Yogi Adityanath Challenges Akhilesh Yadav: ୨୦୨୭ ନିର୍ବାଚନ ପୂର୍ବରୁ ଯୋଗୀ-ଅଖିଳେଶ ମୁହାଁମୁହିଁ, ଅଯୋଧ୍ୟାକୁ ନେଇ ବଢ଼ିଲା ଉଷ୍ମତା
ଉତ୍ତରପ୍ରଦେଶ ରାଜନୀତିରେ ଅଯୋଧ୍ୟା ଆସନକୁ ନେଇ ବଢ଼ିଲା ରାଜନୈତିକ ଉଷ୍ମତା। ୨୦୨୭ ୟୁପି ବିଧାନସଭା ନିର୍ବାଚନରେ ଅଯୋଧ୍ୟାରୁ ଲଢ଼ିବାକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ କହିଛନ୍ତି, ଅଖିଳେଶ ଅଯୋଧ୍ୟାରୁ ପ୍ରାର୍ଥୀ ହେଲେ ସେ ମଧ୍ୟ ସେଠାରୁ ନିର୍ବାଚନ ଲଢ଼ିବେ ଏବଂ ଉଭୟଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେଉ।
अखिलेश जी,
— Yogi Adityanath (@myogiadityanath) October 10, 2026
मैं आपको ऑफर करता हूं।
आइए, आप भी श्री अयोध्या धाम में नामांकन करिए और मैं भी करता हूं... pic.twitter.com/R4Jtz6vNOw
ଏହାର ଜବାବ ଦେଇ ଅଖିଳେଶ କହିଛନ୍ତି, ବିଜେପିକୁ ହରାଇବା ପାଇଁ ସମାଜବାଦୀ ପାର୍ଟିର ଜଣେ ଯୁବ ପ୍ରାର୍ଥୀ ହିଁ ଯଥେଷ୍ଟ। ଅଯୋଧ୍ୟା ଆସନ ପାଇଁ ଦଳ ପୂର୍ବରୁ ତେଜ ନାରାୟଣ ପାଣ୍ଡେଙ୍କ ନାଁ ଘୋଷଣା କରିଛି। ୨୦୨୪ ଲୋକସଭା ନିର୍ବାଚନରେ ଫୈଜାବାଦ ଆସନରେ ବିଜେପିର ପରାଜୟ କଥା ମନେ ପକାଇ ଯୋଗୀଙ୍କୁ ଟାର୍ଗେଟ୍ କରିଛନ୍ତି ଅଖିଳେଶ।
पवन का झोंका आएगा
— Akhilesh Yadav (@yadavakhilesh) October 10, 2026
अंहकार सब उड़ जाएगा
अयोध्या में ‘चढ़ावा-चंदा-दान’ चोरों को हराने के लिए हमारा एक युवा ‘पीडीए प्रहरी’ ही काफ़ी है। चोरों को क्लीन चिट देनेवाले दरअसल हिस्सेदार होते हैं। दूध का दूध, पानी का पानी तो हुआ नहीं, इस बार जनता घमंड का सारा पानी उतार देगी। लोकसभा भूल…
ରାମମନ୍ଦିର ଦାନ ଅର୍ଥ ହେରଫେର ଅଭିଯୋଗକୁ ନେଇ ମଧ୍ୟ ଉଭୟ ଦଳ ମଧ୍ୟରେ ବାକ୍ଯୁଦ୍ଧ ତୀବ୍ର ହୋଇଛି। ତେବେ ୨୦୨୭ ନିର୍ବାଚନରେ ଅଯୋଧ୍ୟାରୁ ଯୋଗୀ ଓ ଅଖିଳେଶ ମୁହାଁମୁହିଁ ହେବେ କି ନାହିଁ, ତାହା ଏବେ ଦେଖିବାର କଥା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।