World Badminton Championship: ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନ୍‌ସିପ୍‌: ‌ତ୍ରିଶା-ଗାୟତ୍ରୀଙ୍କୁ ଐତିହାସିକ କାଂସ୍ୟ

Aug 23, 2026 - 04:33
World Badminton Championship: ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନ୍‌ସିପ୍‌: ‌ତ୍ରିଶା-ଗାୟତ୍ରୀଙ୍କୁ ଐତିହାସିକ କାଂସ୍ୟ

"ନୂଆଦିଲ୍ଲୀ: ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନ୍‌ସିପ୍‌ରେ ଭାରତର ‌ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚନ୍ଦଙ୍କ ଐତିହାସିକ ଅଭିଯାନର ଅନ୍ତ ଘଟିଛି।

ଶନିବାର ଅନୁଷ୍ଠିତ ମହିଳା ଯୁଗଳ ସେମିଫାଇନାଲରେ ବର୍ତ୍ତମାନର ବିଶ୍ବ ଚାମ୍ପିଅନ ଚୀନ୍‌ର ଶୀର୍ଷ ମାନ୍ୟତାପ୍ରାପ୍ତ ଯୋଡ଼ି ତାନ୍ ନିଙ୍ଗ୍‌ ଓ ଲିଉ ସେଙ୍ଗ୍‌ ସୁଙ୍କଠାରୁ ୨୧-୧୮, ୧୩-୨୧, ୮-୨୧ରେ ପରାସ୍ତ ହୋଇଛନ୍ତି ଏହି ଭାରତୀୟ ଯୋଡ଼ି।

୭୦ ମିନିଟ୍‌ ଧରି ଚାଲିଥିବା ଏହି ମୁକାବିଲାରେ ‌ତ୍ରିଶା-ଗାୟତ୍ରୀ ଦମଦାର ଲଢ଼େଇ କରିଥିଲେ ବି ଚୀନ ଯୋଡ଼ିଙ୍କୁ ଅଟକାଇପାରି ନ ଥିଲେ।Advertisment Education: "ଏନ୍‌ପିସିଆଇଏଲ୍"ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ ପ୍ରଥମ ଗେମ୍‌ରେ ଭାରତୀୟ ଯୋଡ଼ି ଆତ୍ମବିଶ୍ୱାସର ସହ ଖେଳି ୨୧-୧୮ରେ ବିଜୟୀ ହୋଇଥିଲେ।

ତେବେ ଦ୍ୱିତୀୟ ଗେମ୍‌ରେ ଚୀନ୍‌ ଯୋଡ଼ି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୨୧-୧୩ରେ ଗେମ୍‌କୁ ଜିତି ସମାନ ସ୍ଥିତିକୁ ଆଣିଥିଲେ।

ନିର୍ଣ୍ଣାୟକ ଗେମ୍‌ରେ ତାନ୍‌-ଲିଉ ଆରମ୍ଭରୁ ନିୟନ୍ତ୍ରଣ ରଖି ୨୧-୮ରେ ମ୍ୟାଚ୍‌ ଜିତି ଫାଇନାଲ୍‌ରେ ପହଞ୍ଚିଥିଲେ।

ସେମିଫାଇନାଲରେ ହାରିଥିଲେ ମଧ୍ୟ ‌ତ୍ରିଶା-ଗାୟତ୍ରୀ ଐତିହାସିକ କାଂସ୍ୟ ପଦକ ଜିତିଛନ୍ତି।

୧୫ ବର୍ଷ ପରେ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ଭାରତକୁ ମହିଳା ଯୁଗଳରେ ପଦକ ମିଳିଛି।

ସେମାନେ ଜ୍ୱାଲା ଗୁଟ୍ଟା-ଅଶ୍ୱିନୀ ପୋନ୍ନାପ୍ପାଙ୍କ ପରେ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ପଦକ ଜିତିଥିବା ଦ୍ୱିତୀୟ ଭାରତୀୟ ମହିଳା ଯୁଗଳ ଯୋଡ଼ି ହୋଇଛନ୍ତି।

Land patta distribution: "ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ"ରେ ୬୫ଜଣଙ୍କୁ ଜମିପଟ୍ଟା ବଣ୍ଟନ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।