Women's T20 World Cup: ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍: ଦର୍ଶକ ସଂଖ୍ୟାରେ ନୂଆ ରେକର୍ଡ
ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ଦର୍ଶକରେ ନୂଆ ରେକର୍ଡ କରିଛି।
ଏହି ପ୍ରତିଯୋଗିତାର ୩୩ଟି ମ୍ୟାଚ୍କୁ ପ୍ରଶଂସକମାନେ ମୋଟ ୪୭.୧ କୋଟି ଘଣ୍ଟା ଦେଖିଛନ୍ତି।
ଯାହା ମହିଳା ଟ୍ବେଣ୍ଟି-୨୦ ବିଶ୍ୱକପ୍ ଇତିହାସରେ ସର୍ବାଧିକ।
ଗତ ସଂସ୍କରଣରେ ଏହି ସଂଖ୍ୟା ୧୮୪ ନିୟୁତ ଘଣ୍ଟା ଥିଲା।
Advertisment ଚଳିତ ବର୍ଷ ଏଥିରେ ୧୫୬ ପ୍ରତିଶତ ବଢ଼ିଛି।
ଭାରତ-ପାକିସ୍ତାନ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍କୁ ସର୍ବାଧିକ ଲୋକ ଦେଖିଛନ୍ତି।
ଏହି ମ୍ୟାଚ୍କୁ ସାରା ବିଶ୍ବରେ ୭୭ ନିୟୁତରୁ ଅଧିକ ଘଣ୍ଟା ଦେଖାଯାଇଛି।
ଏହାବାଦ୍ ଭାରତର ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷ ମ୍ୟାଚ୍କୁ ଯଥାକ୍ରମେ ୫୪, ୫୧ ଓ ୪୨ ନିୟୁତ ଘଣ୍ଟା ଦର୍ଶକ ଦେଖିଛନ୍ତି।
ଆୟୋଜକ ଦେଶ ବ୍ରିଟେନ୍ରେ ମଧ୍ୟ ଏହି ବିଶ୍ୱକପ୍ ନୂଆ ରେକର୍ଡ କରିଛି।
୨୦୨୪ ତୁଳନାରେ ପ୍ରାୟ ୨୫୦ ପ୍ରତିଶତ ଅଧିକ ସ୍କାଏ ସ୍ପୋର୍ଟସ୍ରେ ମୋଟ ୧୮.୨ ନିୟୁତ ଘଣ୍ଟା ଦର୍ଶକ ମ୍ୟାଚ୍ ଦେଖିଥିଲେ।
ଇଂଲଣ୍ଡର ମ୍ୟାଚ୍ଗୁଡ଼ିକୁ ହାରାହାରି ୩ ଲକ୍ଷ ୮୧ ହଜାର ଦର୍ଶକ ଦେଖିଥିଲେ।
ଇଂଲଣ୍ଡ-ଅଷ୍ଟ୍ରେଲିଆ ଫାଇନାଲ୍ରେ ଦର୍ଶକ ସଂଖ୍ୟା ୬ ଲକ୍ଷ ୭୮ ହଜାର ଛୁଇଁଥିଲା।
ଏହି ପ୍ରତିଯୋଗିତାରୁ ବ୍ରିଟେନ୍ ୯୩.୮ ନିୟୁତ ଡଲାର (ପ୍ରାୟ ୮୮୫ କୋଟି) ଅର୍ଥରାଶି ଲାଭ କରିଛି।
ଅନ୍ୟପକ୍ଷରେ, ପ୍ରତିଯୋଗିତାର ୨୫ ଦିନରେ ମୋଟ ୨ଲକ୍ଷ ୪୫ ହଜାର ୮୨୫ ଜଣ ଦର୍ଶକ ଷ୍ଟାଡିୟମ୍ରେ ମ୍ୟାଚ୍ ଦେଖିଥିଲେ।
ଲର୍ଡସ୍ରେ ଖେଳାଯାଇଥିବା ଫାଇନାଲ୍ରେ ୨୮,୮୮୭ ଦର୍ଶକ ଷ୍ଟାଡିୟମ୍ରେ ଉପସ୍ଥିତି ରହି ଏହାର ମଜା ନେଇଥିଲେ।
ଏହା ମଧ୍ୟ ବ୍ରିଟେନ୍ରେ ମହିଳା କ୍ରିକେଟ୍ ମ୍ୟାଚ୍ରେ ସର୍ବାଧିକ ଦର୍ଶକର ରେକର୍ଡ କରିଛି।
ଏହାବାଦ୍ ଆଇସିସିର ଡିଜିଟାଲ୍ ପ୍ଲାଟଫର୍ମରେ ମଧ୍ୟ ବିଶ୍ୱକପ୍ ସମ୍ପର୍କିତ ଭିଡିଓ ଓ ବିଷୟବସ୍ତୁ ୩୨୦ କୋଟି ଥର ଦେଖାଯାଇଛି।
ଯାହା ୨୦୨୪ ତୁଳନାରେ ପ୍ରାୟ ୨୫୦ ପ୍ରତିଶତ ଅଧିକ।
Badminton: ଯୁବ ଅଲିମ୍ପିକ୍ସ ବ୍ୟାଡ୍ମିଣ୍ଟନ୍: ଫାଇନାଲ୍ରେ ପହଞ୍ଚି ଇତିହାସ ରଚିଲେ ତନ୍ବୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।