ଆଜି ବିଶ୍ବ ଡ଼ାକ ଦିବସ, ଇଣ୍ଟରନେଟ୍ ଯୁଗରେ କମିନି ଡ଼ାକ ସେବାର ଗୁରୁତ୍ବ

Oct 09, 2026 - 12:43
ଆଜି ବିଶ୍ବ ଡ଼ାକ ଦିବସ, ଇଣ୍ଟରନେଟ୍ ଯୁଗରେ କମିନି ଡ଼ାକ ସେବାର ଗୁରୁତ୍ବ

ନନ୍ଦିଘୋଷ ବ୍ୟୁରୋ : ଆଜି ବିଶ୍ବ ଡ଼ାକ ଦିବସ । ବିଶ୍ବ ସାରା ପ୍ରତିବର୍ଷ ଅକ୍ଟୋବର ୯ ତାରିଖକୁ ବିଶ୍ବ ଡ଼ାକ ଦିବସ ଭାବେ ପାଳନ କରାଯାଇଥାଏ । ବର୍ତ୍ତମାନର ଇଣ୍ଟରନେଟ୍ ଯୁଗରେ ଡ଼ାକ ସେବାର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଦିନ ଥିଲା ନା ଥିଲା ସ୍ମାର୍ଟ ଫୋନ୍ ନା ଥିଲା ଇଣ୍ଟରନେଟ୍ ସେବା । ସେ ସମୟରେ ଯୋଗଯୋଗର ବଡ଼ ମାଧ୍ୟମ ସାଜିଥିଲା ଡ଼ାକ ସେବା । ଡ଼ାକବାଲା ଡ଼ାକଘରୁ ଚିଠି ସଂଗ୍ରହ କରି ଠିକଣ ଜାଗାରେ ପହଁଞ୍ଚାଉଥିଲେ । ଡ଼ାକ ସେବାର ଇତିହାସକୁ ମନେ ପକାଇବା ଲାଗି ଏହି ଦିବସ ପାଳନ କରାଯାଉଛି ।

୧୮୭୪ ମସିହାରେ ସ୍ବିଜରଲ୍ୟାଣ୍ତରେ ୟୁନିଭର୍ସାଲ ପୋଷ୍ଟାଲ୍ ୟୁନିୟନ୍ ସ୍ଥାପିତ ହୋଇଥିଲା । ଏହା ମାଧ୍ୟମରେ ଯୋଗାଯୋଗ କ୍ଷେତ୍ରରେ ବିଶ୍ବସ୍ତରୀୟ ବିପ୍ଲବ ଆରମ୍ଭ ହୋଇଥିଲା । ଆନ୍ତର୍ଜାତିକ ଡ଼ାକସଂଘ ସଂସଦ ଦ୍ବାରା ୧୯୬୯ ମସିହାରେ ଜାପାନର ଟୋକିଓଠାରେ ଅନୁଷ୍ଠିତ ସମ୍ମିଳନୀରେ ୟୁନିୟନ୍ ର ଜନ୍ମବାର୍ଷିକୀରେ ଡ଼ାକ ଦିବସ ପାଳନ ନେଇ ଘୋଷଣା କରାଯାଇଥିଲା । ସେବେଠାରୁ ପ୍ରତିବର୍ଷ ଆଜିର ଦିନ ବିଶ୍ବ ଡ଼ାକ ଦିବସ ଭାବେ ପାଳନ ହୋଇଆସୁଛି ।

ବର୍ତ୍ତମାନ ଯୁଗରେ ଯୋଗାଯୋଗର ମୁଖ୍ୟ ମାଧ୍ୟମ ସାଜିଛି ମୋବାଇଲ୍ ଫୋନ୍, ଇଣ୍ଟରନେଟ୍ ଓ ସୋସିଆଲ୍ ମିଡ଼ିଆ । ତଥାପି ଡାକ ସେବାର ଆବଶ୍ୟକତା ରହିଛି । ଚିଠି, ଶିକ୍ଷା ସମ୍ପର୍କିତ କାଗଜପତ୍ର, ସରକାରୀ ଦସ୍ତାବିଜ, ଔଷଧ ଓ ବିଭିନ୍ନ ପାର୍ସଲ୍ ପହଞ୍ଚାଇବାରେ ଡାକ ବ୍ୟବସ୍ଥାର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ବିଶେଷକରି, ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଲୋକଙ୍କ ପାଖରେ ଅନେକ ଜରୁରୀ ସେବା ପହଞ୍ଚାଇବାରେ ଡାକସେବା ସହାୟକ ହୋଇଥାଏ । ଡାକଘର ମାଧ୍ୟମରେ ଲୋକେ ସଞ୍ଚୟ ଯୋଜନା ସମେତ ବିଭିନ୍ନ ଆର୍ଥିକ ସେବାର ଲାଭ ମଧ୍ୟ ଉଠାଇପାରୁଛନ୍ତି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।