Women Commission Directs DCP to Submit Report: ଦୁଷ୍କର୍ମ ମାମଲାରେ ମହିଳା କମିଶନଙ୍କ ଉଦବେଗ, ୧୫ ଦିନରେ ରିପୋର୍ଟ ତଲବ
ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ମହିଳା କମିଶନଙ୍କ ଉଦବେଗ । ମହିଳା କମିଶନ ଉଦବେଗ ପ୍ରକାଶ କରିବା ସହ ରିପୋର୍ଟ ତଲବ କରିଛନ୍ତି। ୧୫ ଦିନ ମଧ୍ୟରେ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଦୁର୍ବୃତ୍ତର ଏଯାଏଁ ପତ୍ତା ମିଳିନାହିଁ। ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୋଲିସ। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସ୍ପେଶାଲ ଟିମ୍ ଗଠନ କରି ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।
ରାଜଧାନୀରେ ଦୁଷ୍କର୍ମ; ଡିସିପିଙ୍କୁ ରିପୋର୍ଟ ତଲବ
ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲା
ମହିଳା କମିଶନଙ୍କ ଉଦବେଗ ପ୍ରକାଶ ସହ ରିପୋର୍ଟ ତଲବ
୧୫ ଦିନ ମଧ୍ୟରେ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ଦାଖଲ ନିର୍ଦ୍ଦେଶ
ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।