ଉସୁ ଫାଇନାଲରେ ରୋଶିବିନା

Sep 24, 2026 - 20:54

ନାଗୋୟା: ଏସୀୟ କ୍ରୀଡ଼ା​‌େ​‌ର ମହିଳା ଉସୁର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ରୋଶିବିନା ଦେବୀ। ବୁଧବାର ମହିଳା ୬୦ କିଗ୍ରା ବର୍ଗର ସେମିଫାଇନାଲ ଲଢ଼େଇରେ ରୋଶିବିନା ଇଣ୍ଡୋନେସିଆର କୁସୁମାନିଙ୍ଗ୍‌ଟ୍ୟାସ୍‌ ଥାନିଆଙ୍କୁ ୨-୦ରେ ପରାସ୍ତ କରିଛନ୍ତି। ଫଳରେ ମହିଳା ଉସୁରେ ଭାରତ ଅତିକମ୍‌ରେ ରୌପ୍ୟ ପଦକ ଜିତିବା ନିଶ୍ଚିତ ହୋଇଯାଇଛି। ଫଳରେ ରୋଶିବିନା କ୍ରମାଗତ ୩ଟି ଏସୀୟ କ୍ରୀଡ଼ାରେ ପଦକ ଜିତିବା ନିଶ୍ଚିତ ହୋଇଯାଇଛି। ସେ ୨୦୨୮ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ଜିତିଥିବା ବେଳେ ୨୦୨୩ ହ୍ବାଙ୍ଗ୍‌ଝୌ ଏସୀୟ କ୍ରୀଡ଼ାରେ ରୋଶିବିନା ରୌପ୍ୟ ପଦକ ଜିତିଥିଲେ। ଏଥର ଆଉ ପାଦେ ଆଗେଇ ସ୍ବର୍ଣ୍ଣପଦକ ଜିତିବାର ଲକ୍ଷ୍ୟ ରଖିଛନ୍ତି ୨୫ ବର୍ଷ ବୟସ୍କା ରୋଶିବିନା। ମଣିପୁରର ମହିଳା ରୋଶିବିନା ଦେବୀ ଗୁରୁବାର ଫାଇନାଲରେ ଚୀନ୍‌ର ଝାଙ୍ଗ୍‌ ଜିଆଓୟୁଙ୍କ ମୁକାବିଲା କରିବେ। ରୋଶିବିନା ମଙ୍ଗଳବାର କ୍ବାର୍ଟରଫାଇନାଲରେ ମକାଉ ଚାଇନାର ଚୁ ମାନ୍ ସିନ୍‌ଙ୍କୁ ସହଜ‌େ‌ର ୫-୦ ପଏଣ୍ଟରେ ପରାସ୍ତକରି ପଦକ ନିଶ୍ଚିତ କରିଥିଲେ। ସୂଚନାଯୋଗ୍ୟ, ରୋଶିବିନା ଉସୁର ମହିଳା ୬୦ କିଗ୍ରା ବର୍ଗରେ ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଦଳରେ ନ ଥିଲେ। ତେବେ ଦିବ୍ୟାଂଶୀ ଆହତ ହୋଇ ଏସୀୟ କ୍ରୀଡ଼ାରୁ ଓହରିଯିବା ପରେ ରୋଶିବିନାଙ୍କୁ ସୁଯୋଗ ମିଳିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।