Woman wins Rs 9.6 Lakh After Sleeping: ଶୋଇ ଶୋଇ ଜିତିଲେ ୯.୬ ଲକ୍ଷ ଟଙ୍କା, ‘ସ୍ଲିପ୍ ଇଣ୍ଟର୍ନସିପ୍’ରେ ବାଜି ମାରିଲେ ଜିନିଆ

Nov 07, 2026 - 12:05
Woman wins Rs 9.6 Lakh After Sleeping: ଶୋଇ ଶୋଇ ଜିତିଲେ ୯.୬ ଲକ୍ଷ ଟଙ୍କା, ‘ସ୍ଲିପ୍ ଇଣ୍ଟର୍ନସିପ୍’ରେ ବାଜି ମାରିଲେ ଜିନିଆ

ଶୋଇବା ମଧ୍ୟ ଆପଣଙ୍କୁ ଲକ୍ଷପତି କରିପାରେ!

କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସତ।

ମୁମ୍ବାଇର ଜିନିଆ ଚାଟାର୍ଜୀ ଶୋଇ ଶୋଇ ଜିତିଛନ୍ତି ୯ ଲକ୍ଷ ୬୦ ହଜାର ଟଙ୍କା।

ଏହା ସହିତ ତାଙ୍କୁ ମିଳିଛି ଏକ ସ୍ପନ୍ସର୍ଡ ଛୁଟି ପ୍ୟାକେଜ୍।

ୱେକ୍‌ଫିଟ୍ ପକ୍ଷରୁ ଆୟୋଜିତ 'ସ୍ଲିପ୍ ଇଣ୍ଟର୍ନସିପ୍'ର ପଞ୍ଚମ ସିଜନ୍‌ରେ ବିଜୟୀ ହୋଇଛନ୍ତି ଜିନିଆ।

Advertisment ଦୁଇ ମାସର ଏହି ପ୍ରତିଯୋଗିତାରେ ସାରା ଦେଶରୁ ୨ ଲକ୍ଷରୁ ଅଧିକ ଲୋକ ଆବେଦନ କରିଥିଲେ।

ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଚୟନ କରାଯାଇଥିଲା।

ପ୍ରତିଯୋଗୀଙ୍କ ପାଇଁ ନିୟମ ଥିଲା ଖୁବ୍ ସରଳ।

ନିୟମିତ ଭାବେ ପର୍ଯ୍ୟାପ୍ତ ସମୟ ଶୋଇବା, ନିଜର ଦୈନନ୍ଦିନ ରୁଟିନ୍ ବଜାୟ ରଖିବା ଏବଂ ପ୍ରତି ସପ୍ତାହରେ ଦିଆଯାଉଥିବା ଚ୍ୟାଲେଞ୍ଜ ପୂରଣ କରିବା।

୬୦ ଦିନ ଧରି ପ୍ରତିଯୋଗୀମାନେ ନିଜର ଠିକ୍ ସମୟରେ ଶୋଇବା ସହ ଅଭ୍ୟାସକୁ ସଠିକ୍ ଭାବେ ପାଳନ କରି ଏହା ଦ୍ୱାରା ସ୍ଲିପ୍ ସ୍କୋର୍ ବଢ଼ାଇବାକୁ ଉଦ୍ୟମ କରିଥିଲେ।

ଏହି ପ୍ରତିଯୋଗିତା କେବଳ ଶୋଇବା ମଧ୍ୟରେ ସୀମିତ ନଥିଲା।

ପ୍ରତି ସପ୍ତାହରେ ପ୍ରତିଯୋଗୀଙ୍କୁ କିଛି ଚ୍ୟାଲେଞ୍ଜ ଦିଆଯାଉଥିଲା।

Advertisment 'ସ୍ଲିପ୍ ସିନେମା' ଟାସ୍କରେ ପ୍ରତିଯୋଗୀମାନେ ଲୋକପ୍ରିୟ ଫିଲ୍ମର ଦୃଶ୍ୟକୁ ମଜାଦାର ଢଙ୍ଗରେ ଅଭିନୟ କରୁଥିଲେ।

ସେହିପରି 'ସ୍ଲିପ୍ ବିଙ୍ଗୋ'ରେ ନିଜର ଏକ ସପ୍ତାହର ଶୋଇବା ଅଭ୍ୟାସକୁ ସମୀକ୍ଷା କରିବାକୁ ପଡ଼ୁଥିଲା।

'ଅଣ୍ଡରକଭର୍ ସ୍ଲିପ୍ ମିଶନ୍' ନାମକ ଅନ୍ୟ ଏକ ଚ୍ୟାଲେଞ୍ଜରେ କଥାବାର୍ତ୍ତା ସମୟରେ କାହାକୁ ନ ଜଣାଇ 'ବ୍ଲାଙ୍କେଟ୍' ବା 'ପିଲୋ' ଶବ୍ଦକୁ ୧୦ ଥର ବ୍ୟବହାର କରିବାକୁ ହେଉଥିଲା।

ପ୍ରତି ସପ୍ତାହରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ପ୍ରତିଯୋଗୀଙ୍କୁ 'ପ୍ରୋ ସ୍ଲିପର୍ ଅଫ୍ ଦି ୱିକ୍' ଭାବେ ଚୟନ କରାଯାଉଥିଲା।

ପ୍ରତିଯୋଗିତା ଶେଷରେ ରତ୍ନାଗିରି ମାଣିକନ୍ଦନ, ଜିନିଆ ଚାଟାର୍ଜୀ ଓ ମେହେକ ଖୋଟ୍ ଶ୍ରେଷ୍ଠ ତିନି ପ୍ରତିଯୋଗୀ ହୋଇଥିଲେ।

ଏହା ସହିତ ହାଇଦ୍ରାବାଦର କରିମ୍ ଖାନ୍ ସର୍ବାଧିକ ସାପ୍ତାହିକ କ୍ରିଏଟିଭ୍ ଚ୍ୟାଲେଞ୍ଜ୍ ଜିତି ୱାଇଲ୍ଡ କାର୍ଡ ଏଣ୍ଟ୍ରି ଜରିଆରେ ଫେରିଥିଲେ।

ଏହିପରି ଚାରି ଜଣ ପ୍ରତିଯୋଗୀ 'ବିଗ୍ ବେଡ୍' ନାମକ ଗ୍ରାଣ୍ଡ ଫିନାଲେରେ ପହଞ୍ଚିଥିଲେ।

ରିଅଲିଟି ଶୋ' ଭଳି ଆୟୋଜିତ ଫାଇନାଲ ଡେ'ରେ ଅନେକ ଟାସ୍କ ରହିଥିଲା।'ମେମୋରି ଫୋମ୍ ଚ୍ୟାଲେଞ୍ଜ୍'ରେ ପ୍ରତିଯୋଗୀମାନଙ୍କୁ କିଛି ରେଫରେନ୍ସ ଫଟୋ ଦେଖାଯାଇଥିଲା।

ସେହି ଫଟୋ ଅନୁସାରେ ଏକ ଶୋଇବା ଘରର ବ୍ୟବସ୍ଥା ପୁନର୍ବାର ପ୍ରସ୍ତୁତ କରିବାକୁ ପଡ଼ିଥିଲା।

ଏଥିରେ ସେମାନଙ୍କ ସ୍ମରଣଶକ୍ତି, ଦକ୍ଷତା ଓ ଟିମ୍‌ୱର୍କର ପରୀକ୍ଷା ହୋଇଥିଲା।

ଏହାପରେ 'ସ୍ଲିପ୍ ଅକ୍ସନ୍' ନାମକ ଟାସ୍କରେ ଶୋଇବା ପାଇଁ ଆବଶ୍ୟକ ତକିଆ, କମ୍ବଳ, ଏସି କଣ୍ଟ୍ରୋଲ୍, ଆଲୋକ ଓ ସାଉଣ୍ଡ ସେଟିଂ ଭଳି ସାମଗ୍ରୀ ପାଇଁ ନିଲାମ ଡାକିବାକୁ ପଡ଼ିଥିଲା।

ଏହି କାର୍ଯ୍ୟକ୍ରମରେ ହୋଷ୍ଟ ତଥା ଇନ୍‌ଫ୍ଲୁଏନ୍ସର୍ ଅନୁଜ ଗୁପ୍ତା ଏକ ରାପ୍ ମଧ୍ୟ ପରିବେଷଣ କରିଥିଲେ।

ସମସ୍ତ ଟାସ୍କ ଶେଷ ହେବା ପରେ ଚାରି ଜଣ ଫାଇନାଲିଷ୍ଟ ନିଜ ନିଜର ଶୋଇବା ବ୍ୟବସ୍ଥା କରିଥିଲେ।

ଏହାପରେ ପ୍ରତିଯୋଗିତାର ଶେଷ ରାତିରେ ସେମାନଙ୍କ ନିଦ୍ରାର ଗୁଣବତ୍ତା ଓ ସ୍ଲିପ୍ ସ୍କୋର୍ ମାପ କରାଯାଇଥିଲା।

ସମସ୍ତଙ୍କ ସ୍କୋର୍ ତୁଳନା ପରେ ମୁମ୍ବାଇର ଜିନିଆ ଚାଟାର୍ଜୀ ବିଜେତା ଘୋଷିତ ହୋଇଥିଲେ।

ପୁରସ୍କାର ସ୍ୱରୂପ ତାଙ୍କୁ ୯ ଲକ୍ଷ ୬୦ ହଜାର ଟଙ୍କା ସହ ଏକ ସ୍ପନ୍ସର୍ଡ ଛୁଟି ପ୍ୟାକେଜ୍ ମିଳିଛି।

ୱେକ୍‌ଫିଟ୍ ପକ୍ଷରୁ ୨୦୧୯ରେ ଏହି ନିଆରା 'ସ୍ଲିପ୍ ଇଣ୍ଟର୍ନସିପ୍' ଆରମ୍ଭ କରାଯାଇଥିଲା।

ପ୍ରଥମ ଚାରିଟି ସିଜନ୍‌ରେ ଏହାକୁ ୧୦ ଲକ୍ଷରୁ ଅଧିକ ଆବେଦନ ମିଳିଥିଲା।

ଏହି ସମୟ ମଧ୍ୟରେ ୬୫ ଜଣ ଇଣ୍ଟର୍ନଙ୍କୁ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ୍ ପ୍ରଦାନ କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।