ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ
ଭୁବନେଶ୍ବର,୭।୧୦: ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି । ତେବେ ଏହି ବନ୍ଦ ପାଳକୁ ସମର୍ଥନ କରିବାକୁ ଜନସାଧାରଣଙ୍କୁ ଅପିଲ କରିଛି କଂଗ୍ରେସ । ତେବେ ଏହାର ପ୍ରଭାବ ସାଧାରଣ ଜୀବନ ଯାତ୍ରା ଉପରେ ପଡିପାରେ । ଟ୍ରକ୍, ବସ୍, ଅଟୋ ଚଳାଚଳ ବନ୍ଦ ରଖିବାକୁ କଂଗ୍ରେସ ପକ୍ଷରୁ ଆହ୍ବାନ ଦିଆଯାଇଥିବା ବେଳେ ଏହାରି ଭିତରେ ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣି ବଡ଼ ସୂଚନା ଦିଆଯାଇଛି । କାଲିର ଓଡ଼ିଶା ବନ୍ଦରେ ସାମିଲ ହେବନି ଘରୋଇ ବସ୍ । ବସ୍ ଏକ ଅତ୍ୟାବଶ୍ୟକ ସେବା । କାଲି ଘରୋଇ ବସ୍ ଗଡ଼ିବ, ଯାତ୍ରୀ ପରିବହନ ଜାରି ରହିବ । ବନ୍ଦରେ ସାମିଲ ହେବୁ ନାହିଁ ବୋଲି କୁହାଯାଇଛି ।
କିନ୍ତୁ ଅଟୋ ଚାଳକ ସଂଘ ପକ୍ଷରୁ ଓଡ଼ିଶା ବନ୍ଦକୁ ସମର୍ଥନ କରାଯାଇଛି । କାଲି ରାଜ୍ୟରେ ବନ୍ଦ ରହିବ ଅଟୋ ଚଳାଚଳ । ସେହିପରି କାଲି ଖୋଲା ରହିବ କଟକ ମାଲଗୋଦାମ । ଏନେଇ ଚାମ୍ବର ଅଫ୍ କମର୍ସ ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି । ଅନ୍ୟପଟେ ଦୋକାନ, ବଜାର ଏବଂ ପେଟ୍ରୋଲ ପମ୍ପ ଉପରେ ବନ୍ଦର ପ୍ରଭାବ ପଡିପାରେ । କିନ୍ତୁ ଜରୁରୀକାଳୀନ ସେବା ଜାରି ରହିବ । ହସ୍ପିଟାଲ, ଆମ୍ବୁଲାନ୍ସ, ଦମକଳ ସେବା, ମେଡିସିନ୍ ଦୋକାନ ଖୋଲା ରହିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।