କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରି ଶୋ’ରୁମ୍ ଉଦ୍ଘାଟିତ
ଭୁବନେଶ୍ୱର,୧୬।୧୦(ସନ୍ତୋଷ କୁମାର ବେହେରା): କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରି ପକ୍ଷରୁ ନୂତନ ଶୋ’ରୁମ୍ ଉଦ୍ଘାଟନ ହୋଇଛି ା ଏହି ଉଦ୍ଘାଟନୀ ସମାରୋହରେ ବଲିଉଡ୍ ଅଭିନେତ୍ରୀ ସୋନାଲ ଚୌହାନ ଓ କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରିର ପ୍ରତିଷ୍ଠାତା ଘନଶ୍ୟାମ ଢୋଲକିଆ ଯୋଗଦେଇଥିଲେ ।
ଏ ଅବସରରେ ଢୋଲକିଆ କହିଛନ୍ତି, ଓଡ଼ିଶାର ଅଭିବୃଦ୍ଧି କ୍ଷମତାରେ ଆମର ଆତ୍ମବିଶ୍ୱାସ ଏବଂ ସଂଗଠିତ ଅଳଙ୍କାର ପାଇଁ ବଢୁଥିବା ଚାହିଦାକୁ ପ୍ରତିଫଳନ କରୁଛି। ପୂର୍ବ ଭାରତ ଆମର ବ୍ୟବସାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନକାରୀ ଭାବେ ଉଭା ହୋଇଥିବା ବେଳେ ଆମେ ଏହି ଅଞ୍ଚଳରେ ଆମର ଉପସ୍ଥିତିକୁ ଆହୁରି ବ୍ୟାପକ କରିବା ପାଇଁ ମଜଭୁତ ସୁଯୋଗ ପରିଲକ୍ଷିତ କରୁଛୁ। ଏହି ନୂତନ ଶୋ’ରୁମ୍ ପାଇଁ ଆମର ଫ୍ରାଞ୍ଚାଇଜ୍ ପାର୍ଟନର ରାମପ୍ରସାଦ ମିଶ୍ର ଏବଂ ବିଶ୍ୱରଞ୍ଜନ ମହାପାତ୍ରଙ୍କୁ ଏହି ଉଦ୍ୟମ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।