ଓଏସଏସଟିଇଟି ପରୀକ୍ଷା ଆବେଦନ ଅବଧି ବୃଦ୍ଧି

Aug 26, 2026 - 11:37
ଓଏସଏସଟିଇଟି ପରୀକ୍ଷା ଆବେଦନ ଅବଧି ବୃଦ୍ଧି

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା ତଥା ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଏଲିଜିବିଲିଟି ଟେଷ୍ଟ୍ (ଓଏସ୍ଏସ୍ଟିଇଟି)  ପାଇଁ ଆବେଦନ ଅବଧିକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ବୃଦ୍ଧି କରିଛନ୍ତି । ଉକ୍ତ ପରୀକ୍ଷା ପାଇଁ ଆବେଦନର ଶେଷ ସମୟ ୨୩ ଅଗଷ୍ଟ ଯାଏ ଥିଲା। ରାଜ୍ୟର ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ସମେତ ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲାର ଅନେକ ଶିକ୍ଷକ ଆଶାୟୀ ପ୍ରାର୍ଥୀ ଧାର୍ଯ୍ୟ ସମୟ ମଧ୍ୟରେ ଆବେଦନ କରିପାରିନାହାନ୍ତି । ତେଣୁ ପ୍ରାର୍ଥୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଫର୍ମ ପୂରଣ ଅବଧିକୁ ଆସନ୍ତା ୩୦ ଅଗଷ୍ଟ ଯାଏ ବୃଦ୍ଧି କରାଯାଇଛି ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।

ଅନ୍ୟପକ୍ଷରେ, ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ୍ (ଡିଏଲ୍ଇଡି) ପରୀକ୍ଷା ପାଇଁ ଆସନ୍ତା ୨୮ ଅଗଷ୍ଟରୁ ସେପ୍ଟେମ୍ବର ୬ ଯାଏ ଅନଲାଇନରେ ଫର୍ମ ପୂରଣ କରାଯିବ। ଡିଏଲ୍ଇଡି ପ୍ରଥମ ବର୍ଷ, ଦ୍ୱିତୀୟ ବର୍ଷ ଏବଂ ବ୍ୟାକ୍ ପେପର ଥିବା ପ୍ରାର୍ଥୀମାନେ ଫି’ ଦାଖଲ କରି ଅନଲାଇନରେ ଫର୍ମ ପୂରଣ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂରଣ ହୋଇଥିବା ଫର୍ମଗୁଡ଼ିକୁ ସେପ୍ଟେମ୍ବର ୮ ତାରିଖ ଅପରାହ୍ନ ୫ଟା ସୁଦ୍ଧା ବୋର୍ଡ ୱେବସାଇଟରେ ଅପଲୋଡ୍ କରିବାକୁ ସମୟ ନିର୍ଘଣ୍ଟ ଜାରି କରାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।