ଆଇଏଏସ ସ୍ତରରେ ଅଦଳ ବଦଳ ,ସଞ୍ଜୟ କୁମାର ବିଶ୍ୱାଳ I&PR ନିର୍ଦ୍ଦେଶକ
ଭୁବନେଶ୍ୱର : ଓଡ଼ିଶା ସରକାର ମଙ୍ଗଳବାର ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ (GA&PG) ବିଭାଗ ପକ୍ଷରୁ ଏ ନେଇ ସୂଚନା ପ୍ରକାଶ ପାଇଛି । GA&PG ବିଭାଗର ବିଜ୍ଞପ୍ତି ଅନୁଯାୟୀ, ସରକାର, ବାଣିଜ୍ୟ ଏବଂ ପରିବହନ ବିଭାଗର ଅତିରିକ୍ତ ସଚିବ ସଞ୍ଜୟ କୁମାର ବିଶ୍ୱାଳଙ୍କୁ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବରେ ବଦଳି କରି ନିଯୁକ୍ତି ଦେଇଛନ୍ତି ।
ସେହିପରି, ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ଭାବେ ଯୁଗଳେଶ୍ୱରୀ ଦାଶଙ୍କୁ ନିଯୁକ୍ତି ଦିଆଯାଇଛି । ଗୃହ ବିଭାଗ ଅତିରିକ୍ତ ସଚିବ ଥିବା ଆରାଧନା ଦାସଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଅବକାରୀ ବିଭାଗ ଅତିରିକ୍ତ ସଚିବ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ ‘ଆୟୁଷ’ର ନିର୍ଦ୍ଦେଶିକା ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଅଂଜନା ପଣ୍ଡାଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଓ ସୁନ୍ଦର ମାଧବ ପାଢୀଙ୍କୁ ଓଡ଼ିଶା ମାରିଟାଇମ୍ ବୋର୍ଡର ସିଓଓ ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ପାଢୀ ଓଏସଆରଟିସିର ଜେନେରାଲ ମ୍ୟାନେଜର ଦାୟିତ୍ୱରେ ମଧ୍ୟ ରହିବେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।