Wheat MSP: ଗହମ ଏମ୍ଏସ୍ପି ୨୫ ଟଙ୍କା ବଢ଼ିଲା
"ନୂଆଦିଲ୍ଲୀ: କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
କୁସୁମର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା ସର୍ବାଧିକ ୬୭୫ ଟଙ୍କା ବଢ଼ିଛି।
ଗହମର ଏମ୍ଏସ୍ପି ୨୫ ଟଙ୍କା ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ୨,୬୧୦ ଟଙ୍କା ହୋଇଛି।
୨୦୨୬-୨୭ରେ ତାହା ୨,୫୮୫ ଟଙ୍କା ଥିଲା।
Advertisment Rice MSP: ଧାନ ଏମ୍ଏସ୍ପି ୭୨ ଟଙ୍କା ବଢ଼ିଲା: ୧୪ଟି ଖରିଫ ଫସଲ ଦର ବୃଦ୍ଧି ଯଅ ଏମ୍ଏସ୍ପି ୧୩୬ ଟଙ୍କା ବୃଦ୍ଧି ପାଇ କ୍ୱିଣ୍ଟାଲ୍କୁ ୨,୨୮୬ ଟଙ୍କା, ଚଣା ୮୩ ଟଙ୍କା ବଢ଼ି କ୍ୱିଣ୍ଟାଲକୁ ୫,୯୫୮ ଟଙ୍କା, ମସୁର ଡାଲି ୩୯୦ ଟଙ୍କା ବଢ଼ି ୭,୩୯୦ ଟଙ୍କା ଏବଂ ରେପ୍ ସିଡ୍ ଓ ସୋରିଷ ଏମ୍ଏସ୍ପି କ୍ୱିଣ୍ଟାଲ୍କୁ ୪୧୩ ଟଙ୍କା ବଢ଼ି ୬,୬୧୩ ଟଙ୍କା ହୋଇଛି।
କୁସୁମ ଏମ୍ଏସ୍ପି କ୍ୱିଣ୍ଟାଲ ପିଛା ୬୭୫ ଟଙ୍କା ବଢ଼ି ୭,୨୧୫ ଟଙ୍କାରେ ପହଞ୍ଚିଛି।
ସରକାରଙ୍କ ଅନୁସାରେ, ଏମ୍ଏସ୍ପି ବୃଦ୍ଧିର ଉଦ୍ଦେଶ୍ୟ ହେଉଛି ଚାଷୀଙ୍କୁ ଉତ୍ପାଦନ ପାଇଁ ଭଲ ମୂଲ୍ୟ ଦେବା ସହ ଡାଲି ଓ ତୈଳବୀଜ ଭଳି ଫସଲର ଚାଷକୁ ଉତ୍ସାହିତ କରିବା।
୨୦୨୭-୨୮ରେ ଉତ୍ପାଦନ ଖର୍ଚ୍ଚ ଉପରେ ଆନୁମାନିକ ଲାଭ ଗହମରେ ୧୦୬%, ସୋରିଷ ଓ ରେପ୍ ସିଡ୍ରେ ୯୬%, ମସୁରରେ ୯୨%, ଚଣାରେ ୫୯%, ଯଅରେ ୫୮% ଓ କୁସୁମରେ ୫୦% ରହିବ ବୋଲି ସରକାର ଜଣାଇଛନ୍ତି।
Wheat MSP: ଗହମ ଏମ୍ଏସ୍ପି ୨୫ ଟଙ୍କା ବଢ଼ିଲା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।