ଏସୀୟ କ୍ରୀଡ଼ାରେ ଭାରତର ପଦକ ବର୍ଷା, ଆଥଲେଟ୍ଙ୍କ ଚମତ୍କାର ପ୍ରଦର୍ଶନ
ନନ୍ଦିଘୋଷ ବ୍ୟୁରୋ : ଜାପାନ ଏସୀୟ କ୍ରୀଡ଼ାରେ ଆଜି ଭାରତୀୟ ଆଥଲେଟ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମୁରଲୀ ଶ୍ରୀ ଶଙ୍କର ପୁରୁଷ ଲଙ୍ଗ ଜମ୍ପ୍ ରେ ୮.୦୭ ମିଟର୍ ଡେଇଁ ରୌପ୍ୟ ଜିତିଛନ୍ତି। ଗୁଲଭୀର ସିଂହ ପୁରୁଷ ୧୫୦୦ ମିଟର ଦୌଡ଼ରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ରୌପ୍ୟ ପଦକ ଦେଇଛନ୍ତି। ଏସା ସିଂ ମହିଳା ୨୫ ମିଟର ପିସ୍ତଲ ସୁଟିଂ ଇଭେଣ୍ଟରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ କଡ଼ା ଟକ୍କର ପରେ ରୌପ୍ୟ ପଦକ ହାସଲ କରିଛନ୍ତି। ବିଥ୍ୟା ରାମରାଜ ମହିଳା ୪୦୦ ମିଟର ହର୍ଡଲ୍ସ ରେ ଜାତୀୟ ରେକର୍ଡ ସହ ଭାରତ ପାଇଁ କାଂସ୍ୟ ପଦକ ଜିତିଛନ୍ତି। ପିଙ୍କି ବଲହାରା ମହିଳା ୭୮ କେଜି କୁରାଶ ବିଭାଗରେ କାଂସ୍ୟ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି। ପୁରୁଷ କ୍ରିକେଟ ଟିମ୍ ବର୍ଷା ହେତୁ ୱାକ୍ ଓଭର ପାଇ ସେମିରେ ପ୍ରବେଶ କରିଛି। ପୁରୁଷ ଜାଭେଲିନରେ ଭାରତ ଡବଲ ମେଡାଲ ପାଇଛି। ୟଶବୀର ସିଂହ ରୌପ୍ୟ ଏବଂ ରୋହିତ ଯାଦବ କାଂସ୍ୟ ପଦକ ଜିତିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।