ଅନ୍ଧାରରେ ପିଲାଙ୍କ ଭବିଷ୍ୟତ । ୬ ମାସ ହେଲା ବିଦ୍ୟାଳୟରେ ନାହିଁ ବିଦ୍ୟୁତ
ନନ୍ଦିଘୋଷ ବ୍ୟୁରୋ : ଅନ୍ଧାରରେ ପିଲାଙ୍କ ଭବିଷ୍ୟତ । ୬ ମାସ ହେଲା ବିଦ୍ୟାଳୟରେ ନାହିଁ ବିଦ୍ୟୁତ । ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଛାତ୍ରଛାତ୍ରୀ । ପାଠପଢ଼ାରେ ଉପୁଜୁଛି ସମସ୍ୟା ।… ଏ ହେଉଛି ବଡ଼ମ୍ବା ବ୍ଲକ ବେଲିଆପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟରର ଦୃଶ୍ୟ । ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଦେଢ଼ ଶହ ପିଲା ପାଠ ପଢୁଛନ୍ତି । ହେଲେ ୬ ମାସ ହେବ ସ୍କୁଲରୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି । ଫଳରେ ପଙ୍ଖା ଚାଲୁନାହିଁ । ବର୍ଷା ଦିନେ ମେଘୁଆ ପାଗ ରହୁଥିବାରୁ ଶ୍ରେଣୀଗୃହ ଅନ୍ଧାର ହୋଇଯାଉଛି । ଶିକ୍ଷାଦାନରେ ନାନା ପ୍ରକାର ସମସ୍ୟା ଉପୁଜୁଛି। …
ସ୍କୁଲ ନାଁରେ ୪୦ ହଜାର ଟଙ୍କାର ଫାଇନ ଥିବାରୁ ବିଦ୍ୟୁତ ସଂଯୋଗ କଟାଯାଇଛି ବୋଲି ବଡ଼ମ୍ବା ବିଦ୍ୟୁତ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି ପ୍ରଧାନ ଶିକ୍ଷକ । ଏଠି ପ୍ରଶ୍ନ ଉଠୁଛି- ସ୍କୁଲ ନାଁରେ ୪୦ ହଜାର ଟଙ୍କା ଫାଇନ ହେଲା କିପରି ? ଏଥିପାଇଁ ଦାୟୀ କିଏ ? ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ତ ? ଅନ୍ୟପଟେ ଏ ସଂପର୍କରେ ମୁହଁ ଖୋଲୁନାହାନ୍ତି ବିଇଓ ।…
ତୁରନ୍ତ ସ୍କୁଲକୁ ବିଦ୍ୟୁତ ସଂଯୋଗ କରିବାକୁ ଅଭିଭାବକ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି । କେବେ ପ୍ରଶାସନର ନିଦ ଭାଙ୍ଗିବ ? କେବେ ସ୍କୁଲକୁ ପୁନଶ୍ଚ ବିଦ୍ୟୁତ ସଂଯୋଗ କରାଯିବ ? ତାହା ଉପରେ ରହିଛି ସମସ୍ତଙ୍କ ନଜର ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।