Woman Catches Chain Snatcher: ପୂଜା ମଣ୍ଡପରେ ଲୁଟ୍ ବେଳେ ଧରାପଡ଼ିଲେ ୫ ଜଣ! ଚୋରକୁ ନିର୍ଧୂମ ଛେଚିଲେ ଲୋକେ
ଦଶହରା ପୂଜା ମଣ୍ଡପରେ ଭିଡ଼ର ସୁଯୋଗ ନେଇ ଚାଲିଥିଲା ଲୁଟ୍ପାଟ୍। କାହାର ପକେଟ୍ରୁ ମନିପର୍ସ ତ ଆଉ କାହା ବେକରୁ ସୁନା ଚେନ୍ ଗାଏବ କରୁଥିଲେ ଲୁଟେରା। ହେଲେ ଶେଷରେ ଲୋକଙ୍କ ହାତରେ ଧରାପଡ଼ିଗଲେ ୫ ଜଣିଆ ଗ୍ୟାଙ୍ଗ୍। ଏହାପରେ ଆରମ୍ଭ ହୋଇଗଲା ଉତ୍ତମମଧ୍ୟମ। ଏଭଳି ଘଟଣା ଷ୍ଟେସନ୍ ବଜାର ପୂଜା ମଣ୍ଡପ ନିକଟରେ ଘଟିଛି।
ସୂଚନା ଅନୁସାରେ, ପୂଜା ମଣ୍ଡପ ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିବାବେଳେ ଏହାର ଫାଇଦା ଉଠାଉଥିଲେ ଲୁଟେରା। ଭିଡ଼ ଭିତରେ ଲୋକଙ୍କୁ ଟାର୍ଗେଟ୍ କରି ମନିପର୍ସ ଓ ସୁନା ଚେନ୍ ଲୁଟ୍ କରୁଥିବା ଅଭିଯୋଗ ହୋଇଛି। ଏହି ସମୟରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଛଡ଼ାଇ ନେଇ ଯାଉଥିବାବେଳେ ମହିଳା ଜଣକ ଏହା ଜାଣିପାରିଥିଲେ। ସେ ତୁରନ୍ତ ଲୁଟେରାଙ୍କୁ ଧରି ପକାଇଥିଲେ।
ମହିଳା ଜଣକ ଲୁଟେରାଙ୍କୁ ଧରିବା ପରେ ସ୍ଥାନୀୟ ଲୋକେ ମଧ୍ୟ ଏକାଠି ହୋଇଯାଇଥିଲେ। ଏହାପରେ ୫ ଜଣିଆ ବଞ୍ଜାରା ଗ୍ୟାଙ୍ଗ୍ ଧରାପଡ଼ିଥିବା ଜଣାପଡ଼ିଛି। ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତମାନଙ୍କୁ ମାଡ଼ ମାରିଥିବାବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ପୋଲିସ ଅଭିଯୁକ୍ତଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିଥିଲା।
ପୂଜା ମଣ୍ଡପରେ ଭିଡ଼ର ସୁଯୋଗ ନେଇ ଚୋରି ଓ ଲୁଟ୍ପାଟ୍ ଘଟଣା ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ତେବେ ଏହି ଘଟଣାରେ ପୋଲିସର ତଦନ୍ତ ଓ ଅଭିଯୁକ୍ତଙ୍କ ବିରୋଧରେ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି।
ପୂଜା ମଣ୍ଡପରେ ଗହଳି ଦେଖି କରୁଥଲେ ଲୁଟପାଟ୍
ଚୋରି ବେଳେ ଧରାପଡ଼ିଲେ ୫ଜଣିଆ ବଞ୍ଜାରା ଗ୍ୟାଙ୍ଗ
କମିଶନରେଟ୍ ପୋଲିସ ପଞ୍ଝାରେ ୫ ଜଣିଆ ବଞ୍ଜାରା ଗ୍ୟାଙ୍ଗ
ଭିଡର ଫାଇଦା ଉଠାଇ ପର୍ସ, ସୁନା ଚେନ୍ ଝାମ୍ପୁଥିଲେ
ଚେନ ଝାମ୍ପିବା ବେଳେ ଧରାପଡ଼ି ନିର୍ଧୂମ ଛେଚା ଖାଇଲେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।