ବାତ୍ୟା ପାଇଁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ବନ୍ଦ ରହିବ
ଭୁବନେଶ୍ୱର: ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ । ସମ୍ଭାବ୍ୟ ବାତ୍ୟା ପାଇଁ ଅକ୍ଟୋବର ୨୬ ତାରିଖ ସୋମବାର ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
ସୂଚନା ଅନୁସାରେ, ଅକ୍ଟୋବର ୨୬ ତାରିଖ ସୋମବାର ଦିନ ଭୁବନେଶ୍ୱରର ୟୁନିଟ୍-୨ ଅଶୋକ ନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ଜନଶୁଣାଣି ହେବାର କାର୍ଯ୍ୟକ୍ରମ ଥିଲା । କ୍ୟାପିଟାଲ ନର୍ସରୀ ନିକଟରେ ଥିବା ଏହି ସ୍ଥାନରେ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟି ନିଜର ବ୍ୟକ୍ତିଗତ ଓ ସାଧାରଣ ସମସ୍ୟା ଜଣାଇବାର ସୁଯୋଗ ପାଇଥାନ୍ତେ। କିନ୍ତୁ ବାତ୍ୟା ଆଶଙ୍କା ଯୋଗୁଁ ଏଥର କାର୍ଯ୍ୟକ୍ରମ ହେବ ନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।