କାହିଁକି ବାହା ହେଉନାହାନ୍ତି ଅମିଷା?
""ଗଦର୍" ଫେମ୍ ଅଭିନେତ୍ରୀ ଅମିଷା ପଟେଲ ୫୧ ବର୍ଷ ବୟସରେ ବି ବିବାହ କରିନାହାନ୍ତି।
ତାଙ୍କର ବିବାହ ଯୋଜନା ମଧ୍ୟ ନାହିଁ ବୋଲି ସେ ସୋସିଆଲ୍ ମିଡିଆ ଏକ୍ସ୍ରେ ସ୍ପଷ୍ଟ କରିଛନ୍ତି।
ଏହାଛଡ଼ା ଆସ୍କ୍ମି ସେସନ୍ରେ ଭାଗନେଇ ସେ ତାଙ୍କ ପ୍ରଶଂସକମାନଙ୍କ ଏଭଳି ପ୍ରଶ୍ନର ଜବାବ ଦେଇଛନ୍ତି।
ସେ କହିଛନ୍ତି, ଏବେ ବାହା ହେବାକୁ ତାଙ୍କର ଇଚ୍ଛା ବି ନାହିଁ।
ଏକୁଟିଆ ସେ ବେଶ୍ ଖୁସିରେ ଅଛନ୍ତି ଓ ତାଙ୍କର ପାଖାପାଖି ଶହେ ଅନ୍ତରଙ୍ଗ ବନ୍ଧୁ ଓ ସେମାନଙ୍କ ପରିବାର ଲୋକ ଅଛନ୍ତି।
ସେମାନଙ୍କ ସହ ଭଲରେ ସମୟ କଟିଯାଉଛି।
ଏଭଳି ସ୍ଥିତିରେ ସେ ଜଣଙ୍କ ପାଖରେ ବାନ୍ଧି ହୋଇ ରହିବାକୁ ଚାହାନ୍ତି ନାହିଁ।
ତେବେ ଯାହାଙ୍କୁ ସେ ଜୀବନର ସବୁକିଛି ବୋଲି ମାନିନେବେ ଏବଂ ସେ ଆସି ତାଙ୍କ ଜୀବନକୁ ବଦଳାଇ ଦେବା ଦରକାର ବୋଲି ଅମିଷା ମତ ଦେଇଛନ୍ତି।Advertisment Scam: ପଟ୍ଟନାୟକ ବନ୍ଧ ଦୁର୍ନୀତି ପଦାରେ ପଡ଼ିବା ପରେ ଅନ୍ୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା ସେହିପରି ନିକଟରେ ଏକ ପଡ୍କାଷ୍ଟ୍ରେ ଅମିଷା ମାନିଛନ୍ତି ଯେ, ଏକଦା ସେ ଦକ୍ଷିଣ ମୁମ୍ବାଇର ଜଣେ ବଡ଼ ବ୍ୟବସାୟୀଙ୍କ ଖୁବ୍ ନିକଟତର ହୋଇଥିଲେ।
ତେବେ ବ୍ୟବସାୟୀଜଣକ ତାଙ୍କୁ ସିନେମା ଛାଡ଼ିବାକୁ ସର୍ତ୍ତ ରଖିଥିଲେ।
ଏଥିରେ ରାଜି ନହୋଇ ଅମିଷା ସମ୍ପର୍କ କାଟି ଦେଇଥିଲେ।
ଅମିଷା କହିଛନ୍ତି, ଆପଣ କେମିତି ନିଜ କ୍ୟାରିୟର୍ରେ ଆଗକୁ ବଢ଼ିବେ, ଭଲ ପାଉଥିବା ଲୋକ ସେ ଦିଗରେ ସହଯୋଗ କରିବା କଥା।
ହେଲେ ଉକ୍ତ କ୍ଷେତ୍ରରେ ସେପରି ହୋଇ ନଥିଲା।
ଏବେ ବି ବିବାହ ପାଇଁ ମୋ ଦ୍ବାର ଖୋଲା ଅଛି।
ମାତ୍ର ଯୋଗ୍ୟ ବ୍ୟକ୍ତିଟିଏ ମିଳିବା ଦରକାର।
ଏମିତିରେ ଏବେ ବି ମୋ"ଠାରୁ କମ୍ ବୟସର ବହୁ ଲୋକ ମୋତେ ବିବାହ ପ୍ରସ୍ତାବ ଦେଉଛନ୍ତି।
ହେଲେ ଉପଯୁକ୍ତ ଲୋକ ମୋ ପାଖକୁ ଆସି ନାହାନ୍ତି।
Neglect: ୬୪୨ ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ବିଦ୍ୟୁତ ସଂଯୋଗ, ୭୫୦ଟିରେ ଶୌଚାଳୟ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।