କପିଳଙ୍କ କ୍ଲବ୍‌ରେ ଜାଡ଼େଜା

Aug 18, 2026 - 16:09

ଗଲ୍‌: ଘରୋଇ ଶ୍ରୀଲଙ୍କା ବିପକ୍ଷ ଚଳିତ ପ୍ରଥମ ଟେଷ୍ଟରେ ଭାରତୀୟ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଏକ ବଡ଼ ମାଇଲ୍‌ଖୁଣ୍ଟ ହାସଲ କରିଛନ୍ତି। ଏହି ମ୍ୟାଚ୍‌ରେ ୩୫୦ ଟେଷ୍ଟ ୱିକେଟ୍‌ ପୂରଣ କରିବା ସହ ଜାଡ଼େଜା ମହାନ୍ ଅଲ୍‌ରାଉଣ୍ଡର କପିଳ ଦେବଙ୍କ ସମକକ୍ଷ ହୋଇଛନ୍ତି। ଦ୍ବିତୀୟ ଭାରତୀୟ ଭାବେ ଜାଡ଼େଜା ଟେଷ୍ଟ କ୍ରିକେଟ୍‌ରେ ୪୦୦୦ରୁ ଅଧିକ ରନ୍‌ ଓ ୩୫୦ରୁ ଅଧିକ ୱିକେଟ୍‌ ନେବାର କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଏହି ମ୍ୟାଚ୍‌ ପୂର୍ବରୁ ଜାଡ଼େଜା ୮୯ଟି ଟେଷ୍ଟମ୍ୟାଚ୍‌ରୁ ୪,୦୯୫ ରନ୍‌ ଓ ୩୪୮ଟି ୱିକେଟ୍‌ ନେଇଥିଲେ। ସୋମବାର ୩ୟ ଦିନରେ ଶ୍ରୀଲଙ୍କାର ପ୍ରଥମ ଇନିଂସରେ ୩ଟି ୱିକେଟ୍‌ ନେଇ ଜାଡ଼େଜା ୩୫୧ ଟେଷ୍ଟ ୱିକେଟ୍‌ ହାସଲ କରିଛନ୍ତି। କପିଳ ଦେବ ଟେଷ୍ଟ କ୍ରିକେଟ୍‌ରେ ୫,୨୪୮ ରନ୍‌ କରିବା ସହ ୪୩୪ଟି ୱିକେଟ୍‌ ନେଇଥିଲେ। ଟେଷ୍ଟମ୍ୟାଚ୍‌ରେ ୪୦୦୦ ରନ୍‌ ଓ ୩୫୦ ୱିକେଟ୍‌ ନେଇଥିବା ଅନ୍ୟ ଦୁଇ କ୍ରିକେଟର ହେଲେ ଇଆନ୍ ବୋଥାମ୍‌ (୫,୨୦୦ ରନ୍‌ ଓ ୩୮୩ ୱିକେଟ୍‌) ଓ ଡାନିଏଲ୍‌ ଭେଟୋରି (୪,୫୩୧ ରନ୍‌ ଓ ୩୬୨ ୱିକେଟ୍‌)। ପୁଣି ବାମହାତୀ ସ୍ପିନର ଭାବେ ରବୀନ୍ଦ୍ର ଜାଡ଼େଜା ଟେଷ୍ଟ କ୍ରିକେଟ୍‌ରେ ୩ୟ ସର୍ବାଧିକ ୱିକେଟ୍‌ ନେଇଛନ୍ତି। ଶ୍ରୀଲଙ୍କାର ରଙ୍ଗନା ହେରାଥ୍‌ ୪୩୩ ଓ ନ୍ୟୁଜିଲାଣ୍ଡର ଡାନିଏଲ୍‌ ଭେଟୋରି ୩୬୨ଟି ୱିକେଟ୍‌ ନେଇଛନ୍ତି।

ଗୁରୁ-ଶନି ହେଲେ ଏକାଠି : ଦୀପାବଳି ପର୍ଯ୍ୟନ୍ତ ଏହି ରାଶିଙ୍କୁ ଖାଲି ମିଳିବ ଧନ..

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।