ଅଜଣା ଜୀବ କାମୁଡ଼ାରେ ଅନୁଭବ ମଲ୍ଲିକଙ୍କ ମୃତ୍ୟୁ, ମାଣ୍ଡିପାଙ୍କାରେ ଶୋକାକୁଳ ପରିବେଶ
ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅଜଣା ବିଷାକ୍ତ ଜୀବ କାମୁଡ଼ାରେ ଆଇଟିଆଇ ପ୍ରଥମବର୍ଷର ଛାତ୍ରଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ମୃତକ ଉକ୍ତ ଗ୍ରାମର ଆଶିଷ ମଲ୍ଲିକ ବଡ଼ ପୁଅ ଅନୁଭବ ମଲ୍ଲିକ (୧୯ ) ।
କହିରଖୁଛୁକି, ଅନୁଭବ ବ୍ରହ୍ମପୁରରେ ଆଇଟିଆଇ ପ୍ରଥମବର୍ଷର ଛାତ୍ର ହୋଇଥିବା ବେଳେ ସେ ଘରକୁ ଛୁଟି ନେଇ ଆସିଥିଲେ । ମଙ୍ଗଳବାର ଗାଁର ଗାଈ ଚରାଇବାକୁ ଜଙ୍ଗଲକୁ ଯାଇଥିଲେ । ସେଠାରେ ତାଙ୍କ ମୁଣ୍ଡକୁ ଏକ ଅଜଣା ଜୀବ କାମୁଡ଼ିଥିଲା । ସେ ସଂନ୍ଧ୍ୟାରେ ଗାଈ ପଲ ନେଇ ଘରକୁ ଫେରିବା ବେଳେ ତାଙ୍କ ମୁଣ୍ଡ ପ୍ରବଳ ବିନ୍ଧୁଥିଲା । ତେବେ ପ୍ରବଳ ବର୍ଷା କାରଣରୁ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇ ପାରିନଥିଲା ।
ପରଦିନ ତାଙ୍କୁ ବ୍ରାହ୍ମଣୀଗାଁ ଓ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି । ତାଙ୍କର ଏହି ମୃତ୍ୟୁ ଖବର ଶୁଣି ଗ୍ରାମବାସୀ ଓ ପରିବାର ଭାଙ୍ଗି ପଡିଥିଲେ । ଗୁରୁବାର ତାଙ୍କ ମୃତଦେହ ଗାଁରେ ପହଞ୍ଚିଥିବା ବେଳେ ଶେଷକୃତ୍ୟ କରାଯାଇଥିଲା । ତାଙ୍କର ଏଭଳି ଅକାଳ ମୃତ୍ୟୁ ପାଇଁ ପରିବାର ଭାଙ୍ଗିପଡିବା ସହ ସରକାର ତାଙ୍କୁ ସହାୟତା କରନ୍ତୁ ବୋଲି ପରିବାର ଲୋକ ନିବେଦନ କରିଛନ୍ତି ।
ସୂଚନାଯୋଗ୍ୟଯେ, ଏବେ ଦାରିଙ୍ଗବାଡି ସମେତ ଆଭ୍ୟନ୍ତରୀଣ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ଏହି ସମୟରେ ସାପ ଓ ଅନ୍ୟ ବିଷାକ୍ତ ଜୀବ ପାଇଁ ଲୋକ ଭୟ ଓ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।