Weekly Horoscope From 5th October 2026 to 11th October 2026: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

Oct 05, 2026 - 08:09
Weekly Horoscope From 5th October 2026 to 11th October 2026: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

ମେଷ-
ସମସ୍ତ ସମସ୍ୟା ଧିରେ ଧିରେ ଅପସରି ଯିବ । ପରିବାରର ବରାଦି ମୁତାବକ ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନ ସନ୍ତୁଷ୍ଟ ରହିବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ମନ ଯୋଗ ଦେବେ । ରାଜନୈତିକ କ୍ଷେତ୍ରରେ ମାନ୍ୟତା ଅର୍ଜନ କରିବେ । ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ । କର୍ମ କ୍ଷେତ୍ରରେ ଅନ୍ୟମାନଙ୍କ ମନକୁ ସୁହାଇଲା ଭଳି କଥାରୁ ପ୍ରଶଂସିତ ହେବେ । ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ସ୍ନାନ ଜଳରେ କିଛି ହେଙ୍ଗୁ ମିଶାଇ ସ୍ନାନ କରନ୍ତୁ 

ବୃଷ-
ଅଟକି ରହିଥିବା କୌଣସି କାମ ଆଜି ଅଟକି ରହିବ ନାହିଁ । ନକରାତ୍ମକ ପ୍ରବୃତି ଥିବା ଲୋକଙ୍କ ପ୍ରତି ଆପଣ ଆକର୍ଷିତ ହୋଇ ପାରନ୍ତି । ସମାଜ ସେବା କାର୍ଯ୍ୟରେ ଯୋଗ ଦେଇ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ । ପରିବାରରେ ଛୋଟ ଛୋଟ କଥାକୁ ନେଇ ସମସ୍ୟା ସୃଷ୍ଟି ହୋଇପାରେ । ରାଜନୈତିକ କ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇ ପାରନ୍ତି । ଘରୁ ବାହାରକୁ ଯିବାଦ୍ୱାରା କ୍ଲାନ୍ତି ଅନୁଭବ କରିପାରନ୍ତି । ଅଦାଲତ ସମ୍ବନ୍ଧୀୟ କାର୍ଯ୍ୟ, ସ୍ତ୍ରୀ ସମ୍ପର୍କ କ୍ଷେତ୍ରରେ ଉଚ୍ଚ ମାନର ସୁଫଳ ପ୍ରଦାନ କରିବେ । ସଂଘର୍ଷମୟ ପରିସ୍ଥିତିର ସାମ୍ନା କରି ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର- କୈାଣସି ଶୁକ୍ଲବର୍ଣ୍ଣ ଗାଇକୁ ଖାଇବାକୁ ଦିଅନ୍ତୁ 

ମିଥୁନ-
ଅର୍ଥ ସମ୍ପର୍କିତ ସମସ୍ୟା ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍ ରହି ନ ପାରେ । ସାମ୍ବାଦିକ ମାନଙ୍କର ପଦ ମର୍ଯ୍ୟାଦା ବୃଦ୍ଧି ପାଇବ । ନିଜର ଇଚ୍ଛା ବିରୋଧରେ କୌଣସି କାମ କରିବା ଅନୁଚିତ୍ । ପ୍ରେମ ପ୍ରସଙ୍ଗରେ ମଧୁରତା ଆସିବ । ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ବ୍ୟବସାୟରେ ଲାଭ ହେଲେ ମଧ୍ୟ ଶତୃ ଦେଖାଦେଇ ପାରନ୍ତି । ପଡ଼ୋଶୀଙ୍କ ସହ ସମସ୍ୟାମୂଳକ ପରିସ୍ଥିତି ସୃଷ୍ଟି ହେବ। ଏକ ସଂଘର୍ଷମୟ ପରିସ୍ଥିତିର ସାମ୍‌ନା କରି ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। 
ଶୁଭ ସଂଖ୍ୟା- ୫ ଶୁଭ ରଙ୍ଗ- ସବୁଜ ଏବଂ    
ପ୍ରତିକାର- ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

କର୍କଟ- 
କାର୍ଯ୍ୟ ବ୍ୟସ୍ତତା କାରଣରୁ ଟେନ୍‌ସନ ଲାଗି ରହି ରହିବ । କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ରୋଜଗାର ସମସ୍ୟା ସୁଧୁରି ଯିବ ଓ ଧନ ଲାଭ ହେବାରୁ ମନ ଖୁସି ରହିବ । ଜ୍ଞାନ ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ସୁଦୃଢ ହେବା ଫଳରେ ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ । ଟଙ୍କା ପଇସା, ନେବା ଆଣିବା, ଦିଆ ନିଆ କ୍ଷେତ୍ରରେ ସତର୍କ ରୁହନ୍ତୁ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ସୋମବାର ଉପବାସ କରନ୍ତୁ

ସିଂହ
କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଠାରୁ ଶୁଭ ସୂଚନା ପାଇବେ । ସମସ୍ତ ସମସ୍ୟାର ଫଇସଲା ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ । ନିକଟସ୍ଥ ସ୍ଥାନ ମାନଙ୍କରେ ଭ୍ରମଣ କରି ବେଶ୍ ଆନନ୍ଦ ଅନୁଭବ କରିବେ । ବ୍ୟବସାୟରେ ପ୍ରସାର,ପ୍ରଚାର କରିବା ସହ ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ପରିବାରରେ କୌଣସି ଖୁସି ପ୍ରସଙ୍ଗ ଆସିବା ଫଳରେ ମନ ପ୍ରଫୁଲ୍ଲିତ ରହିବ । ଦୂରଯାତ୍ରା କରିବା ଦ୍ୱାରା ବହୁତ ଲାଭ ମିଳିବ ଓ ଆୟ ବୃଦ୍ଧି ହେବ । ଜାଗା,ଜମି ଓ ଉଚ୍ଚସ୍ତରୀୟ ବାହନଆଦି କ୍ରୟ କରି ପାରିବେ । 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ରବିବାର ଦିନ ନିରାମିଶ ରୁହନ୍ତୁ  

କନ୍ୟା-
କର୍ମ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିକମି ଆସିବ । ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀ ମାନେ ଉତ୍ସାହିତ ହେବେ । ଦାମ୍ପତ୍ୟ ଜୀବନରଏ ପ୍ରେମ ଏବଂ ସୁଖ ବୃଦ୍ଧି ପାଇବ । ଅଫିସ୍ ପରିବେଶ ଆପଣଙ୍କ ପାଇଁ ବହୁତ ଭଲ ରହିବ । ବ୍ୟାଙ୍କିଙ୍ଗ୍ ବୃତ୍ତି ସହିତ ଜଡିତ ଲୋକମାନେ ପୁରସ୍କାର ପାଇପାରିବେ । ମନ ମଧ୍ୟରେ ଦୁଃଖ ଭରି ରହିଥିଲେ ମଧ୍ୟ ଦାୟିତ୍ୱ ନେଇଥିବା କାମରେ ଆଦୌ ହେଳା କରିବେ ନାହିଁ । କଳା,ସାହିତ୍ୟ , ସାମ୍ବାଦିକତା ଓ ପରିବହନରୁ ଭଲ ଲାଭ ପାଇବେ । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ

ତୁଳା-
ଶରୀର ସୁସ୍ଥ ରହିବାସହ ଆର୍ଥିକ ଦିଗରୁ ସୁବିଧା ପାଇବେ । ସାଙ୍ଗସାଥିମାନେ ସାହାର୍ଯ୍ୟ ସହଯୋଗ କରିବା ଫଳରେ ନୂତନ କାର୍ଯ୍ୟରେ ହାତଦେଇ କୃତକାର୍ଯ୍ୟ ହେବେ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ନିଜର ଚେଷ୍ଟା ଫଳରେ ବହୁତ ଦିନରୁ ବାକି ପଡିଥିବା ଟଙ୍କା ମିଳି ପାରିବ । ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସମାଧାନ କରି ପ୍ରଶଂସିତ ହେବେ । ପ୍ରେମିକପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ଗୋଇଯିବ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଇଷ୍ଟ ଦେବୀ ମା କମଳାଙ୍କର ଓଁ ଶ୍ରୀଂ ଏହି ମନ୍ତ୍ର ପାଠ କରନ୍ତୁ 

ବିଛା-
କଠିନ ପରିଶ୍ରମରୁ ନିବୃତ୍ତ ହୁଅନ୍ତୁ ନାହିଁ । ସହକର୍ମୀ ମାନେ କର୍ମ କ୍ଷେତ୍ରରେ ଆପଣଙ୍କୁ ଭଲ ସମର୍ଥନ ଦେବେ । ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ଓ ନିଜ ମନମୁତାବକ କାମ କରିପାରିବେ । ଆଜି ଇଚ୍ଛା ନଥାଇ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇ ପାରନ୍ତି । ଆପଣଙ୍କ ଯୋଜନା କାହା ସହ ଅଂଶୀଦାର କରନ୍ତୁ ନାହିଁ । ପ୍ରେମ ସମ୍ପର୍କ ବିଷୟରେ ବହୁତ ସତର୍କ ରହିବା ଆବଶ୍ୟକ । କାରଣ ଅସହିଷ୍ଣୁତାର ଶିକାର ହୋଇ ପାରନ୍ତି । ଅତ୍ୟଧିକ କାର୍ଯ୍ୟ ଚାପ ଯୋଗେ ସ୍ୱାସ୍ଥ୍ୟ ଖରାପ ହୋଇପାରେ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଦକ୍ଷିଣ ମୁଖା ହୋଇ ଖଇର ଗଛର ପୂଜାର୍ଚ୍ଚନା କରନ୍ତୁ

ଧନୁ-
ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବା ସହ ମାନସିକ ଦୁଃଶ୍ଚିନ୍ତା ଦୂର ହେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ପ୍ରେରଣା ଓ ସହଯୋଗରୁ ଉପକୃତ ହେବେ । ଆମୋଦ, ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ । ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ବଢିବା ଫଳରେ କର୍ମ କ୍ଷେତ୍ରରେ ପଦୋନ୍ନତିର ସଙ୍କେତ ପାଇବେ । ଅଫିସ କାମରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତ ରହିବେ । ବନ୍ଧୁ ବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ପିଲା ମାନଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ବିଷ୍ଣୁଙ୍କ ପାଖରେ ଖେଚୋଡି ଭୋଗ ଲଗାନ୍ତୁ 

ମକର-
ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ବୃଦ୍ଧି ହେବ । ସହକର୍ମୀ ମାନଙ୍କର ସମର୍ଥନ ଯୋଗୁ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ପ୍ରିୟ ଜନଙ୍କ ଡାକରା ପାଇ ଦୂର ଜାଗାକୁ ଯିବାକୁ ପଡିପାରେ । ମାଲିମୋକଦ୍ଦମାରେ ସଫଳତା ମିଳିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଧାଁ ଦଉଡ କରିବାକୁ ପଡପାରେ । ବ୍ୟବସାୟରେ ଯଥେଷ୍ଟ ଅଗ୍ରଗତି ଘଟିବ । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଶନିବାର ଦିନ ଇଷ୍ଟ ଦେବୀ ମା ଦକ୍ଷିଣ କାଳୀଙ୍କର ଦର୍ଶନ କରନ୍ତୁ 

କୁମ୍ଭ-
ସହଯୋଗୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ । ଯେଉଁ କାମରେ ହାତ ଦେବେ ସଫଳତାର ଶୀର୍ଷକୁ ସ୍ପର୍ଶ କରିବେ । ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବାପାଇଁ କରିଥିବା ଯୋଜନା ସଫଳ ହୋଇପାରିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସାମାଜିକ ସ୍ତରରେ କୌଣସି କାମରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ଘର ଓ ପରିବାରରେ କୌତୁକିଆ କଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିପାରନ୍ତି । ସାମାଜିକ ସ୍ତରରେ କୌଣସି କାମରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ନୀଳ ରଙ୍ଗର ପୋଷାକ ବ୍ୟବହାର କରିବା ସହିତ ନିଜ ପାଖରେ ଲୁହାରେ ନିର୍ମିତ ଶନିଙ୍କର ଯନ୍ତ୍ରଟିଏ ରଖନ୍ତୁ 

ମୀନ-
କର୍ମ କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ଥଗିତ କାମ ସମ୍ପନ୍ନ କରିବେ । ଅତ୍ୟଧିକ କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ମାଲିମୋକଦ୍ଦମାରେ ଆପୋଷ ସମାଧାମର ରାସ୍ତା ଖୋଲିଯିବ । ଯାହାର ବେଶି ଉପକାର କରିଥିବ ତାହାଦ୍ୱାରା ବେଶି ଆଘାତ ପାଇବେ । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ । କଳା, କ୍ରୀଡା, ସଙ୍ଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମରେ ସମସ୍ୟାର ସମାଧାନ ହୋଇଯିବ । ଆଲୋଚନା ପରିସରରେ ପରିସ୍ଥିତିରେ ପଡି ଠିକ୍ ବିଚାର କରି ପାରିବେ ନାହିଁ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- “ଓଁ ବୃଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।