ଓଡ଼ିଆ ଭାଷାରେ ଦ୍ୱିତୀୟ ‘ସିଙ୍ଗଲ୍ ସବ୍‌ଜେକ୍ଟ’ ଓଡ଼ିଆ ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି

Oct 29, 2026 - 12:13
ଓଡ଼ିଆ ଭାଷାରେ ଦ୍ୱିତୀୟ ‘ସିଙ୍ଗଲ୍ ସବ୍‌ଜେକ୍ଟ’ ଓଡ଼ିଆ ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି

କଟକ  : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE Odisha) ପକ୍ଷରୁ ଓଡ଼ିଆ ଭାଷାରେ ଦ୍ୱିତୀୟ ‘ସିଙ୍ଗଲ୍ ସବ୍‌ଜେକ୍ଟ’ (ଏକକ ବିଷୟ - ଦଶମ ଶ୍ରେଣୀ ସ୍ତର) ପରୀକ୍ଷା ଏବଂ ଦ୍ୱିତୀୟ ଅର୍ଦ୍ଧ-ବାର୍ଷିକ ଭାଷା ପରୀକ୍ଷା (HLT - ଅଷ୍ଟମ ଶ୍ରେଣୀ ସ୍ତର) ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ଛାତ୍ରଛାତ୍ରୀ କିମ୍ବା ସରକାରୀ କର୍ମଚାରୀମାନେ ପୂର୍ବରୁ ଓଡ଼ିଆ ଭାଷାକୁ ଏକ ବିଷୟ ଭାବେ ପଢ଼ିନାହାନ୍ତି, ସେମାନଙ୍କ ପାଇଁ ଏହି ପରୀକ୍ଷା ଆୟୋଜନ କରାଯାଉଛି ।  

ଏହି ପରୀକ୍ଷା ପାଇଁ ନଭେମ୍ବର ୭ ତାରିଖରୁ ଅନଲାଇନ୍‌ରେ ଆବେଦନ ଆରମ୍ଭ ହେବ ।  ନଭେମ୍ବର ୨୦ ତାରିଖ ଆବେଦନର ଶେଷ ସମୟ ରହିଛି। ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଇଚ୍ଛୁକ ଓ ଯୋଗ୍ୟ ପରୀକ୍ଷାର୍ଥୀ ବୋର୍ଡର ଅଫିସିଆଲ୍ ୱେବ୍‌ସାଇଟ୍ www.bseodisha.nic.in ମାଧ୍ୟମରେ ଆବେଦନ କରିପାରିବେ ।  ଆବେଦନ ଫି’ ମଧ୍ୟ ନଭେମ୍ବର ୨୦ ତାରିଖ ସୁଦ୍ଧା ଅନଲାଇନ୍‌ରେ ଦାଖଲ କରିବାକୁ ପଡ଼ିବ । ଅନଲାଇନ୍ ପଞ୍ଜୀକରଣର ପଦ୍ଧତି, ଯୋଗ୍ୟତା, ପରୀକ୍ଷାର ସିଲାବସ୍ ଓ ଅନ୍ୟାନ୍ୟ ନିୟମାବଳୀ ବୋର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ନିର୍ଦ୍ଧାରିତ ସମୟ ପରେ ଆବେଦନ ତାରିଖ ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି  ।

ସୂଚନାନୁସାରେ,  ଏହି ପରୀକ୍ଷା ହେଉଛି ୧୦୦ମାର୍କ ଥିବା ମାଟ୍ରିକ ସ୍ତରୀୟ ଓଡ଼ିଆ ଭାଷା ପରୀକ୍ଷା। ଏହା ଅଷ୍ଟମ ଶ୍ରେଣୀ ସ୍ତରର ପରୀକ୍ଷା। ସାଧାରଣତଃ ଓଡ଼ିଶା ବାହାରେ ପଢ଼ିଥିବା କିମ୍ବା କେନ୍ଦ୍ରୀୟ ବିଦ୍ୟାଳୟ (KV) ଭଳି ବୋର୍ଡରେ ଓଡ଼ିଆ ପଢ଼ିନଥିବା ଆବେଦନକାରୀ ଏହା ଦେଇଥାନ୍ତି । ଓଡ଼ିଶା ସରକାରଙ୍କ ଅଧୀନରେ ଚାକିରି କରୁଥିବା ଅଣ-ଓଡ଼ିଆ ଅଫିସର କିମ୍ବା କର୍ମଚାରୀଙ୍କ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।