World Cup: ଚଳିତ ବିଶ୍ବକପ୍ରେ କ୍ରୋଏସିଆକୁ ପ୍ରଥମ ପଏଣ୍ଟ
"ଟରୋଣ୍ଟୋ: ଆଣ୍ଟେ ବୁଡିମିରଙ୍କ ଗୋଲ୍ରେ କ୍ରୋଏସିଆ ଚଳିତ ଫିଫା ବିଶ୍ବକପ୍ରେ ପ୍ରଥମ ପଏଣ୍ଟ ଅର୍ଜନ କରିଛି।
ବୁଧବାର ଗ୍ରୁପ୍-ଏଲ୍"ର ଏକ ମ୍ୟାଚ୍ରେ ୨୦୧୮ ଉପବିଜେତା ଏହି ୟୁରୋପୀୟ ଦଳ ୧-୦ ଗୋଲ୍ରେ ମଧ୍ୟଆମେରିକୀୟ ଦଳ ପାନାମାକୁ ପରାସ୍ତ କରିଛି।।
ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦଳ ପଏଣ୍ଟ ଶୂନ୍ୟରେ ଥିଲେ।
ଇଂଲଣ୍ଡ ଓ ଘାନା ମ୍ୟାଚ୍ ଗୋଲ୍ଶୂନ୍ୟ ଅମୀମାଂସିତ ରହିବା ପରେ ଉଭୟ ଦଳ ପାଇଁ ପ୍ରତିଯୋଗିତାରେ ତିଷ୍ଠି ରହିବାକୁ ହେଲେ ଏହି ମ୍ୟାଚ୍ରୁ ପଏଣ୍ଟ ଆବଶ୍ୟକ ଥିଲା।
ଏଥିରେ କ୍ରୋଏସିଆ ସଫଳ ହୋଇଥିଲା।
ବିଜୟ ସହ ୩ ପଏଣ୍ଟ ପାଇ କ୍ରୋଏସିଆ ଟେବୁଲର ତୃତୀୟ ସ୍ଥାନକୁ ଉଠିଥିଲା।
ଅନ୍ୟପକ୍ଷରେ ପରାଜୟ ସହ ପାନାମାର ନକ୍ଆଉଟ୍ ଆଶା ମରିଯାଇଛି।Advertisment ମ୍ୟାଚ୍ର ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା ବୁଧବାର ଟରୋଣ୍ଟୋ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ର ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା।
ଦ୍ବିତୀୟାର୍ଦ୍ଧ ଆରମ୍ଭରୁ କ୍ରୋଏସିଆ ଗୋଲ୍ ଦେବାରେ ସଫଳ ହୋଇଥିଲା।
୫୪ତମ ମିନିଟ୍ରେ ଯୋସିପ୍ ଷ୍ଟାନିସିକ୍ଙ୍କ ପାସ୍କୁ ବୁଡିମିର ଗୋଲ୍ରେ ପରିଣତ କରିଦେବାରୁ କ୍ରୋଏସିଆ ଅଗ୍ରଣୀ ନେଇଥିଲା।
ଏହାପରେ ଆଉ ଗୋଲ୍ ନ ହେବାରୁ କ୍ରୋଏସିଆ ୧-୦ରେ ବିଜୟ ମୁଣ୍ଡି ମାରିଥିଲା।
ବିଜୟ ପରେ ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ମାଇଲ୍ଖୁଣ୍ଟ ଛୁଇଁଥିବା ୪୦ ବର୍ଷୀୟ ମିଡ୍ଫିଲ୍ଡରକ ଲୁକା ମୋଡ୍ରିକ୍ଙ୍କୁ ସାଥୀ ଖେଳାଳି ଉପରକୁ ଟେକି ବିଜୟ ଉତ୍ସବ ପାଳନ କରିଥିଲେ।
କ୍ରିଷ୍ଟିଆନ ମାର୍ଟିନେଜ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
କ୍ରୋଏସିଆ ନିଜର ଶେଷ ଲିଗ୍ ମ୍ୟାଚ୍ରେ ଘାନାକୁ ଏବଂ ପାନାମା ଭେଟିବ ଇଂଲଣ୍ଡକୁ।
Security: ହର୍ମୁଜ୍ ସୁରକ୍ଷା ପାଇଁ ଇରାନ ଏବଂ ଓମାନ ମଧ୍ୟରେ ସହମତି: ସମୁଦ୍ର ମାର୍ଗର ସ୍ୱାଧୀନତା ନେଇ ଗୁରୁତ୍ୱାରୋପ କଲେ ଉଭୟ ଦେଶ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।