ଏଚ୍ସିଜି କ୍ୟାନ୍ସର ସେଣ୍ଟର ପକ୍ଷରୁ ରୋବୋଟିକ୍ ସର୍ଜରି ‘ଏସ୍ଏସ୍ଆଇ ମନ୍ତ୍ରା’ର ଶୁଭାରମ୍ଭ
ଭୁବନେଶ୍ୱର,୪।୯: କଟକସ୍ଥିତ ଏଚ୍ସିଜି କ୍ୟାନ୍ସର ସେଣ୍ଟର ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ରୋବୋଟିକ୍ ଆଧାରିତ ସର୍ଜିକାଲ ପ୍ଲାଟ୍ଫର୍ମ ଏସ୍ଏସ୍ଆଇ ମନ୍ତ୍ରା ସିଷ୍ଟମର ଶୁଭାରମ୍ଭ ଘୋଷଣା କରାଯାଇଛି। କ୍ୟାନ୍ସର ଅସ୍ତ୍ରୋପଚାର କ୍ଷେତ୍ରରେ ବ୍ୟବହୃତ ଏହି ବ୍ୟବସ୍ଥା ଦ୍ୱାରା ଅତ୍ୟନ୍ତ ସଠିକତା, ଦକ୍ଷତା ଓ ଦୃଶ୍ୟମାନତା ସହ ଜଟିଳ, ସର୍ବନିମ୍ନ କ୍ଷତିକାରକ କ୍ୟାନ୍ସର ଅସ୍ତ୍ରୋପଚାର କରିବାରେ ଡାକ୍ତରମାନଙ୍କୁ ସୁବିଧା ମିଳିବ। ଏଚ୍ସିଜିର ଏହି ପଦକ୍ଷେପ ଓଡ଼ିଶାରେ ଅତ୍ୟାଧୁନିକ ବୈଷୟିକ ପ୍ରଯୁକ୍ତିଯୁକ୍ତ କ୍ୟାନ୍ସର ଚିକିତ୍ସା ପ୍ରଦାନ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଏସ୍ଏସ୍ଆଇ ମନ୍ତ୍ରାର ଶୁଭାରମ୍ଭ ଅବସରରେ ଏହାର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ (ଇଷ୍ଟ ଓ ଏପି) ଡ. ରୂପାଲୀ ବସୁ କହିଛନ୍ତି ା କ୍ୟାନ୍ସର ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏହି ବ୍ୟବସ୍ଥା ଅତ୍ୟନ୍ତ ଉପଯୋଗୀ ହେବା ସହ ଶରୀରରେ କମ୍ କ୍ଷତ କରାଯାଇ ଉପଚାର କରାଯାଇପାରିବ। କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଓଡ଼ିଶାରେ ପ୍ରଥମଥର ପାଇଁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିବାରୁ ଏହା ଏଚ୍ସିଜି କ୍ୟାନ୍ସର ସେଣ୍ଟର ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ସିଇଓ ଡକ୍ଟର ସ୍ମିତା ପାଢ଼ୀ କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।