World Yoga Championship: ବିଶ୍ବ ଯୋଗାସନ ଚାମ୍ପିଅନ୍‌ସିପ୍‌: ୧୦୨ ସ୍ବର୍ଣ୍ଣ ସହ ଭାରତ ବିଜେତା

Jun 09, 2026 - 05:51
World Yoga Championship: ବିଶ୍ବ ଯୋଗାସନ ଚାମ୍ପିଅନ୍‌ସିପ୍‌: ୧୦୨ ସ୍ବର୍ଣ୍ଣ ସହ ଭାରତ ବିଜେତା

"ଅହମଦାବାଦ: ଗୁଜରାଟର ଅହମଦାବାଦରେ ଆୟୋଜିତ ବିଶ୍ବ ଯୋଗାସନ ପ୍ରତିଯୋଗିତାରେ ଭାରତ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ୧୦୨ ସ୍ବର୍ଣ୍ଣ ସହ ‌ମୋଟ ୧୧୪ ପଦକ ଜିତି ନେଇଛି।

ଏହି ପାଞ୍ଚଦିନିଆ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଜାପାନ ୩ଟି ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ଏବଂ ୫ଟି କାଂସ୍ୟ ପଦକ ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆର୍ଜେଣ୍ଟିନାର ନାବିଲା ବାରାଜା ଏକାକୀ ୨ଟି ସ୍ୱର୍ଣ୍ଣ ଓ ୩ଟି ରୌପ୍ୟ ପଦକ ଜିତି ନିଜ ଦେଶକୁ ତୃତୀୟ ସ୍ଥାନରେ ପହଞ୍ଚାଇଥିଲେ।

ନେପାଳ ମୋଟ ୫୨ଟି ପଦକ (୧ ସ୍ୱର୍ଣ୍ଣ, ୩୬ ରୌପ୍ୟ ଓ ୧୫ ବ୍ରୋଞ୍ଜ) ଜିତି ପଦକ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଥିଲେ ମଧ୍ୟ ସ୍ବର୍ଣ୍ଣ ବିଜୟ‌ରେ ପଛୁଆ ରହିଥିଲା।

ଅନ୍ୟପକ୍ଷରେ ଉଜ୍‌ବେକିସ୍ତାନ ୨୫ଟି ପଦକ ହାସଲ କରିଥିଲା।

Advertisment Accident: ବାଉଁଶ ବୋଝେଇ ଟ୍ରାକ୍ଟର ପଛରେ ପିଟିଲା ବାଇକ୍‌, ଯୁବକ ଗୁରୁତର ଏଥିରେ ୭୯ଟି ଦେଶର ୫୨୨ଜଣ ପ୍ରତିଯୋଗୀ  ଅଂଶଗ୍ରହଣ କରିଥିଲେ।

ସେମାନଙ୍କ ମଧ୍ୟରୁ ୩୧ଟି ଦେଶ ଅତି କମ୍‌ରେ ଗୋଟିଏ ପଦକ ଜିତିଥିବାବେଳେ ୧୦ଟି ଦେଶ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଥିଲେ।

ଭାରତର ୧୨୨ ଜଣିଆ ଦଳ ଉପକନିଷ୍ଠରୁ ଆରମ୍ଭ କରି ବରିଷ୍ଠ ପର୍ଯ୍ୟନ୍ତ ୬ଟି ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ।

ପ୍ରତିଯୋଗିତାର ଉଦ୍‌ଯାପନୀ ଦିବସରେ ବିଶ୍ୱ ଯୋଗାସନ ସଂଘର ସଭାପତି ସ୍ବାମୀ ରାମଦେବ ଏକ ଭିଡିଓ ସନ୍ଦେଶରେ କହିଥିଲେ, ବିଶ୍ୱ ଯୋଗାସନ ପ୍ରତିଯୋଗିତା ମାଧ୍ୟମରେ ବିଶ୍ୱବ୍ୟାପୀ ଏକ ନୂଆ ଆନ୍ଦୋଳନର ଶୁଭାରମ୍ଭ।

ଯୋଗ କେବଳ ଏକ ଖେଳ ନୁହେଁ, ଏହା ସ୍ୱାସ୍ଥ୍ୟ, ସମନ୍ୱୟ, ଶାନ୍ତି ଓ ମାନବ ଏକତାର ପଥ।

ଅହମଦାବାଦରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଗାମୀ ଦିନରେ ଯୋଗାସନକୁ ଅଲିମ୍ପିକ୍ସ ମଞ୍ଚରେ ପହଞ୍ଚାଇବ।

Yoga: ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ପ୍ରସ୍ତୁତି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।