Woman Faces Deadly Attack After Minor Dispute: ସାମାନ୍ୟ ବଚସାରୁ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

Aug 24, 2026 - 14:28
Woman Faces Deadly Attack After Minor Dispute: ସାମାନ୍ୟ ବଚସାରୁ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

କୋରାପୁଟରେ ହୋଟେଲ ମାଲିକଙ୍କ ଉନ୍ମତ୍ତ କାଣ୍ଡ। ସାମାନ୍ୟ ବଚସାରୁ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ। ପଡ଼ୋଶୀ ଦୋକାନୀଙ୍କ ହାତକୁ ହାଣି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ। ଗୁରୁତର ମହିଳା SLN ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସାମାନ୍ୟ କଥାକୁ ନେଇ କୋରାପୁଟ ଲକ୍ଷ୍ମୀପୁର ରେଳବାଇ ଛକରେ ଥିବା ଲଳିତ ସୁବୁଦ୍ଧି ନାମକ ଜଣେ ହୋଟେଲ ମାଲିକ ଅମାନୁଷିକ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି।

ପ୍ରବଳ ବର୍ଷାରେ ଲଳିତଙ୍କ ପଡୋଶୀ ଦୋକାନୀ ଡ୍ରେନ ସଫା କରୁଥିବା ବେଳେ ଡ୍ରେନର ଅଳିଆ ତାଙ୍କ ହୋଟେଲ ଆଡ଼େ କାହିଁକି ଗଲା ବୋଲି ବଚସାରୁ ଏକ ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଆହତ ମହିଳା ହାରାବତୀ ସାହୁଙ୍କୁ ପ୍ରଥମେ ଲକ୍ଷ୍ମୀପୁର ମେଡିକାଲ ଓ ପରେ କୋରାପୁଟ ଏସ ଏଲ ଏନ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଲଳିତ ଥାନାରେ ଆତ୍ମ ସମର୍ପଣ କରିଛି।...

କୋରାପୁଟ ଲକ୍ଷ୍ମୀପୁରରେ ହେଟେଲ ମାଲିକଙ୍କ ଉନ୍ମତ୍ତ କାଣ୍ଡ
ସାମାନ୍ୟ ବଚସାରୁ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ
ପଡ଼ୋଶୀ ଦୋକାନୀଙ୍କ ହାତ ହାଣି ଦେଲେ
ହାଣିବା ପରେ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ 
ଗୁରୁତର ମହିଳା SLN ମେଡିକାଲ କଲେଜରେ ଭର୍ତ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।