Womens T20: ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍: ଫାଇନାଲ୍ରେ ଇଂଲଣ୍ଡ
"ଦ ଓଭାଲ: ଆୟୋଜକ ଇଂଲଣ୍ଡ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ରେ ପ୍ରବେଶ କରଛନ୍ତି।
୮ ବର୍ଷ ପରେ ଫାଇନାଲ୍ରେ ପ୍ରବେଶ କରିଥିବା ଇଂଲଣ୍ଡ ରବିବାର ଲର୍ଡସରେ ଟ୍ରଫି ଲାଗି ୬ ଥରର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ।
ଗୁରୁବାର ରାତିରେ ଏଠାରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ୍ରେ ଆୟୋଜକ ଇଂଲଣ୍ଡ ୬୦ ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି।Advertisment Croatia VS Portugal: ରୋନାଲ୍ଡୋଙ୍କ ରେକର୍ଡ: କ୍ରୋଏସିଆକୁ ହରାଇ ପ୍ରିକ୍ବାର୍ଟରରେ ପର୍ତ୍ତୁଗାଲ ମାଡ୍ରିକ୍ଙ୍କ ଦୁଃଖଦ ବିଦାୟ ସିଭର-ବ୍ରଣ୍ଟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନାଟ୍ ସିଭର-ବ୍ରଣ୍ଟ୍ (୪୭ ବଲ୍ରୁ ୭୫)ଙ୍କ ଅର୍ଦ୍ଧଶତକ ବଳରେ ୫ ୱିକେଟ୍ ହରାଇ ୧୬୯ ରନ୍ କରିଥିଲା।
ହିଦର ନାଇଟ୍ ୪୭ ବଲ୍ରୁ ୫୮ ରନ୍ କରିଥିଲେ।
ଦଳ ୨୩ ରନ୍ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ବେଳେ ନାଇଟ୍ ଓ ସଭର-ବ୍ରଣ୍ଟ୍ଙ୍କ ୯୦ ବଲ୍ରୁ ୧୩୩ ରନ୍ର ଭାଗୀଦାର ଯୋଗୁଁ ଦଳ ଏହି ସମ୍ମାନଜନକ ସ୍କୋର୍ କରିପାରିଥିଲା।
ଜବାବରେ ଦକ୍ଷିଣ ଆଫ୍ରିକା ୮ ୱିକେଟ୍ ହରାଇ ୧୨୯ ନ୍ କରିବାକୁ ସକ୍ଷମ ହୋଇଥିଲା।
ଦକ୍ଷିଣଆଫ୍ରିକା ପକ୍ଷରୁ ତାଜମିନ୍ ବ୍ରିଟ୍ସ ୫୧ ରନ୍ କରିଥିଲେ।
ସିଭର-ବ୍ରଣ୍ଟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।