Wildlife Week: ‘ବନ୍ୟଜନ୍ତୁମାନଙ୍କର ମୂଲ୍ୟ ବୁଝିବାର ଆବଶ୍ୟକତା ରହିଛି’

Oct 08, 2026 - 01:42
Wildlife Week: ‘ବନ୍ୟଜନ୍ତୁମାନଙ୍କର ମୂଲ୍ୟ ବୁଝିବାର ଆବଶ୍ୟକତା ରହିଛି’

"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଲାରେ ବହୁଳ ଭାବରେ ବଣ ଏବଂ ଜଙ୍ଗଲ ରହିଛି।

ବଣରେ ରହୁଥିବା ଜନ୍ତୁମାନେ ଯେପରି ନିର୍ଭୟରେ ଚଳପ୍ରଚଳ କରିପାରିବେ, ସେଥିପାଇଁ ସମସ୍ତଙ୍କୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ ବନବିଭାଗ ପକ୍ଷରୁ ବନବିଭାଗ ବଙ୍ଗଳା ଠାରେ ୭୨ତମ ବନ୍ୟ ପ୍ରାଣୀ ସପ୍ତାହ ଅବସରରେ ଅତିଥିମାନେ ଏହି ଆଲୋଚନା କରିଛନ୍ତି।Advertisment ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ କୁମାର ପ୍ରଧାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସେ ବନ୍ୟ ଜନ୍ତୁଙ୍କ ସୁରକ୍ଷା, ବନ୍ୟପ୍ରାଣୀଙ୍କୁ ଲୋକମାନେ କିପରି ଭଲ ପାଇବେ ସେ ଉପରେ ମତବ୍ୟକ୍ତ ପ୍ରଦାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବନ ଅଧିକାରୀ ମାଣିକେଶ୍ୱରୀ ପଟ୍ଟନାୟକ ଯୋଗ ଦେଇ ଏହି ବନ ସପ୍ତାହ ଗତ ଦୁଇ ତାରିଖ ଠାରୁ ଆରମ୍ଭ ହୋଇ ଏହା ଆଠ ତାରିଖ ଯାଏଁ ଚାଲୁଅଛି ବୋଲି କହିଥିଲେ, ଯାହା ଆଜି ଏହି କାର୍ଯ୍ୟକ୍ରମ ଆଜି  ବନ ବିଭାଗ ପକ୍ଷରୁ ଏହି ସ୍ଥାନରେ ଅନୁଷ୍ଠିତ ହୋଇଅଛି।

କନ୍ଧମାଳ ଜିଲ୍ଲାରେ ବହୁଳ ଭାବରେ ବନ ରହିଅଛି।

ବଣରେ ରହୁଥିବା ବନ୍ୟ ଜନ୍ତୁମାନଙ୍କୁ ଲୋକେ କିପରି ଶିକାର କରିବେ ନାହିଁ ଏବଂ ଏମାନଙ୍କ ମୂଲ୍ୟ ବୁଝି ପାରିବେ ସେ ଉପରେ ମତବ୍ୟକ୍ତ ପ୍ରଦାନ କରିଥିଲେ ଅତିଥି ଗଣ।ଫରେଷ୍ଟର ଶ୍ରୀଧର ସାହୁ ସ୍ୱାଗତ ଭାଷଣ ଦେଇ ଥିବା ବେଳେ ବନ କର୍ମଚାରୀ ମନୋଜ ମହାପାତ୍ର ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Murder case: ଜଙ୍ଗଲରେ ଯୁବକଙ୍କୁ ହତ୍ୟା ମାମଲା: ତଣ୍ଟି ଚିପି ମାରିଥିବା ୨ସାଙ୍ଗଙ୍କୁ ଆଜୀବନ ପୂର୍ବରୁ ବିଭିନ୍ନ ବିଦ୍ୟାଳୟରେ ହୋଇଥିବା ପ୍ରତିଯୋଗିତାର ସଫଳ ଛାତ୍ରଛାତ୍ରୀମାନଙ୍କୁ ବିଧାୟକ ପୁରସ୍କାର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ବିଭରଞ୍ଜନ ସାମନ୍ତରାୟ ,ଅଶୋକ କୁମାର ପ୍ରଧାନ,ଅକ୍ଷୟ କହଁର, ଏ ଜଗନ୍ନାଥ ରାଓ ଙ୍କ ସମତେ ସମସ୍ତ ବନ କର୍ମଚାରୀ ସହଯୋଗ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।