Weekly Horoscope From 26th October 2026 to 1st November 2026: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...
ମେଷ- ପରିବାରରେ ଲାଗିରହିଥିବା ଅଶାନ୍ତି ଦୂରହେବ ।
ପାଖଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିଦେବେ ।
ଅଫିସରେ ଅଧିକ କାମ କଲେ ଯାଇ ଅବଶିଷ୍ଟ କାମ ପୂରା ହେବ ।
ବିରୋଧୀମାନେ ଆପଣଙ୍କ ସମ୍ମୁଖକୁ ଆସିବା ପାଇଁ ଭୟ କରିବେ ।
ବାଲ୍ୟବନ୍ଧୁ ସହିତ ମିଶିବା ପାଇଁ ମନ କହିବ ।
ରାଜନେତାଙ୍କ ଲାଗି ଭଲ ଦିନଟିଏ ।
ଅଧିକାର ଜାହିର କରିବା ପ୍ରବୃତ୍ତି ଉପରେ ନିୟନ୍ତ୍ରଣ ରଖନ୍ତୁ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର - ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ Advertisment ବୃଷ- ଆପଣଙ୍କ ବିଚାର ସକାରାତ୍ମକ ରହିବ ।
ଯାହାବି କାମ କରିବେ ସଫଳତା ପାଇବେ ।
ନୂଆ ବେପାରରେ ସାମିଲହେବାର ସୁ୍ଯୋଗ ପାଇପାରନ୍ତି ।
ପ୍ରେମ ଜୀବନ ମଧୁର ହେବ ।
ଅଫିସ କାମ ସମ୍ପୂର୍ଣ୍ଣ କରିବା ପାଇଁ ବ୍ୟସ୍ତ ରହିବେ ।
ପାଖଲୋକଙ୍କ ଠାରୁ ଖୁସି ଖବର ପାଇବେ ।
ସ୍ୱାସ୍ଥ୍ୟ ନେଇ ସତର୍କ ରୁହନ୍ତୁ ।
ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ ।
ପାରିବାରିକ ଜୀବନ ସୁଖକର ହେବ ।
ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ ମିଥୁନ- ଆପଣଙ୍କ ଚେଷ୍ଟା ସଫଳ ହେବ ।
ଦୀର୍ଘ ଦୀନରୁ ଲାଗିରହିଥିବା ଚିନ୍ତା କମ୍ ହେବ ।
ବନ୍ଧୁ ଓ ପରିବାର ଲୋକଙ୍କ ସହିତ ହସ ଖୁସିରେ ସମୟ ବିତିବ ।
ଅଫିସ୍ କାମ ଅତିଶୀଘ୍ର ସଂପୂର୍ଣ୍ଣ କରିବେ ।
କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସିବେ ।
ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢିବ ।
ସମାଜରେ ମାନ ସମ୍ମାନ ବଢିବ ।
ବ୍ୟବସାୟରେ ଆଶାଠୁ ଅଧିକ ଲାଭ ପାଇବେ ।
ଗାୟକଙ୍କ ଲାଗି ଭଲ ଦିନଟିଏ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର – ମହାଲକ୍ଷ୍ମୀଙ୍କର ମନ୍ତ୍ର ପାଠ କରନ୍ତୁ Advertisment କର୍କଟ- ଆଧ୍ୟାତ୍ମିକ ଭାବନାରେ ସମୟ ବିତାଇବେ ।
ପଦୋନ୍ନତି ମିଳିବାର ସୁଯୋଗ ରହିଛି ।
ଭାବିଥିବା କାମ ଭାଇ ଭଉଣୀଙ୍କ ସହଯୋରେ ପୂରା ହୋଇଯିବ ।
କାରବାରରେ ଲାଗ ରହିଥିବା ସମସ୍ୟାର ନିବାରଣ ହେବ ।
ଜମି କିଣିବା ଲାଗି ଭାବି ପାରନ୍ତି ।
ସିଭିଲ ଇଞ୍ଜିନିୟରଙ୍କ ଲାଗି ଦିନଟି ଆରାମଦାୟକ ରହିବ ।
ଆର୍ଥିକ ସ୍ଥିତିରେ ଉନ୍ନତି ହେବ ।
ଜୀବନସାଥୀଙ୍କ ସହିତ ପୂର୍ବ କଥାକୁ ନେଇ ମନୋମାଳିନ୍ୟ ହେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨ ପ୍ରତିକାର – ଭୂବନେଶ୍ୱରୀଙ୍କ ମନ୍ତ୍ର ପାଠ କରନ୍ତୁ ସିଂହ- ସମ୍ମୁଖକୁ ଆସୁଥିବା ସବୁ ଆହ୍ୱାନର ଦୃଢ ମୁକାବିଲା କରିବେ ।
ବ୍ୟବସାୟରେ ଆସାଜନକ ଫଳ ପାଇବେ ।
ଘରକୁ ବନ୍ଧୁ ଆସିବେ ।
ଲେଖକଙ୍କ ଲାଗି ଭଲ ଦିନଟିଏ ।
ବୈବାହିକ ଜୀବନ ସବୁ ଦିନ ଅପେକ୍ଷା ଆଜି ଦିନଟା ସବୁଠୁ ଉତ୍ତମ ରହିବ ଜ୍ଝ ମଦ୍ୟପାନ ତଥା ଧୁମ୍ରପାନ ଠାରୁ ନିଜକୁ ଦୂରରେ ରଖନ୍ତୁ , ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହିତ ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ବିଗିଡ଼ି ଯିବ ।
ରାଜନୈତିକ କ୍ଷେତ୍ରରେ କୌଶଳରେ କାର୍ଯ୍ୟସିଦ୍ଧି କରିବେ ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧ ପ୍ରତିକାର– ବିଷ୍ଣୁଙ୍କୁ ପୂଜା କରି ଦିନଟି ଆରମ୍ଭ କରନ୍ତୁ କନ୍ୟା- ବ୍ୟବସାୟରେ ଲାଭପାଇ ଉନ୍ନତି କରିବେ ।
କର୍ମ କ୍ଷେତ୍ରରେ ସହଯୋଗ ପାଇ ଆଗେଇ ଯିବେ ।
ନାରୀମାନେ ଭ୍ରମଣ ପ୍ରିୟ ହେବେ ।
ଛାତ୍ରଛାତ୍ରିମାନଙ୍କ ପାଠ ପଢାରେ ଲକ୍ଷ ସ୍ଥଳ ପୁରଣ ହେବ ।
ରାଜନୀତିରେ ଉଚ୍ଚ ଆସନ ଲାଭ କରିବେ ।
ଜୀବନ ସାଥୀ କୋଣସି ଉପହାର ଦେଇ ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବେ ।
ନିଜର ପ୍ରିୟଙ୍କ ପୁରୁଣା କଥାକୁ କ୍ଷମା କରି ଆପଣ ନିଜର ଜୀବନକୁ ସୁଧାରି ପାରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର - ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ ତୁଳା- ଆପଣଙ୍କ ହସମୁଖ ସ୍ୱଭାବ ଅନ୍ୟମାନଙ୍କୁ ଖୁସି ରଖିବ ।
ବିବାହିତ ବ୍ୟକ୍ତିମାନଙ୍କୁ ଆଜି ସେମାନଙ୍କର ପିଲାଙ୍କ ପଢ଼ା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ।
ଧାର୍ମିକ ଚିନ୍ତାରୁ ଲାଭ ପାଇବେ ।
ଅଫିସ୍ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ ।
ଶାରୀରିକ ଅସୁସ୍ଥତା ଅନୁଭବ କରିବେ ।
ବ୍ୟବସାୟରେ ପରିଶ୍ରମ କରି ଉଚିତ୍ ମୂଲ୍ୟ ପାଇବେ ।
ଆପଣଙ୍କ ସକାରତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ ।
କୋର୍ଟ ମାମଲାରେ ବିଜୟ ଲାଭ କରିବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ ବିଛା- ପାରିବାରିକ ସଦସ୍ୟ ମାନଙ୍କ ସହିତ ସମୟ କାଟିବେ ।
ଅର୍ଥ ବୃଦ୍ଧି କରିବା ପାଇଁ ଚିହ୍ନା ଲୋକଙ୍କ ଠାରୁ ନୂଆ ସ୍ରୋତ ମିଳିପାରେ ।
ବନ୍ଧୁ ପ୍ରତି ସନ୍ଦେହ ସୃଷ୍ଟି ହେବ ।
ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଅଛି ।
ଧୈର୍ଯ୍ୟର ସହ କାର୍ଯ୍ୟ କଲେ ସଫଳତା ହାସଲ କରିବେ ।
ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ ।
ଧର୍ମକାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି ।
ଅଶଂଗ୍ରହଣ କରୁଥିବା ପ୍ରତ୍ୟେକ ପ୍ରତିଯୋଗିତାରେ ସଫଳ ହେବେ ।
କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଘଟିବ ।
ମହିଳା ମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ରାଜନୀତିରେ ଶୁଭ ଖବର ମିଳିପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ ଧନୁ- ବ୍ୟବସାୟରେ ପରିବାରର ସହଯୋଗ ପାଇବେ ।
ପ୍ରକୃତିର ଆନନ୍ଦ ନେବା ପାଇଁ ମନ ହେବ ।
ପ୍ରଶାସନିକ କାମ ଧୈର୍ଯ୍ୟର ସହ କରନ୍ତୁ ।
ଚାକିରୀରେ ପ୍ରଶଂସିତ ହେବେ ।
ପିଲାମାନଙ୍କୁ ପାଠ ପଢାରେ ଉଚ୍ଚଫଳ ମିଳିବ ।
ଜୀବନସାଥୀର ସମର୍ଥନ ଓ ପ୍ରେମ ପାଇବେ ।
ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ ନଚେତ ଆବଶ୍ୟକତା ସମୟରେ ଆପଣଙ୍କ ପାଖରେ ପଇସାର ଅଭାବ ଦେଖାଯାଇପାରେ ।
ଖାଲି ସମୟରେ ଆପଣଙ୍କ ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ଦେଖାକରିବାକୁ ଯୋଜନା କରିପାରନ୍ତି ।
ସମ୍ମାନିତ ଲୋକଙ୍କ ସହ ମିଶିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ଶ୍ରୀ ରାମଙ୍କ ସ୍ତୋତ୍ର ପାଠ କରନ୍ତୁ ମକର ଶରୀରରେ କିଛି ସମସ୍ୟା ଦେଖାଦେଇପାରେ ।
ନିଜର ବ୍ୟବସାୟକୁ ବିସ୍ତାର କରିବା ପାଇଁ ପଦକ୍ଷପ ନେବେ ।
ଚାକିରୀ କ୍ଷେତ୍ରରେ ଆପଣଙ୍କ କାମକୁ ନେଇ ସହକର୍ମିମାନେ ବିରୋଧ କରିପାରନ୍ତି ।
ସମ୍ପର୍କୀୟ ବନ୍ଧୁଙ୍କ ସାହାଯ୍ୟ ସହଯୋଗରେ ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ ।
ସମାଜ କଲ୍ୟାଣ, ମନ୍ଦିମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ ।
ନିଜର ପ୍ରିୟଙ୍କ ପୁରୁଣା କଥାକୁ କ୍ଷମା କରି ଆପଣ ନିଜର ଜୀବନକୁ ସୁଧାରି ପାରିବେ ।
ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ ।
ସନ୍ତାନମାନଙ୍କ ସାଫଲ୍ୟ ମନରେ ଖୁସି ଆଣିଦେବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ କୁମ୍ଭ ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି ।
ଭାତୃ ସଂପର୍କରେ ଉନ୍ନତି ଘଟିବ ।
ରାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି ।
ବାଣିଜ୍ୟ ବ୍ୟବସାୟରେ ସ୍ଥିର ଅବସ୍ଥା ଲାଗି ରହିବ ।
ନିଜର ମୂଲ୍ୟବାନ ଵସ୍ତୁମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ ।
ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ ।
ଜମିଜମା କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି ।
ବିଦ୍ୟାର୍ଥୀ କ୍ୟାରୀୟରରେ ଉନ୍ନତି ପାଇଁ ଅଧିକ ପରିଶ୍ରମ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ମୀନ ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ ।
କର୍ମକ୍ଷେତ୍ରରେ ସହକର୍ମୀ ମାନେ କୈାଶଳ କରି ଆପଣଙ୍କ ଠାରୁ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ ।
ବ୍ୟବସାୟରେ ପରିବର୍ତନ ଆଣିବା ସହିତ କିଛି ନୂତନ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରନ୍ତି ।
ସାମାଜିକ ସହଯୋଗ ଲାଭ କରିବେ ।
ପିଲାମାନେ ଅସୁସ୍ଥତା ବଶତଃ କର୍ତବ୍ୟରେ ତ୍ରୁଟି କରିପାରନ୍ତି ।
ନେତା ବା ଉଚ୍ଚପଦସ୍ଥ ଅଧୀକାରୀଙ୍କ ସହିତ ରହିବାର ସୁଯୋଗ ମିଳିବ ।
ବିଦ୍ୟାର୍ଥୀ ମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ ।
ପରୋକ୍ଷ ଷଡଯନ୍ତ୍ର ମନରେ ହତାଶ ଭାବ ଦେଖା ଦେଇପାରେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।