ଇଣ୍ଡିଆ କେମ୍ ୨୦୨୬: ୨ଦିନିଆ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

Oct 24, 2026 - 14:13
ଇଣ୍ଡିଆ କେମ୍ ୨୦୨୬: ୨ଦିନିଆ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ : ଓଡ଼ିଶାରେ ନୂତନ ରାସାୟନିକ ଓ ସାର ଉତ୍ପାଦନ ପ୍ରକଳ୍ପ ପାଇଁ ୪,୭୫୦ କୋଟି ଟଙ୍କା ନିବେଶ ଉଦ୍ଦେଶ୍ୟରେ ପାରାଦୀପ ଫସଫେଟ୍ସ ପକ୍ଷରୁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ମୁମ୍ବାଇରେ ଆୟୋଜିତ ଇଣ୍ଡିଆ କେମ୍ ୨୦୨୬ ଅବସରରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ପ୍ରସ୍ତାବିତ ନିବେଶ ରାଜ୍ୟର ଶିଳ୍ପ ବିକାଶ ଓ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବ। ଓଡ଼ିଶାର ଶିଳ୍ପ ବିକାଶକୁ ଏକ ବଡ଼ ପ୍ରୋତ୍ସାହନ ଦେବା ଦିଗରେ ଦେଶର ଅନ୍ୟତମ ଅଗ୍ରଣୀ ସାର ଉତ୍ପାଦନକାରୀ ସଂସ୍ଥା ତଥା ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିବା ପାରାଦୀପ ଫସଫେଟ୍ସ ଲିମିଟେଡ୍ (ପିପିଏଲ୍) ରାଜ୍ୟରେ ଆଗାମୀ ବର୍ଷଗୁଡ଼ିକରେ ନୂତନ ରାସାୟନିକ ଓ ସାର ଉତ୍ପାଦନ ପ୍ରକଳ୍ପର ବିକାଶ ପାଇଁ ୪,୭୫୦ କୋଟି ଟଙ୍କା ନିବେଶ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ସହ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିଛି। ମୁମ୍ବାଇରେ ଆୟୋଜିତ ଇଣ୍ଡିଆ କେମ୍ ୨୦୨୬ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପ୍ରସ୍ତାବିତ ନିବେଶ ମାଧ୍ୟମରେ ରାଜ୍ୟରେ ଏକ ନୂତନ ରାସାୟନିକ କାରଖାନା ଏବଂ ଜୈବ ସାର ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବା ସହିତ କୃଷି ଉତ୍ପାଦକତା ବୃଦ୍ଧି ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ । ଏହି ବୁଝାମଣାପତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଏବଂ ପାରାଦୀପ ଫସଫେଟ୍ସ ଲିମିଟେଡ୍ ପକ୍ଷରୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀ ଏନ୍. ସୁରେଶ କ୍ରିଷ୍ଣନ ସ୍ୱାକ୍ଷର କରିଥିଲେ। ଏହି ସମାରୋହରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ସହିତ ପାରାଦୀପ ଫସଫେଟ୍ସ ଲିମିଟେଡ୍ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରାଜୀବ ନାମ୍ବିଆର, ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫ୍ଓ) ବିଜୟ କୁମାର ବିଶ୍ୱାଳ ଏବଂ କର୍ପୋରେଟ୍ ଆଫେୟାର୍ସ ମୁଖ୍ୟ ବିଭୁଦତ୍ତ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।