ଲ୍ୟାଣ୍ଡିଂ ବେଳେ ଫେଲ୍‌ ହେଲା ବ୍ରେକ୍‌ : ସିଧା ଯାଇ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ତା’ପରେ…

Sep 04, 2026 - 11:06
ଲ୍ୟାଣ୍ଡିଂ ବେଳେ ଫେଲ୍‌ ହେଲା ବ୍ରେକ୍‌ : ସିଧା ଯାଇ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ତା’ପରେ…

ଶ୍ରୀନଗର,୪।୯: ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋର ବିମାନ 6E 225 ଲ୍ୟାଣ୍ଡିଂ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲ୍ୟାଣ୍ଡିଂ ପରେ ବିମାନଟି ପାର୍କିଂ ବେ’ ଆଡ଼କୁ ଯାଉଥିବା ସମୟରେ ଏହାର ବ୍ରେକ ସିଷ୍ଟମରେ ତ୍ରୁଟି ଦେଖାଦେଇଥିବାରୁ ବିମାନଟି ଠିକ୍‌ ସମୟରେ ଅଟକି ପାରିନଥିଲା।
ଫଳରେ ବିମାନଟି ପାର୍କିଂ ବେ’ରେ ଲାଗିଥିବା ପୋଲ୍‌ ସହ ଧକ୍କା ହୋଇଥିଲା। ଧକ୍କାରେ ବିମାନର ସାମ୍ନା ଭାଗ କ୍ଷତି ହୋଇଛି।
ଏହି ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଛି। ଘଟଣାର କାରଣ ଓ ପରିସ୍ଥିତି ସମ୍ପର୍କରେ ବର୍ତ୍ତମାନ ଯାଞ୍ଚ ଚାଲିଛି। ବିମାନରେ କ୍ଷତି ହୋଇଥିବାରୁ ଏହାକୁ ଫିଟନେସ ଯାଞ୍ଚ ନହେବା ପର୍ଯ୍ୟନ୍ତ ଉଡ଼ାଣରୁ ବାଦ୍‌ ଦିଆଯାଇଛି। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଯାଞ୍ଚ ପରେ ସାମ୍ନାକୁ ଆସିବ।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।