ବନ୍ୟା ଘେରରେ ଶେଷଯାତ୍ରା, ଡଙ୍ଗା ହେଲା ଭରସା

Sep 28, 2026 - 17:49
ବନ୍ୟା ଘେରରେ ଶେଷଯାତ୍ରା, ଡଙ୍ଗା ହେଲା ଭରସା

ନନ୍ଦିଘୋଷ ବ୍ୟୁରୋ : ଓଡ୍ରାଫ୍ ଡଙ୍ଗାରେ ଅନ୍ତିମ ସଂସ୍କାର ପାଇଁ ଗଲା ଶବ । ସୁବର୍ଣ୍ଣରେଖାର ବନ୍ୟାରେ ଆସିଲା ହୃଦୟ ବିଦାରକ ଦୃଶ୍ୟ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଖରିଦିପିପଳ ପଞ୍ଚାୟତ ନୂଆସାହି ଗାଁର ଵିମ୍ବାଧର ବେହେରା ଦୀର୍ଘଦିନ ଧରି ରୋଗାଗ୍ରସ୍ତ ହୋଇ ଶଯ୍ୟାଶାୟୀ ଥିଲେ । ଆଜି ତାଙ୍କର ଆକସ୍ମିକ ମୃତ୍ୟୁ ପରେ ଶବଦାହ କିପରି ହେବ ତାକୁ ନେଇ ଚିନ୍ତା ବଢିଥିଲା । ଏହି ସମୟରେ ଖବର ପାଇ ମୃତକଙ୍କ ପରିବାର ପାଖରେ ପହଞ୍ଚିଥିଲା ଓଡ୍ରାଫ୍ ଟିମ୍ । ବନ୍ୟା ପାଣିରେ ଓଡ୍ରାଫ ଡଙ୍ଗାରେ ମୃତଦେହ ଆଣି ସୁବର୍ଣ୍ଣରେଖାର ନଦୀ ପଠାର ଏକ ଉଚ୍ଚ ସ୍ଥାନକୁ ନେଇ ଅନ୍ତିମ ସଂସ୍କାର କରିଥିଲେ  ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।