04 OCTOBER 2026

Welcome!

Unlock your personalized experience.
Sign Up

Weekly Horoscope 2026 October 04 to 10: ଜାଣନ୍ତୁ ଏ ସପ୍ତାହର ରାଶିଫଳ

Oct 04, 2026 - 00:04
Weekly Horoscope 2026 October 04 to 10: ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ରବିବାର ବେପାରରେ ଲାଭ ହେବ। ସୋମ ଓ ମଙ୍ଗଳବାର ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ବୁଧ ଓ ଗୁରୁବାର ଆୟବ୍ୟୟର ସମନ୍ବୟ ବଜାୟ ରହିବ। ଶୁକ୍ର ଓ ଶନିବାର ସମାଜ କାମରେ ପ୍ରସିଦ୍ଧି ବଢ଼ିବ।

ବୃଷ: ରବିବାର ଭଲ ଲାଭର ଯୋଗ ଅଛି। ସୋମ ଓ ମଙ୍ଗଳବାର କାର୍ଯ୍ୟଭାର ବୃଦ୍ଧି ହୋଇପାରେ। ବୁଧ ଓ ଗୁରୁବାର ଲାଗି ରହିଥିବା ସମସ୍ୟା କମ୍ ହେବ। ଶୁକ୍ର ଓ ଶନିବାର ବୈବାହିକ ଜୀବନରେ ସୁଖୀ ରହିବେ।

Taurus

ମିଥୁନ: ରବିବାର ନୂଆ ଶକ୍ତି ଅନୁଭବ କରିବେ। ସୋମ ଓ ମଙ୍ଗଳବାର ନିଜ କାମ ଅନ୍ୟମାନଙ୍କ ଦ୍ବାରା କରିନେବେ। ବୁଧ ଓ ଗୁରୁବାର କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଶୁକ୍ର ଓ ଶନିବାର ବ୍ୟବସାୟରେ ବୃଦ୍ଧି ହେବ।Gemini

କର୍କଟ: ରବିବାର ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର ଅଧୁରା ଥିବା କାମ ପୂରା ହେବ। ବୁଧ ଓ ଗୁରୁବାର ମସ୍ତି‌ଷ୍କରେ ନୂଆ ନୂଆ ବିଚାର ଆସିବ। ଶୁକ୍ର ଓ ଶନିବାର ଆହ୍ବାନର ପଛଘୁଞ୍ଚା ଦେବେନାହିଁ।

Cancer
ସିଂହ: ରବିବାର ଜୀବନରେ ନୂଆ ଖୁସି ଆସିବ। ସୋମ ଓ ମଙ୍ଗଳବାର କୋର୍ଟକଚେରିରେ କିଛି ବାଧା ଆସିପାରେ। ବୁଧ ଓ ଗୁରୁବାର ପଦ ପ୍ରତିଷ୍ଠା ବଢ଼ିବ। ଶୁକ୍ର ଓ ଶନିବାର ଧନଲାଭ ପାଇଁ ସୁଯୋଗ ପାଇବେ।

Leo

କନ୍ୟା: ରବିବାର ସମାଜରେ ପ୍ରସିଦ୍ଧି ବଢ଼ିବ। ସୋମ ଓ ମଙ୍ଗଳବାର କ‌ାମରେ ଭଲ ପରିଣାମ ପାଇବେ। ବୁଧ ଓ ଗୁରୁବାର କେହି ଆପଣଙ୍କ କଥାରେ ପ୍ରଭାବିତ ହେବେ। ଶୁକ୍ର ଓ ଶନିବାର ବକେୟା ଅର୍ଥ ପାଇବେ।

Virgo

ତୁଳା: ରବିବାର ନୂଆ କାର୍ଯ୍ୟ ଆରମ୍ଭ କରିବେ। ସୋମ ଓ ମଙ୍ଗଳବାର କ୍ୟାରିୟର୍‌ ସମ୍ବନ୍ଧରେ ନୂଆ ସୁଯୋଗ ପାଇବେ। ବୁଧ ଓ ଗୁରୁବାର ଭ୍ରମଣ ଲାଭପ୍ରଦ ହେବ। ଶୁକ୍ର ଓ ଶନିବାର ବିରୋଧୀ ପ୍ରତି ସାବଧାନ ରହନ୍ତୁ।

Libraବିଛା: ରବିବାର ନୂଆ ସୁଯୋଗ ପାଇବେ। ସୋମ ଓ ମଙ୍ଗଳବାର ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ। ବୁଧ ଓ ଗୁରୁବାର ଆପଣଙ୍କ ସାମନାକୁ ନୂଆ ଆହ୍ବାନ ଆସିବ। ଶୁକ୍ର ଓ ଶନିବାର ଭାଗ୍ୟର ଦ୍ବାର ଖୋଲିବ।

Scorpio

ଧନୁ: ରବିବାର ଫାଲ୍‌ତୁ ଖର୍ଚ୍ଚ କରନ୍ତୁନାହିଁ। ସୋମ ଓ ମଙ୍ଗଳବାର ପୂର୍ବ କାର୍ଯ୍ୟର ପ୍ରଶଂସା ପାଇବେ। ବୁଧ ଓ ଗୁରୁବାର ଚାକିରି ବଦଳାଇବା ଲାଗି ସମୟ ଅନୁକୂଳ। ଶୁକ୍ର ଓ ଶନିବାର ବେପାରରେ ଲାଭ ହେବ।

Sagittarius

ମକର: ରବିବାର ନୂଆ କାମ ପାଇବେ। ସୋମ ଓ ମଙ୍ଗଳବାର ଦାମ୍ପତ୍ୟ ଜୀବନରେ ଖୁସି ରହିବ। ବୁଧ ଓ ଗୁରୁବାର ବ୍ୟବହାରରେ ସଂଯମ ରଖନ୍ତୁ। ଶୁକ୍ର ଓ ଶନିବାର ଚାକିରିରେ ପଦୋନ୍ନତି ହୋଇପାରେ।

Capricorn

କୁମ୍ଭ: ରବିବାର ଅଚାନକ ଧନଲାଭ ହେବ। ସୋମ ଓ ମଙ୍ଗଳବାର କୌଣସି ଅସୁବିଧା ବନ୍ଧୁଙ୍କୁ କହିବେ। ବୁଧ ଓ ଗୁରୁବାର ନୂଆ କାମ ପାଇଁ ମନରେ ବିଚାର ଆସିବ। ଶୁକ୍ର ଓ ଶନିବାର ସମ୍ବନ୍ଧରେ ମଧୁରତା ବଢ଼ିବ।

Aquarius

ମୀନ: ରବିବାର କୌଣସି କାମରେ ପ୍ରଶଂସା ପାଇବେ। ସୋମ ଓ ମଙ୍ଗଳବାର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ। ବୁଧ ଓ ଗୁରୁବାର ବ୍ୟବସାୟ କାର୍ଯ୍ୟରେ ପ୍ରଗତି ହେବ। ଶୁକ୍ର ଓ ଶନିବାର ପ୍ରେମ ସମ୍ବନ୍ଧ ମଧୁର ହେବ।

Aquarius

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।