ଉମରକୋଟରେ ଝାଡ଼ାବାନ୍ତି ଆତଙ୍କ

Sep 18, 2026 - 20:26
ଉମରକୋଟରେ ଝାଡ଼ାବାନ୍ତି ଆତଙ୍କ

ଉମରକୋଟ: ନବରଙ୍ଗପୁରଜିଲ୍ଲା ତହରା ଗ୍ରାମ ପଞ୍ଚାୟତର କେନ୍ଦୁଘାଟ ଗ୍ରାମରେ ଝାଡ଼ାବାନ୍ତିରୋଗରେ ୨୦ ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି। ଖାଲି ସେତିକି ନୁହେଁ, ତୃତୀୟ ଶ୍ରେଣୀର ଜଣେ ଛାତ୍ରର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ୭ ଜଣ ପୂଜାରୀଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ଗାଁରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚିଥିବା ଜଣାଯାଇଛି।

ସେ ଘରକୁ ଆସିବା ବେଳେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ
କେନ୍ଦୁଘାଟ ଗ୍ରାମରେ ହଠାତ୍ ଗୁରୁବାର ସନ୍ଧ୍ୟାରୁ ଝାଡ଼ାବାନ୍ତି ଆରମ୍ଭ ହେଲା। ଲୋକେ କିଛି ନ ବୁଝିବା ଆଗରୁ ତୃତୀୟ ଶ୍ରେଣୀ ପାଠ ପଢ଼ୁଥିବା ଟଙ୍କଧର ଗୌଡ଼ଙ୍କ ୭ ବର୍ଷର ପୁଅ ଉଦୟନାଥ ଗୌଡ଼କୁ ବାରମ୍ବାର ଝାଡ଼ା ଆରମ୍ଭ ହେଇ ଯାଇଥିଲା। ତହରା ଗ୍ରାମ ପଞ୍ଚାୟତରୁ ୧୦ କିଲୋମିଟର ଦୂରରେ ଥିବା ଏହି ଗ୍ରାମକୁ ୭ କିଲୋମିଟର ରାସ୍ତା ନାହିଁ। ଲୋକେ ପୂଜାରୀ ଗୁଡ଼। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଫୋନ ମାଧ୍ୟମରେ ଜଣାଇବା ମାତ୍ରେ ଆମ୍ବୁଲାନ୍ସ ଯାଇ ୭ କିଲୋମିଟର ଦୂରରେ ଅଟକି ଯାଇ ରହିଥିଲା। ପରିବାର ଲୋକେ ଉଦୟକୁ ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ ଉଦୟର ପ୍ରାଣବାୟୁ ଉଡ଼ି ଯାଇଥିଲା। ଉଦୟ ଝରିଗାଁ ବ୍ଲକ କଲେଗା ଆଶ୍ରମ ସ୍କୁଲରେ ୩ ଶ୍ରେଣୀରେ ପଢ଼ୁଥିଲେ। ସୋମବାର ଦିନ ନୂଆଖାଇ ଓ ଗଣେଶ ପୂଜା ପାଇଁ ଘରକୁ ଆସିଥିଲେ। ସେ ଘରକୁ ଆସିବା ବେଳେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ବୋଲି ପିତା ଟଙ୍କଧର ଗୌଡ କହିଛନ୍ତି। ଉଦୟର ଶେଷ କୃତ୍ୟ ଶୋକାକୁଳ ପରିବେଶରେ ସମ୍ପନ୍ନ ହେଇ ଯାଇଛି। ରାତି ୨ ଟା ସୁଦ୍ଧା ଆମ୍ବୁଲାନ୍ସ ଯୋଗେ ୭ ଜଣ ଆକ୍ରାନ୍ତ ପୂଜାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ ଓ ଆଗରୁ ପ୍ରସ୍ତୁତ ମେଡ଼ିକାଲ ଅଫିସର୍ ଡକ୍ଟର ପତିତପ।ବନ ଦ୍ୱିବେଦୀ ଓ ତାଙ୍କ ଟିମ୍ ଚିକିତ୍ସା ଆରମ୍ଭ କରି ଦେଇଥିଲେ। ଚିକିତ୍ସିତ ହେଇଥିବା ଆକ୍ରାନ୍ତମାନେ ହେଲେ ଡାଲିମ ଗୌଡ ୨୦ ବର୍ଷ, ଭବାନୀ ଗୌଡ ୧୦ ବର୍ଷ, ସଦନ। ଗୌଡ ୧୬,
ଖ।ଡ଼ି ଗୌଡ ୬୦, ଜୟମଣୀ ଗୌଡ ୧୬, ଖିର ମଣି ଗୌଡ ୧୦ ଓ ଲିଙ୍ଗରାଜ ଗୌଡ ୭ ବର୍ଷ। ତେବେ ଲିଙ୍ଗରାଜ ର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା କିନ୍ତ୍ରୁ ଚିକିତ୍ସା ପରେ ସୁସ୍ଥ ଅଛି ବୋଲି ମେଡିକାଲ ଅଫିସର ଡକ୍ଟର ପତିତପାବନ ଦ୍ୱିବେଦୀ ସୂଚନା ପ୍ରଦାନ କରିଛନ୍ତି। ତେବେ ଏହି ଖବର ଲେଖା ଯିବା ବେଳକୁ ଆହୁରି ୬ ଜଣ ଆମ୍ବୁଲାନ୍ସ ରେ ପୂଜାରୀଗୁଡ। ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବଡ଼ି ଭୋରୁ ପୂଜାରୀଗୁଡା ହସ୍ପିଟାଲର ୨ ଟି ମେଡ଼ିକାଲ ଟିମ୍ କେନ୍ଦୁଘାଟରେ ପହଞ୍ଚି ଯାଇ ପ୍ରାଥମିକ ଚିକିତ୍ସା ଆରମ୍ଭ କରିଦେଇଛନ୍ତି। ନିଜେ ମେଡ଼ିକାଲ ଅଫିସର୍ ଡାକ୍ତର ପତିତପାବନ ଦ୍ୱିବେଦୀ, ସୁପର ଭାଇଜର ରଞ୍ଜନ ଦାସ, BHEO ପ୍ରଶାନ୍ତ ମଲିକ , MHU ଟିମ୍ ର ଡକ୍ଟର ନିୟାମତ ଅଲ୍ଲୀ, ଫାର୍ମାସିଷ୍ଟ ସୁଶାନ୍ତ କୁମାର ନାୟକ ଓ ରେବ। ନାଥ ପ୍ରମୁଖ ପହଞ୍ଚି ଆକ୍ରାନ୍ତଙ୍କୁ ଚିକିତ୍ସା ଆରମ୍ଭ କରି ଦେଇଛନ୍ତି।

ଏହି ଗ୍ରାମରେ ୩୭ଟି ଘରଥିବା ବେଳେ ୧୭୦ ଲୋକେ ବସବାସ କରନ୍ତି। ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି ଯାହାକି ମେଡିକାଲ ଟିମ୍କୁ ଅଡୁଆରେ ପକାଇଛି। ତେବେ କାହିଁକି ଏହି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଲା ତାହା ସ୍ପଷ୍ଟ ହେଇ ପାରୁ ନାହିଁ କାରଣ ଗ୍ରାମରେ ୪ ଟା ବୋରୱେଲ ଥିବା ବେଳେ ଲୋକେ ସବୁ ଏଥିରୁ ପାଣି ହିଁ ପିଅନ୍ତି। ମେଡ଼ିକାଲ ଟିମ୍ ପାଣିର H2 S ପରୀକ୍ଷା ସଂଗ୍ରହ କରିବା ସହ ଲୋକେ ବ୍ୟବହାର କରିଥିବା ପାଣିର ନମୁନା ସଂଗ୍ରହ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।