ଏଇ ଭାରତରେ

Nov 06, 2026 - 08:12
ଏଇ ଭାରତରେ

ଗୁଜରାଟର ମଧୁବେନ ନାମ୍ନୀ ମହିଳା ଜାଳେଣି ଇନ୍ଧନ ଓ ଏଲ୍‌ପିଜି ବଦଳରେ ସ୍ବଚ୍ଛ ବା ସବୁଜ ଜାଳେଣି ଶକ୍ତି ବ୍ୟବହାରକୁ ବ୍ୟାପକ କରୁଛନ୍ତି। ଶକ୍ତିକ୍ଷେତ୍ରରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି ଆନନ୍ଦ ଜିଲା ଜାକାରିଆପୁରରେ। ଏହି ଗାଁର ୩୬୮ ପରିବାରରେ ଜାଳେଣି କାଠ ଓ ଏଲ୍‌ପିଜି ଗ୍ୟାସ୍‌ ବ୍ୟବହାର ହେଉଥିଲା। ଏବେ ସବୁ ପରିବାରରେ ଜୈବଗ୍ୟାସ୍‌ ବ୍ୟବହାର କରାଯାଉଛି ଏବଂ ଏହା ମଧୁବେନଙ୍କ ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ମଧୁବେନ ନିକଟସ୍ଥ ଏକ ଗାଁରେ ଗୋବରରୁ ବାୟୋଗ୍ୟାସ୍‌ ଉତ୍ପାଦନ ବ୍ୟବସ୍ଥା ଦେଖି ତାହାକୁ ନିଜ ଗାଁରେ କରିବା ଲାଗି ସ୍ଥିର କରିଥିଲେ। ପରେ ସେ ତାଙ୍କ ଗାଁରେ ବାୟୋଗ୍ୟାସ୍‌ ବ୍ୟବହାର ପାଇଁ ଲୋକଙ୍କୁ ଉତ୍ସାହିତ କରିଥିଲେ। ଏବେ ଗାଁର ପ୍ରତ୍ୟେକ ପରିବାରରେ ଗୋପାଳନ ହେଉଛି ଏବଂ ସବୁ ପରିବାରରେ ଗୋବର ଗ୍ୟାସ୍‌ ପ୍ଲାଣ୍ଟ ହୋଇପାରିଛି। ଏଥିଯୋଗୁ ଜାଳେଣି ଖର୍ଚ୍ଚ ହ୍ରାସ ପାଇଛି। ମହିଳାମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ମଧ୍ୟ ଘଟିଛି। ପ୍ଲାଣ୍ଟରେ ଗୋବର ବ୍ୟବହାର ପରେ ସେଥିରୁ ଖତ ପ୍ରସ୍ତୁତ ହେଉଛି ଏବଂ ତାହାକୁ ବିକ୍ରିକରି ପ୍ରତ୍ୟେକ ପରିବାର ରୋଜଗାର କରିପାରୁଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।