Woman Alleges Gang RapeIn Nimapara: ନିମାପଡ଼ା ଗେଷ୍ଟ ହାଉସରେ ମହିଳାଙ୍କ ଗଣଦୁଷ୍କର୍ମ ଅଭିଯୋଗ, ୪ ଗିରଫ

Sep 28, 2026 - 08:07
Woman Alleges Gang RapeIn Nimapara: ନିମାପଡ଼ା ଗେଷ୍ଟ ହାଉସରେ ମହିଳାଙ୍କ ଗଣଦୁଷ୍କର୍ମ ଅଭିଯୋଗ, ୪ ଗିରଫ

ପୁରୀ ଜିଲ୍ଲା ନିମାପଡାରେ ଥିବା ଏକ ଘରୋଇ ଗେଷ୍ଟ ହାଉସରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ମହିଳା ଜଣଙ୍କ ଅନୁଗୁଳ ଅଞ୍ଚଳର ହୋଇଥିବା ବେଳେ ଦୁଇ ମାସ ପୂର୍ବରୁ ସେ ଭୁବନେଶ୍ୱରରେ ଏକ ଗେଷ୍ଟ ହାଉସ କାର୍ଯ୍ୟ କରୁଥିଲେ। ପରେ ସେ ନିମାମଡାର ଏକ ଗେଷ୍ଟ ହାଉସରେ ଗତ ଏକ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ। ସେଠାରେ ୪ ଜଣ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । 

ନିମାପଡା ଥାନା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ୨ଜଣ ଯୁବକଙ୍କୁ ପିପିଲି ଅଞ୍ଚଳରୁ ଏବଂ ୨ ଜଣଙ୍କୁ ନିମାପଡା ଅଞ୍ଚଳରୁ ବାନ୍ଧିଛି ପୋଲିସ। ମାମଲାକୁ ରଫାଦଫା କରିବାକୁ ନିମାପଡା ପୋଲିସ ଉଦ୍ୟମ କରୁଥିବା ଅଭିଯୋଗ କରି ବିଜେଡି କର୍ମୀମାନେ ହୋହାଲ୍ଲା କରିଛନ୍ତି । ଏସଂକ୍ରାନ୍ତରେ ପୀଡିତା କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।