ଆଡ଼ପ ଦର୍ଶନ ଦେଲେ ଶ୍ରୀବିଗ୍ରହ: ମିଳିଲା ଆଡ଼ପ ଅବଢ଼ା, ବଡ଼ଶଙ୍ଖ ଛୁଇଁଲା ଭକ୍ତଙ୍କ ଧାଡ଼ି

Jul 20, 2026 - 03:13
ଆଡ଼ପ ଦର୍ଶନ ଦେଲେ ଶ୍ରୀବିଗ୍ରହ: ମିଳିଲା ଆଡ଼ପ ଅବଢ଼ା, ବଡ଼ଶଙ୍ଖ ଛୁଇଁଲା ଭକ୍ତଙ୍କ ଧାଡ଼ି

"ପୁରୀ: ଜନ୍ମବେଦିରେ ଲୀଳା ରଚିଛନ୍ତି ମହାପ୍ରଭୁ।

ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନର ଅବକାଶ ପାଇଛନ୍ତି ଭକ୍ତବୃନ୍ଦ।

ମହାପ୍ରଭୁ ନିଜର ପ୍ରୀତିପଦ ସ୍ଥାନରେ ବସି ଯେତିକି ଆନନ୍ଦିତ, ଭକ୍ତ ମହାପ୍ରଭୁଙ୍କୁ ଜନ୍ମବେଦିରେ ଦେଖି ସେତିକି ପୁଲକିତ।

ନବଦିନାତ୍ମକ ଯାତ୍ରାରେ ଆସିଥିବା ଚତୁର୍ଦ୍ଧା ବିଗ୍ରହଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ ପାଇଁ ଆଜି ବହୁ ଭକ୍ତଙ୍କ ସମାଗମ ହୋଇଛି।

ଭିଡ଼ ଏତେ ଯେ ଧାଡ଼ି ବଡ଼ଶଙ୍ଖ ଛୁଇଁଥିଲା।

ଦର୍ଶନ ଶୃଙ୍ଖଳିତ କରିବା ପାଇଁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି।

ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ନାକଚଣା ଦ୍ବାର ଦେଇ ପ୍ରସ୍ଥାନ କରିଛନ୍ତି।ଆଡ଼ପମଣ୍ଡପରେ ଦର୍ଶନ ସହ ଆଜି ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ସେବନର ସୁଯୋଗ ହାତଛଡ଼ା କରିନାହାନ୍ତି ଭକ୍ତ।

ମାତ୍ର ଠାକୁରଙ୍କ ନୀତି ବଢ଼ି ରୁନ୍ଧା ଶେଷ ବେଳକୁ ସାଢ଼େ ୩ଟା ବାଜି ଯାଇଥିଲା।

ତେଣୁ ଆଜି ସୂର୍ଯ୍ୟ ପୂଜା ହୋଇ ରୋଷ ହେବା ବେଳକୁ ଦ୍ବିପ୍ରହର ହୋଇଯାଇଥିଲା।

ଅପରାହ୍‌ଣ ୪ଟା ୧୦ରେ ସକାଳ ଧୂପ ଶେଷ ହୋଇ ଅବଢ଼ା ବାହାରିଥିଲା।

ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ୫୦-୬୦ ହଜାର ଭକ୍ତ ଓ ୪୦ ହଜାରଙ୍କ ପାଇଁ ବରାଦି ମହାପ୍ରସାଦ ପ୍ରସ୍ତୁତ କରାଯାଇଛି।

ପ୍ରାୟ ୧ ଲକ୍ଷ ସେବନ କରିବା ଭଳି ଅବଢ଼ା ଉପଲବ୍ଧ ରହିଛି।

ମହାପ୍ରଭୁଙ୍କଠାରେ ଆଜିଠାରୁ ଅନ୍ନବ୍ୟଞ୍ଜନ ଲାଗି ହେବା ପରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇଥିଲେ।

ଆଜି ମହାପ୍ରଭୁଙ୍କୁ କୋଠଭୋଗରେ ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ ଭୋଗ କରାଯାଇଛି।

ଏଥିପାଇଁ ଜୈବିକ ଚାଉଳ ସହ ମୁଗ ଏବଂ ପିଠା ପାଇଁ ବିରି ଯୋଗାଇ ଦିଆଯାଇଥିଲା।

କିଛି ପରିମାଣରେ ବରାଦିରେ ଏହାକୁ ପ୍ରସ୍ତୁତ କରାଯାଇଥିଲା।Advertisment Aquapreneur Conclave: "ମାଛର ଉପାଦେୟତା ଓ ଗୁରୁତ୍ୱ ଦିନକୁ ଦିନ ବୃଦ୍ଧି ପାଉଛି" ଲକ୍ଷେ ଭକ୍ତଙ୍କ ପାଇଁ ଅବଢ଼ାବଡ଼ଶଙ୍ଖ ଛୁଇଁଲା ଭକ୍ତଙ୍କ ଧାଡ଼ି ଆଜି ବନକଲାଗି ନୀତି ପାଇଁ ଦ୍ବିତୀୟ ଭୋଗମଣ୍ଡପ ପରେ ଦର୍ଶନ ବନ୍ଦ ରଖାଯାଇଛି।

ପରେ ଶ୍ରୀମୁଖ ଶୃଙ୍ଗାର ପାଇଁ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ।

ଶ୍ରୀଗୁଣ୍ଡିଚା ଯାତ୍ରା କାଳରେ ତିନିଦିନ ଧରି ଚତୁର୍ଦ୍ଧା ବିଗ୍ରହ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।

ଶନିବାର ଆଡ଼ପ ମଣ୍ଡପକୁ ଗୋଟି ପହଣ୍ଡିରେ ବିଜେ କରିଥିଲେ।

ଭୋର ସାଢ଼େ ୩ଟାରେ ରୁନ୍ଧା ଶେଷ ହୋଇଥିଲା।

ସକାଳ ୬ଟା ୨୦ରେ ଦଇତାପତି ସର୍ବାଙ୍ଗ କରିଥିଲେ।

ସକାଳ ୬ଟା ୩୫ରେ କୋଠ ସୁଆଁସିଅ ପ୍ରବେଶ କରିଥିଲେ।

ସକାଳେ ମହାପ୍ରଭୁଙ୍କ ମହାସ୍ନାନ, ମଇଲମ ଓ ଅନ୍ୟାନ୍ୟ ନୀତି ସଂପନ୍ନ ହୋଇଥିଲା।

ସମୟ ଅଭାବରୁ ବିନା ରାତ୍ର ପହୁଡ଼ରେ ନୀତି ସମ୍ପାଦନ ହୋଇଥିଲା।

ସକାଳ ୯ଟା ୫୫ରେ ମଙ୍ଗଳ ଆଳତି ଓ ଅନ୍ୟ ନୀତି ବଢ଼ିବା ପରେ ପୂର୍ବାହ୍ଣ ୧୦ଟାରୁ ଦର୍ଶନ ଆରମ୍ଭ ହୋଇଥିଲା।

ଭକ୍ତମାନେ ସକାଳୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଭିଡ଼ ଲଗାଇଥିଲେ।

ପ୍ରଥମ ଭୋଗମଣ୍ଡପ ନୀତି ସଂପନ୍ନ ପରେ ଆଡ଼ପ ଅବଢ଼ା ବାହାରିଥିଲା।

ସନ୍ଧ୍ୟାରେ ଦ୍ୱିତୀୟ ଭୋଗମଣ୍ଡପ ପରେ ରାତି ୯ରୁ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହୋଇଥିଲା।

ଭୋର ୩ଟା ଯାଏଁ ବନକଲାଗି ନୀତି ଥିବାରୁ ଆଉ ରାତି ୯ଟା ପରଠୁ ଦର୍ଶନ ସମ୍ଭବ ହୋଇନଥିଲା।

TMC: ବାଚସ୍ପତିଙ୍କ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଦ୍ରୋହୀ ଟିଏମ୍‌ସି ନେତା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।