06 SEPTEMBER 2026

Welcome!

Unlock your personalized experience.
Sign Up

Panchayat elections: ମାର୍ଚ୍ଚ ୫ ପରେ ପଞ୍ଚାୟତ ନିର୍ବାଚନ: ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ

Sep 06, 2026 - 02:54
Panchayat elections: ମାର୍ଚ୍ଚ ୫ ପରେ ପଞ୍ଚାୟତ ନିର୍ବାଚନ: ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ

ଭୁବନେଶ୍ବର: ଫେବ୍ରୁଆରି ମାସରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଜନଗଣନା ହେବ। ମାର୍ଚ୍ଚ ୫ରେ ଜନଗଣନା ପ୍ରକ୍ରିୟା ଶେଷ ହେବ। ଏହାପରେ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ଶେଷ ସପ୍ତାହ‌ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ ଏବଂ ଏହା ପରେ ପରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିସନର ମଧୁସୂଦନ ପାଢ଼ୀ କହିଛନ୍ତି।

Weekly Horoscope 2026 September 06 to September 12: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ଆଜି ‘କନକ ନ୍ୟୁଜ୍‌’କୁ ଏକ ସାକ୍ଷାତକାର ଦେଇ ଶ୍ରୀ ପାଢ଼ୀ କହିଛନ୍ତି ଯେ ପୂର୍ବ ବର୍ଷଗୁଡ଼ିକ ଭଳି ଚଳିତବର୍ଷ ମଧ୍ୟ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାୟ ୯୧ ହଜାରରୁ ଅଧିକ ବୁଥ୍‌ରେ ମତଦାନ ହେବ। ବାଲଟ୍ ପେପରରେ ମତଦାନ ହେବ। ତେଣୁ ବାଲଟ୍ ବାକ୍ସ ପ୍ରସ୍ତୁତି ପାଇଁ ଓଏସ୍‌ଆଇସି ଏବଂ ବାଲଟ୍ ପେପର ପାଇଁ ସରକାରୀ ପ୍ରେସ୍‌ ସହ ଆଲୋଚନା ସରିଛି। ସେହିପରି ପଞ୍ଚାୟତ ନିର୍ବାଚନ ସରିବାର ୧୫ ଦିନରୁ ୧ ମାସ ମଧ୍ୟରେ ପୌର ନିର୍ବାଚନ ହେବ। ଏଥିରେ ଇଭିଏମ୍‌ ବ୍ୟବହାର ହେବାକୁ ଥିବାରୁ ଆମେ ଇସିଆଇକୁ ୬ ହଜାର ଇଭିଏମ୍ ଦେବାକୁ କହିଛୁ। ଏ‌ହା ନଭେମ୍ବର ଶେଷ ସୁଦ୍ଧା ଆମ ପାଖରେ ପହଞ୍ଚିଯିବ। ସେହିପରି ଗୋଟିଏ ପରିବାରର ସମସ୍ତ ସଦସ୍ୟ ଯେପରି ଗୋଟିଏ ବୁଥ୍‌ରେ ମତଦାନ କରିବେ ସେଥିପାଇଁ ଅକ୍ଟୋବର ୨୪ରୁ ଡୋର୍‌ ଟୁ ଡୋର୍ ସର୍ଭେ ଆରମ୍ଭ ହେବ। ଏହା ନଭେମ୍ବର ୭ରେ ସରିବ। ଏହା ପରେ ଭୋଟର ତାଲିକାରେ ନୂଆ ଭୋଟରଙ୍କୁ ଯୋଡ଼ିବା ପ୍ରକ୍ରିୟା ହେବ। ଏଥିରେ ଜାନୁଆରି ୧, ୨୦୨୭କୁ କଟ୍‌ ଅଫ୍ ତାରିଖ ଭାବେ ଧରାଯିବ। ଫେବ୍ରୁଆରି ୧୦ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି ଭୋଟର ତାଲିକା ଅନୁସାରେ ହିଁ ପଞ୍ଚାୟତ ଓ ପୌର ନିର୍ବାଚନ ହେବ। 

ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ
ଏକସଙ୍ଗେ ହେବ ସମ୍ବଲପୁର, ରାଉରକେଲା ଓ ପୁରୀ ମହାନଗର ନିର୍ବାଚନ

ନିର୍ବାଚନ କମିସନର ଶ୍ରୀ ପାଢ଼ୀ କହିଛନ୍ତି ଯେ ଆସନ୍ତା ପୌର ନିର୍ବାଚନରେ ପୌରାଧ୍ୟକ୍ଷ ଓ ମେୟର ନିର୍ବାଚନ ପ୍ରତ୍ୟକ୍ଷ ଭାବେ ହେବ। ଆମେ ଏବେ ଏହାକୁ ନଜରରେ ରଖି ପ୍ରସ୍ତୁତି କରୁଛୁ। ସରକାର ଯଦି ପରୋକ୍ଷ ନିର୍ବାଚନ କରିବାକୁ ନିଷ୍ପତ୍ତି ନେବେ ତେବେ ଆମେ ସେଥିପାଇଁ ପ୍ରସ୍ତୁତି କରିବୁ। ସେହିପରି ହାଇକୋର୍ଟରେ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମର ଚାଲିଥିବା ମାମଲାର ଶୁଣାଣି ଶେଷ ହୋଇଛି। ନବଗଠିତ ପୁରୀ ମହାନଗର ନିଗମର ନିର୍ବାଚନ ପାଇଁ ପ୍ରକ୍ରିୟା ପ୍ରାୟ ଶେଷ ହୋଇଛି। ତେଣୁ ୨୦୨୭ରେ ସମସ୍ତ ପୌରସଂସ୍ଥାର ନିର୍ବାଚନ ସହ ଏହି ତିନି ମହାନଗର ନିଗମର ନିର୍ବାଚନ ହେବ। ବର୍ତ୍ତମାନ ସୁଦ୍ଧା ନବଗଠିତ ୩୬ଟି ପୌର ସଂସ୍ଥାରୁ ୨୭ଟିରେ ସଂରକ୍ଷଣ ପ୍ରକ୍ରିୟା ଶେଷ ହୋଇଛି। ବାକି ୯ଟିର ଅକ୍ଟୋବର ୩୧ ସୁଦ୍ଧା ଶେଷ ହେବ। ଏହାସହ ସମସ୍ତ ପଞ୍ଚାୟତ, ପୌର ସଂସ୍ଥାର ସଂରକ୍ଷଣ ପ୍ରକ୍ରିୟା ଅକ୍ଟୋବର ୩୧ ସୁଦ୍ଧା ଶେଷ ହେବ। 

GDP: ଜିଡିପିରେ ଡାଟା ସେଣ୍ଟରର ଯୋଗଦାନ ନଗଣ୍ୟ ରହିବ

ଜୁନ୍, ୨୦୨୫ରେ ହେବାକୁ ଥିବା ପଞ୍ଚାୟତ ଉପନିର୍ବାଚନ ବର୍ତ୍ତମାନ ସୁଦ୍ଧା ନ ହୋଇପାରିବା ନେଇ ଶ୍ରୀ ପାଢ଼ୀ କହିଛନ୍ତି ଯେ ଆମେ ବର୍ଷା ଯୋଗୁଁ ସେତେବେଳେ ଉପନିର୍ବାଚନକୁ ଘୁଞ୍ଚାଇଥିଲୁ। ‌କିନ୍ତୁ ଯେତେବେଳେ ପୁଣି ଉପନିର୍ବାଚନ କରିବାକୁ ପ୍ରସ୍ତୁତ ହେଲୁ ସେତେବେଳେ ଭୋଟର ତାଲିକାରେ କିଛି ଅସଙ୍ଗତି ଥିବା ଜାଣିବାକୁ ପାଇଲୁ। ତେଣୁ ଆମେ ଏସ୍‌ଆଇଆର୍ ପ୍ରକ୍ରିୟାକୁ ଅପେକ୍ଷା କରି ରହିଥିଲୁ। ଏଠାରେ ଆସନ୍ତାବର୍ଷ ଏକସଙ୍ଗେ ନିର୍ବାଚନ ହେବ। ଆଉ ଉପନିର୍ବା‌ଚନ ହେବନି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।