ର ସବୁ ସ୍ୱପ୍ନ ! ଝିଅ ବାହାଘର ପାଇଁ ସାଇତିଥିବା ସବୁ କିଛି ଭାସିଗଲା

Nov 01, 2026 - 13:37
Wedding Jewellery Lost in Flood: ବନ୍ୟା ଉଜାଡ଼ିଦେଲା ମା'ର ସବୁ ସ୍ୱପ୍ନ ! ଝିଅ ବାହାଘର ପାଇଁ ସାଇତିଥିବା ସବୁ କିଛି ଭାସିଗଲା

ଝିଅର ବାହାଘର ପାଇଁ କେତେ ଆଶା ଓ ସ୍ୱପ୍ନ ଦେଖିଥିଲେ ମା'।

ଟିକି ଟିକି କରି ଟଙ୍କା ସଞ୍ଚୟ କରିଥିଲେ।

ଝିଅ ପାଇଁ ଗହଣା କିଣିଥିଲେ।

୪୦ ଖଣ୍ଡ ଶାଢ଼ି ମଧ୍ୟ ସାଇତି ରଖିଥିଲେ।

ହେଲେ ଆଖି ପିଛୁଳାକେ ସବୁ ସ୍ୱପ୍ନକୁ ଧୋଇ ନେଇଛି ବନ୍ୟା।

ଏବେ ଝିଅର ବାହାଘର କେମିତି କରିବେ, ସେହି ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି ମା' ସୁନୀତା।

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ବନ୍ୟାର ବିଭୀଷିକା ଅନେକ ପରିବାରର ଜୀବନକୁ ଦୁର୍ବିଷହ କରିଦେଇଛି।

ଋଷିକୂଲ୍ୟା ନଦୀ ଓ ବିଭିନ୍ନ ନାଳର ପାଣି ଗାଁରେ ପଶିବା ପରେ ଘରଦ୍ୱାର ସହ ଲୋକଙ୍କ ବର୍ଷ ବର୍ଷର ସଞ୍ଚୟ ମଧ୍ୟ ନଷ୍ଟ ହୋଇଯାଇଛି।

ସୁନୀତା ଝିଅ ବାହାଘର ପାଇଁ ରଖିଥିବା ଗହଣା, ୪୦ ଖଣ୍ଡ ଶାଢ଼ି ଓ ୨୦ ହଜାର ଟଙ୍କା ବନ୍ୟା ପାଣିରେ ଭାସିଯାଇଛି।

କେବଳ ସୁନୀତା ନୁହନ୍ତି, ଗାଁର ଶହ ଶହ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି।

ଘରେ ଥିବା ଚାଉଳ ଓଦା ହୋଇ ପଚିବାକୁ ବସିଥିବାରୁ ଲୋକେ ଛାତ ଉପରେ ଶୁଖାଉଛନ୍ତି।

ଦୁଇ ଓଳି ଖାଇବା ଯୋଗାଡ଼ କରିବା ମଧ୍ୟ ଏବେ ବଡ଼ ସମସ୍ୟା ପାଲଟିଛି।

ବାତ୍ୟା ଅର୍ଣ୍ଣବ ପରେ ବନ୍ୟାର ଏହି ତାଣ୍ଡବ ଗ୍ରାମବାସୀଙ୍କୁ ନିଃସହାୟ କରିଦେଇଛି।

ପ୍ରଭାବିତ ଲୋକେ ପ୍ରଶାସନିକ ଅବହେଳା ନେଇ ଅଭିଯୋଗ କରୁଥିବା ବେଳେ ସେମାନଙ୍କ କ୍ଷୟକ୍ଷତିର ଭରଣା ଓ ଥଇଥାନ କେବେ ହେବ, ତାହାକୁ ଅପେକ୍ଷା କରିଛନ୍ତି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।