World Record: ବିଶ୍ବ ରେକର୍ଡ: ଗୋଟିଏ ଫୁଟ୍‌ବଲ୍‌ ମ୍ୟାଚ୍‌ରେ ୫୧ ରେଡ୍‌କାର୍ଡ

Nov 05, 2026 - 12:09
World Record: ବିଶ୍ବ ରେକର୍ଡ: ଗୋଟିଏ ଫୁଟ୍‌ବଲ୍‌ ମ୍ୟାଚ୍‌ରେ ୫୧ ରେଡ୍‌କାର୍ଡ

ନୂଆଦିଲ୍ଲୀ: ବ୍ରାଜିଲରେ ଏକ ୨୦ ବର୍ଷରୁ କମ୍‌ ମ୍ୟାଚ୍‌ରେ ଅଦ୍ଭୁତପୂର୍ବ ଘଟଣା ଦେଖିବାକୁ ମିଳିଛି।

୫୧ ଜଣଙ୍କୁ ରେଡ୍‌କାର୍ଡ ପ୍ରଦାନ କରାଯାଇଛି।

ଯାହା ନୂଆ ବିଶ୍ବ ରେକର୍ଡ ହୋଇଛି।

ଆୟୋଜକ ଉବରଲାଣ୍ଡିଆ ଓ ମାମୋରେ ମଧ୍ୟରେ ଖେଳାଯାଇଥିବା ୨୦ ବର୍ଷରୁ କମ୍‌ କାମ୍ପିଓନାଟୋ ମିନିରୋ (ଦ୍ବିତୀୟ ଡିଭିଜନ) ସେମିଫାଇନାଲ୍‌ରେ ଏହି ଘଟଣା ଦେଖିବାକୁ ମିଳିଥିଲା।

ମ୍ୟାଚ୍‌ର ୫୪ତମ ମିନିଟ୍‌ ବେଳେ ମାମୋରେ ୩-୧ରେ ଆଗୁଆ ହେବା ପରେ ଖେଳାଳିଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।

Advertisment ରେଫରିଙ୍କ କହିବା ଅନୁଯାୟୀ, ମାମୋରେର ଫରୱାର୍ଡ ଡାଭି ଗୋଲ୍‌ କରିବା ପରେ ପ୍ରତିପକ୍ଷ ଦଳର ବଦଳ ଖେଳାଳି ଓ ସହାୟକ କର୍ମଚାରୀଙ୍କୁ ଚିଡ଼ାଇଥିଲେ।

ଏଥିରେ ଉତ୍ତ୍ୟକ୍ତ ହୋଇ ଉବରଲାଣ୍ଡିଆର ଗୋଲ୍‌କିପିଂ ପ୍ରଶିକ୍ଷକ ପାଉଲୋ ସର୍ଜିଓ ଡିଆସ୍‌ ଡସ୍‌ ସାଣ୍ଟୋସ୍‌ ପଡ଼ିଆ ଭିତରକୁ ପସି ପାଟିତୁଣ୍ଡ ଆରମ୍ଭ କରିଥିଲେ।

ଏହାପରେ ଉଭୟ ଦଳର ଖେଳାଳି, ବୋର୍ଡ ଅଧିକାରୀ ଓ ସହାୟକ କର୍ମଚାରୀ ମଧ୍ୟରେ ମାରପିଟ୍‌ ଆରମ୍ଭ ହୋଇଯାଇଥିଲା।

ଗଣ୍ଡଗୋଳରେ ୬ ଜଣ ବଲ୍‌ବୟ ସାମିଲ ଏହି ଗଣ୍ଡଗୋଳରେ ମଧ୍ୟ ୬ ଜଣ ବଲ୍‌ବୟ ସାମିଲ ହୋଇଥିଲେ।

ଏଭଳି ସ୍ଥିତି ଉପୁଜିଥିଲା ଯେ ରେଫରି ଓ ଅମ୍ପାୟାର ଏହାକୁ ଅଟକାଇ ପାରି ନଥିଲେ।

ଶେଷରେ ସାମରିକ ପୁଲିସକୁ ଡାକି ସ୍ଥିତି ନିୟନ୍ତ୍ରଣ କରାଯାଇଥିଲା।

ଗଣ୍ଡଗୋଳ ପ୍ରାୟ ୪୦ ମିନିଟ୍‌ ଧରି ଚାଲିଥିଲା।

ଏହି ଘଟଣା ପୂର୍ବରୁ ମ୍ୟାଚ୍‌ ବେଳେ ୩ ଜଣ ଖେଳାଳି ରେଡ୍‌କାର୍ଡ ପାଇଥିଲେ।

ଗଣ୍ଡଗୋଳ ପରେ ରେଫରି ଆଉ ୪୮ ଜଣଙ୍କୁ ରେଡ୍‌କାର୍ଡ ଦେଇଥିଲେ ଏବଂ ମ୍ୟାଚ୍‌କୁ ବାତିଲ କରିଥିଲେ।

୪୩ ଖେଳାଳି, ୮ ସହାୟକ କର୍ମଚାରୀ ଓ ୨ ବୋର୍ଡ ସଦସ୍ୟଙ୍କ ସହ ମୋଟ ୫୧ ଜଣଙ୍କୁ ରେର୍ଡକାର୍ଡ ଦେଇା ବିଦା କରାଯାଇଥିଲା।

ସର୍ବାଧିକ ରେଡ୍‌କାର୍ଡ ପାଇବାରେ ଏହି ମ୍ୟାଚ୍‌ ପୂର୍ବ ଗିନିଜ୍‌ ବିଶ୍ବ ରେକର୍ଡ (୩୬ ରେଡ୍‌କାର୍ଡ)କୁ ଭାଙ୍ଗିଥିଲା।

ପୂର୍ବରୁ ୨୦୧୧ରେ ଆର୍ଜେଣ୍ଟିନାର କ୍ଲେପୋଲ ଓ ଭିକ୍ଟୋରିଆନୋ ଆରେନାସ୍‌ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ୩୬ ଜଣ ରେଡ୍‌କାର୍ଡ ପାଇଥିଲେ।

Tennis: ଚେନ୍ନାଇ ଓପନ୍‌: ଇତିହାସ ରଚିଲେ ମାୟା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।