ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ
ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍ଘାଟିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଦିଲୀପ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ଉଦ୍ାଟନ କରିଥିଲେ।
ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହାବିଦ୍ୟାଳୟର ପୁରାତନ ଛାତ୍ରୀମାନଙ୍କୁ ଏକ ଦୃଢ଼ ନେଟୱର୍କରେ ଯୋଡ଼ିବା ଏବଂ କଲେଜର ବିକାଶରେ ସେମାନଙ୍କ ସକ୍ରିୟ ସହଯୋଗ ନେବା। ଏହା ସହିତ ଛାତ୍ରୀମାନଙ୍କ କ୍ୟାରିୟର ମାର୍ଗଦର୍ଶନ ଓ ବିଭିନ୍ନ ଶିକ୍ଷାମୂଳକ କାର୍ଯ୍ୟକ୍ରମକୁ ଆଲୁମିନିମାନଙ୍କ ସହଯୋଗରେ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ରହିଛି।
କାର୍ଯ୍ୟକ୍ରମରେ ଆଲୁମିନି ରିଲେସନସିପ ସେଲ୍ର ପ୍ରମୁଖ ସଦସ୍ୟା ପ୍ରାଧ୍ୟାପିକା ଉର୍ମିଳା ପାଟ୍ଟଯୋଶୀ, ଅଧ୍ୟାପିକା ତଥା AGACPS ସଂଯୋଜିକା, ସାଗରିକା ବିଷୋୟୀ, ଅଧ୍ୟାପିକା ତଥା ପ୍ଲେସମେଣ୍ଟ ଅଫିସର ମୋନାଲିସା ସାହୁ, କ୍ୟାରିୟର କାଉନ୍ସେଲିଂ ଅଫିସର ସୁରଜ ଶାସମଲ, ଅଧ୍ୟାପିକା ମିସ ରଶ୍ମିତା ବେହେରା, ଡ. ହେମଲତା ଭୋଇ, ସସ୍ମିତା ମିଶ୍ର, ସିମ୍ରନ ଦାସ ପ୍ରମୁଖ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମର ସଂଯୋଜିକା ସାଗରିକା ବିଷୋୟୀ ଅଭିଯାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଆଲୁମିନି ଆସୋସିଏସନ୍ର ପ୍ରମୁଖ ଅଧ୍ୟାପିକା ସନ୍ଧ୍ୟାରାଣୀ ପ୍ରଧାନ ନିଜର ମତ ରଖିଥିଲେ। ଉପସ୍ଥିତ ଆଲୁମିନିମାନେ ମଧ୍ୟ ନିଜର ମତାମତ ଦେବା ସହ ଆଲୁମିନି ଆସୋସିଏସନ୍ରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଓ ମହାବିଦ୍ୟାଳୟର ବିକାଶରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅଧ୍ୟାପିକା ଡ. ହେମଲତା ଭୋଇ ଧନ୍ୟବାଦ ପ୍ରଦାନ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।