ଉଚ୍ଛେଦ ବେଳେ ଉତ୍ତେଜନା

Aug 11, 2026 - 12:43
ଉଚ୍ଛେଦ ବେଳେ ଉତ୍ତେଜନା

ଭୁବନେଶ୍ୱର : ନୀଳାଦ୍ରି ବିହାର ଉଚ୍ଛେଦ ବେଳେ ଉତ୍ତେଜନା । ସମୁଦାୟ ୮୯୦ ଘର ମଧ୍ୟରୁ ୩୩୦ ଟି ଟ୍ରାଞ୍ଜିଟ ହାଉସ ଭାଙ୍ଗିବା ବେଳେ ମୁହାଁମୁହିଁ ପରିସ୍ଥିତି । ଉଚ୍ଛେଦ ପୂର୍ବରୁ ଥଇଥାନ ଦାବି କରିଛନ୍ତି ବସ୍ତି ବାସିନ୍ଦା । ଘଟଣା ସ୍ଥଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ନନ୍ଦନକାନନ ,ଚନ୍ଦ୍ରଶେଖରପୁର ,ଇନ୍ଫୋସିଟି ଥାନା ପୋଲିସ ଉପସ୍ଥିତ ଅଛନ୍ତି । ଜବରଦଖଲକାରୀଙ୍କ ବିରୋଧରେ BMC , BDA ମିଳିତ ଭାବରେ ପଦକ୍ଷେପ ନେଉଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।